ଆତଙ୍କୀସ୍ତାନର ମୁରିଦକେ ସହର ଯାହାକୁ ଲସ୍କର-ଏ-ତୋଏବାର ହେଡକ୍ବାର୍ଟର ତଥା କୁଖ୍ୟାତ ଆତଙ୍କୀ ହାଫିଜ ସଇଦର ଘର ବୋଲି ମଧ୍ୟ କୁହାଯାଏ । ଜାତୀୟ ଗଣମାଧ୍ୟମ ଅନୁସାରେ ଏହି ସ୍ଥାନରେ ହରିୟାଣାର ୟୁଟ୍ୟୁବର୍ ତଥା ପାକ୍ ପାଇଁ ଗୁଇନ୍ଦାଗିରି କରୁଥିବା ଜ୍ୟୋତି ମାଲହୋତ୍ରା ତାଲିମ ନେଉଥିଲେ । ଟ୍ରେନିଂ ପରେ ଯୁବତୀଙ୍କୁ ଏହିଠାରୁ ତାଙ୍କ ଆଗାମୀ ମିଶନ୍ ପାଇଁ ଭାରତକୁ ପଠାଯାଇଥିଲା । କିନ୍ତୁ ମିଶନ୍ ଆରମ୍ଭ ହେବା ପୂର୍ବରୁ ହିଁ ସେ ହରିୟାଣା ପୁଲିସର ଜାଲରେ ଫସିଥିଲେ । ପହଲଗାମ ଆକ୍ରମଣର କିଛି ଦିନ ପୂର୍ବରୁ ହିଁ ଜ୍ୟୋତି ପାକିସ୍ତାନ ବୁଲିବାକୁ ଯାଇଥିଲେ । ସେହି ସମୟରେ ସେ ପାଖାପାଖି ୧୪ ଦିନ ମୁରିଦକେ ସହରରେ ରହିଥିଲେ । 

Advertisment
Malhotra Jyoti
Malhotra Jyoti Photograph: (google)

ହରିୟାଣା ହିସାର ପୁଲିସର ସୂତ୍ର ଅନୁସାରେ ପଚରାଉଚରା ସମୟରେ ଏହାର ଖୁଲାସା ନିଜେ ଜ୍ୟୋତି କରିଥିଲେ । ତେବେ ମୁରିଦକେ ସହରରୁ କେଉଁ ମିଶନ୍ ନେଇ ସେ ଭାରତ ଫେରିଥିଲେ ତାହା ଏଯାଏଁ ଜଣାପଡ଼ିନାହିଁ । ଏହି ମିଶନରେ ତାଙ୍କ ଛଡ଼ା ଆଉ କେତେ ଜଣ ଲୋକଙ୍କର ସଂପୃକ୍ତି ରହିଛି ତାହା ଜାଣିବା ପାଇଁ ପୁଲିସ ବାରମ୍ବାର ଜ୍ୟୋତିଙ୍କୁ ଜେରା କରୁଛି । ବର୍ତ୍ତମାନ ଜ୍ୟୋତି ମାଲହୋତ୍ରା ୫ ଦିନିଆ ରିମାଣ୍ଡରେ ହିସାର ପୁଲିସର କ୍ରାଇମ୍ ବ୍ରାଞ୍ଚ୍ କଷ୍ଟଡିରେ ରହିଛନ୍ତି । ପୁଲିସର କହିବାନୁସାରେ ଏହି ମିଶନରେ ଜ୍ୟୋତିଙ୍କ ସହ ଆହୁରି ୨୦ ରୁ ଅଧିକ ଲୋକ ସାମିଲ ଅଛନ୍ତି । ସୂତ୍ରରୁ ଖବର ମିଳୁଛି କି ଏହି ୨୦ ଜଣ ଲୋକ ସୋସିଆଲ୍ ମିଡିଆର ଜଣେ ଜଣେ ଇନ୍ଫୁଏନ୍ସର୍ । 

muridke
muridke Photograph: (google)

ଯେଉଁଠି ଅନ୍ୟ ଲୋକଙ୍କ ପାଇଁ ପାକିସ୍ତାନର ଅନେକ ସ୍ଥାନରେ ପ୍ରତିବନ୍ଧିତ ଅଞ୍ଚଳର ବୋର୍ଡ ଲାଗୁଥିଲା । ସେଠାରେ ଜ୍ୟୋତି ମାଲହୋତ୍ରାଙ୍କ କ୍ଷେତ୍ରରେ ଏପରି କୌଣସି ବାରଣ ନଥିଲା । ଜ୍ୟୋତି ବିନ୍ଦାସ୍ ହୋଇ ପାକିସ୍ତାନ ବୁଲୁଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ପାକ୍ ପୁଲିସ ନିଜେ ଜ୍ୟୋତିଙ୍କ ସୁରକ୍ଷା ପାଇଁ ସିକ୍ୟୁରିଟି ସୁବିଧା ଯୋଗାଉଥିଲେ । ସେ ଅନେକ ଥର ଏମିତି ସ୍ଥାନକୁ ଯାଇଛନ୍ତି ଯେଉଁଠିକୁ ଅନ୍ୟ ଭାରତୀୟ ଆଦୌ ଯାଇପାରିବେ ନାହିଁ । POK ଠାରୁ ଆରମ୍ଭ କରି ଇସଲାମାବାଦ , କରାଚି , ମୁରିଦକେ ଭଳି ସ୍ଥାନକୁ ଯାଇଥିଲେ ଏହି ଯୁବତୀ । ଏଭଳି ସ୍ଥାନକୁ ଯିବାର ସୁବିଧା ପାକିସ୍ତାନର ହାଇକମିସନର ଏହସାନ୍-ଉର-ରହିମ ଓରଫ ଦାନିଶ ପାକିସ୍ତାନ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀ ଶାକିରଙ୍କ ଦ୍ବାରା କରାଉଥିଲେ । ପୁଲିସର କହିବାନୁସାରେ ପହଲଗାମ ଆକ୍ରମଣର ୩ ଦିନ ପୂର୍ବରୁ ଜ୍ୟୋତି କାଶ୍ମୀରରେ ଥିଲେ । ଏହି ସମୟରେ ସେ ଉକ୍ତ ସ୍ଥାନକୁ ମଧ୍ୟ ଯାଇଥିଲେ ଯେଉଁଠାରେ ଧର୍ମ ପଚାରି ୨୬ ପର୍ଯ୍ୟଟକଙ୍କୁ ଗୁଳି ମାରିଥିଲେ ଆତଙ୍କବାଦୀ । ଅପରେସନ ସିନ୍ଦୂର ସମୟରେ ମଧ୍ୟ ଜ୍ୟୋତି ପାକ୍ ଅଧିକାରୀ ଦାନିଶଙ୍କ ସହ କଥାବାର୍ତ୍ତା କରୁଥିଲେ ।