ଶେଷ ନିଶ୍ବାସ ପର୍ଯ୍ୟନ୍ତ ୪ ପିଲାଙ୍କୁ ଜାବୁଡ଼ି ଧରିଥିଲା ମାଆ : କନ୍ଦାଇଦେବ ହାଇଦ୍ରାବାଦ ହତ୍ୟାକାଣ୍ଡର ଲୋମଟାଙ୍କୁରା କାହାଣୀ

ବର୍ତ୍ତମାନ ୨ ଜଣ ଯୁବକ ସେହି ସମୟର ହୃଦୟ ବିଦାରକ ଦୃଶ୍ୟ ବିଷୟରେ କହିଛନ୍ତି । ଯେତେବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାଉଥିଲେ ସେତେବେଳେ ୨ ଜଣ ସ୍ଥାନୀୟ ଲୋକ ମିର ଜାହିଦ ଏବଂ ମହମ୍ମଦ ଅଜମତ ସର୍ବପ୍ରଥମେ ଭିତରକୁ ଯାଇଥିଲେ ।

ଅଦ୍ୟତନ ହୋଇଛି
hyderabad tragedy

hyderabad tragedy Photograph: (google)

ମେ’ ୧୮ ତାରିଖ ,ତେଲେଙ୍ଗାନାର ହାଇଦ୍ରାବାଦରେ ସକାଳୁ ସକାଳୁ ଗୁଲଜାର ହାଉସରେ ଭୟାବହ ଅଗ୍ନିକାଣ୍ଡ ଘଟିଗଲା । ବିକଟାଳ ଚିତ୍କାର ଭିତରେ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇ ଜୀବନ ହାରିଦେଲେ । ବର୍ତ୍ତମାନ ୨ ଜଣ ଯୁବକ ସେହି ସମୟର ହୃଦୟ ବିଦାରକ ଦୃଶ୍ୟ ବିଷୟରେ କହିଛନ୍ତି । ଯେତେବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାଉଥିଲେ ସେତେବେଳେ ୨ ଜଣ ସ୍ଥାନୀୟ ଲୋକ ମିର ଜାହିଦ ଏବଂ ମହମ୍ମଦ ଅଜମତ ସର୍ବପ୍ରଥମେ ଭିତରକୁ ଯାଇଥିଲେ । ଗୋଟିଏ କୋଠରୀର ଦୃଶ୍ୟ ତାଙ୍କୁ ଏତେ ବ୍ୟଥିତ କରିଥିଲା ଯେ ଦୁହେଁ ଆଜୀବନ ସେ ସମୟ ଭୁଲି ପାରିବେନାହିଁ ବୋଲି କହିଛନ୍ତି । ଦୁହେଁ କୋଠରୀରେ ଜଣେ ମହିଳା ବସିଥିବାର ଦେଖିଥିଲେ । ମହିଳା ଚଟାଣରେ ବସିଥିଲେ ଏବଂ ତାଙ୍କ କୋଳରେ ଚାରୋଟି ପିଲା ବସିଥିଲେ । ଦୃଶ୍ୟକୁ ଦେଖି ଏମିତି ଲାଗୁଥିଲା ଯେ ଶେଷ ନିଶ୍ବାସ ପର୍ଯ୍ୟନ୍ତ ମହିଳା ୪ ପିଲାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏହି କଥା କହୁ କହୁ ୨ ଯୁବକ କାନ୍ଦି ପକାଇଥିଲେ । 

Hydrabad Issue
Hydrabad Issue Photograph: (google)

ଏହି ଅଗ୍ନିକାଣ୍ଡରେ ଗହଣା ବ୍ୟବସାୟୀ ପ୍ରହଲ୍ଲାଦ ମୋଦୀଙ୍କ ପରିବାରର ୧୭ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଲା । ବଡ଼ ଦୁଃଖର ବିଷୟ ହେଉଛି ମହିଳାଙ୍କ ସହ ଅନେକ କୁନି କୁନି ଶିଶୁ ମଧ୍ୟ ଥିଲେ । ଉକ୍ତ କୋଠରୀରେ ଅର୍ଦ୍ଧଦଗ୍ଧ ମହିଳା ଶିଶୁଙ୍କୁ ଛାତିରେ ଲଗାଇ ବସିଥିବା ବେଳେ ଗୋଟିଏ ହାତରେ ମୋବାଇଲ୍ ଫୋନର ଲାଇଟ୍ ଜଳୁଥିବାର ଦେଖିବାକୁ ମିଳିଥିଲା । ଚାରମିନାର ନିକଟରେ ଥିବା ଦୋକାନ ଏବଂ ୧୦୦ ବର୍ଷ ପୁରୁଣା ଅଟ୍ଟାଳିକା ଗୁଲଜାର ହାଉସରେ ଲାଗିଥିବା ନିଆଁ ଗୋଟିଏ ପରିବାରକୁ ଛାରଖାର କରିଦେଲା । ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୧୭ ସଦସ୍ୟ ଆଖି ବୁଜିଥିବା ବେଳେ ୪ ଜଣଙ୍କ ଜୀବନ ହିଁ ବଞ୍ଚି ପାରିଥିଲା । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe