ଭାରତର ଝିଅ ହୋଇ ଭାରତକୁ ହିଁ ଧୋକା ଦେଲେ ଜ୍ୟୋତି । ‘Travel with JO’ ନାମକ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାଣ୍ଡେଲ୍ କରୁଥିବା ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲେ । ଟ୍ରାଭେଲ୍ ବ୍ଲଗ୍ କରୁ କରୁ ଶତ୍ରୁଦେଶ ପାଇଁ କାମ କରିବା ଆରମ୍ଭ କରିଥିଲେ ଏହି ଯୁବତୀ । ଗିରଫ ହେବା ପରେ ପୁଲିସ ଆଗରେ ସବୁ ସତ ଉଗାରି ଥିଲେ ଜ୍ୟୋତି । ଏଥିପାଇଁ ତାଙ୍କୁ ମୋଟାଅଙ୍କର ଟଙ୍କା ତ ମିଳୁଥିଲା କିନ୍ତୁ ମାଗଣାରେ ବିଦେଶ ବୁଲିବାକୁ ମଧ୍ୟ ସୁବର୍ଣ୍ଣ ସୁଯୋଗ ମିଳୁଥିଲା । ସରଳ ଭାଷାରେ କହିବାକୁ ଗଲେ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିଲେ ଜ୍ୟୋତି । 

Advertisment
jyoti Malhota
jyoti Malhota Photograph: (google)

ଜ୍ୟୋତି ଛୁଟି କାଟିବା ପାଇଁ ବାରମ୍ବାର ବିଦେଶ ଗସ୍ତ କରୁଥିଲେ ସତ କିନ୍ତୁ ନିଜ ଟଙ୍କାରେ ନୁହେଁ । ବିଦେଶ ଗସ୍ତର ସମ୍ପୂର୍ଣ୍ଣ ଖର୍ଚ୍ଚ ଉଠାଉଥିଲେ ପାକିସ୍ତାନ ଅଧିକାରୀ । ସୂତ୍ରରୁ ଖବର ମିଳିଛି ଯେ କେବଳ ପାକିସ୍ତାନ ନୁହେଁ ଚୀନରେ ମଧ୍ୟ ଜ୍ୟୋତିଙ୍କୁ ଭିଆଇପି ଟ୍ରିଟମେଣ୍ଟ୍ ମିଳୁଥିଲା । ସେ ୩ ଥର ପାକିସ୍ତାନ ଯାଇଥିବା ବେଳେ ଥରେ ଚୀନ୍ ଗସ୍ତ କରି ସାରିଛନ୍ତି ଏବଂ ଅନେକ ଥର କାଶ୍ମୀର ଯାଇଛନ୍ତି । ଜ୍ୟୋତି ପାକିସ୍ତାନ ଆର୍ମି ଅଫିସରଙ୍କ ସହ ମିଶି ବିଦେଶ ଟ୍ରିପ୍ କରୁଥିଲେ । ଇଣ୍ଡୋନେସିଆରୁ ଆରମ୍ଭ କରି ଦୁବାଇ , ଭୁଟାନ , ବାଂଲାଦେଶ ଏବଂ ନେପାଳ ଟ୍ରିପ୍ ସେ ପାକ୍ ଅଫିସରଙ୍କ ସହ ମିଶି କରିଛନ୍ତି । ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ଭିଡିଓ ସୁଟ୍ କରିବା କଥା କହି ବିଦେଶ ବୁଲୁଥିଲେ । ହରିୟାଣା ହିସାରର ଏହି ଝିଅ ୨୦୨୩ ରେ ପ୍ରଥମଥର ପାଇଁ ପାକିସ୍ତାନ ଯାଇଥିଲେ ଏବଂ ଏହା ପରଠାରୁ ହିଁ ସେ ଗୁଇନ୍ଦାଗିରି କାମ ଆରମ୍ଭ କରିଥିଲେ । 

JYOTII
JYOTII Photograph: (google)

ଇନଷ୍ଟା ଏବଂ ୟୁଟ୍ୟୁବରେ ଲୋକପ୍ରିୟ ହୋଇଥିବା ଜ୍ୟୋତିଙ୍କ ଗୋଟିଏ ଗୋଟିଏ ଭିଡିଓ ମିଲିୟନ୍ ଭ୍ୟୁ କ୍ରସ୍ କରିଛି । ଯୁବତୀଙ୍କୁ ଇନଷ୍ଟାରେ ୧୩୮ ହଜାର ଲୋକ ଫଲୋ କରୁଥିବା ବେଳେ ୟୁଟ୍ୟୁବରେ ୩୮୧ ହଜାର ସବସ୍କ୍ରାଇବର ଅଛନ୍ତି । ପୁଲିସକୁ ପ୍ରଥମେ ସେ ବ୍ଲଗର୍ ବୋଲି ହିଁ କହୁଥିଲେ କିନ୍ତୁ ସତ ସାମ୍ନାକୁ ଆସିବା ପରେ ଜ୍ୟୋତିଙ୍କ ମୁଖା ଖୋଲିଲା । ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ୍ ସହ ସଂପର୍କରେ ଥିବା କଥା ସେ ପୁଲିସ ଆଗରେ କହିଥିଲେ । ତାଙ୍କ ଉପରେ ଅଭିଯୋଗ ଲାଗିଛି କି ଅପରେସନ ସିନ୍ଦୂର ଏବଂ ସେନା ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଆତଙ୍କୀସ୍ତାନକୁ ଯୋଗାଉଥିଲେ ଭାରତରେ ରହୁଥିବା ଏହି ଦେଶଦ୍ରୋହୀ ।