ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଛାଡ଼ପତ୍ର ନେବା ପରଠାରୁ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛନ୍ତି ସାଉଥ୍ ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା । ସେ ୨୦୦ କୋଟି ଟଙ୍କାର ଆଲୁମିନିକୁ ପାଦରେ ଆଡ଼େଇବା ହେଉ କି ପ୍ରଥମ ସ୍ବାମୀଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି ସାମନ୍ଥା । କିନ୍ତୁ ବର୍ତ୍ତମାନ ନୂଆ ରିଲେସନସିପକୁ ନେଇ ଏବେ ଖୁବ ଚର୍ଚ୍ଚାରେ ଏହି ସାଉଥ୍ ସୁନ୍ଦରୀ । କିଛି ଦିନ ହେଲା ତାଙ୍କ ନାଁ ଫିଲ୍ମମେକର୍ ରାଜ ନିଦିମୋରୁଙ୍କ ସହ ଯୋଡ଼ା ଯାଉଛି । ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବାର ଖବର ଆସୁଛି । ତେବେ ଏନେଇ ସାମନ୍ଥାଙ୍କ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କିଛି ସମୟ ପୂର୍ବରୁ ଦୁହେଁ ଏକାଠି ନଜର ଆସିଥିଲେ । ଏବେ ଦୁହିଁଙ୍କ ସଂପର୍କକୁ ନେଇ ଖୁଲାସା ହୋଇଛି ।  

Advertisment
Samantha
Samantha Photograph: (google)

ମିଡିଆ ରିପୋର୍ଟ ଅନୁସାରେ ଏହି ପ୍ରେମ ସମ୍ବନ୍ଧକୁ ନେଇ ଚାଲୁଥିବା ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ଅଭିନେତ୍ରୀଙ୍କ ମ୍ୟାନେଜର୍ । ସାମନ୍ଥାଙ୍କ ମ୍ୟାନେଜର୍ କହିଛନ୍ତି , ଡେଟିଂ ଖବରରେ କୌଣସି ସତ୍ୟାସତ୍ୟ ନାହିଁ । ରାଜ ଏବଂ ସାମନ୍ଥା ଦୁହେଁ ଡେଟ୍ କରୁନାହାନ୍ତି । ଦୁହେଁ ଘର କିଣିବା ଖବର ମଧ୍ୟ ସମ୍ପୂର୍ଣ୍ଣ ମିଛ ।’ ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ ଜାତୀୟ ଗଣମାଧ୍ୟମରେ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ରାଜ ନିଦିମୋରୁ ୨୦୦୨ ରେ ନିଜ ପୂର୍ବ ପତ୍ନୀ ଶ୍ୟାମଳୀଙ୍କଠାରୁ ଛାଡ଼ପତ୍ର ନେଇ ସାମନ୍ଥାଙ୍କ ସହ ଲିଭ୍-ଇନରେ ରହିବାକୁ ଚାହୁଥିଲେ ବୋଲି ଗୁଜବ ଉଠୁଥିଲା । ଅନ୍ୟପକ୍ଷରେ ମିଡିଆରେ ରାଜଙ୍କ ଗୋଟିଏ ଝିଅ ଥିବାର ସୂଚନା ମଧ୍ୟ ମିଳିଥିଲା । ତେବେ ଏ ଖବର ବି ଗୁଜବ ବୋଲି ଜଣାପଡିଛି । ରାଜଙ୍କ ପୂର୍ବ ପତ୍ନୀ ତ ଅଛନ୍ତି କିନ୍ତୁ ତାଙ୍କର କେହି ଝିଅ ନାହାନ୍ତି । କିଛି ଗଣମାଧ୍ୟମରେ ସାମନ୍ଥା ରାଜଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିଥିବା କଥା କୁହାଯାଉଥିବା ବେଳେ ଏହା ମଧ୍ୟ ମିଛ ବୋଲି ଜଣାପଡିଛି । 

ସାମନ୍ଥାଙ୍କ ସିନେ କ୍ୟାରିୟର୍ କଥା କହିଲେ ତାଙ୍କୁ ଶେଷଥର ପାଇଁ ନିର୍ଦ୍ଦେଶକ ରାଜ୍ ଏବଂ ଡିକେଙ୍କ ‘ସିଟାଡେଲ : ହନି ବନି’ ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ତାଙ୍କ ସହ ଲିଡ୍ ରୋଲରେ ନଜର ଆସିଥିଲେ ଅଭିନେତା ବରୁଣ ଧୱନ । ସାମନ୍ଥା ଏବେ ‘ରକ୍ତ ବ୍ରହ୍ମାଣ୍ଡ’ ଏବଂ ତେଲୁଗୁ ସିନେମା ‘ବଙ୍ଗାରମ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।