ବିଲରେ ଶୋଇଛି ବିରାଟ ବଉଳା କୁମ୍ଭୀର : ଛାନିଆରେ ପୂରା ଗାଁ

ଗାଁ ଲୋକେ ଏତେ ବଡ଼ କୁମ୍ଭୀରକୁ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି । ନା’ କାମ କରିବାକୁ ଯାଇ ପାରୁଛନ୍ତି , ନା’ ବିଲ ଭିତରକୁ ଯାଇ ପାରୁଛନ୍ତି । କେବଳ ଦୂରରେ ରହି କୁମ୍ଭୀର ଯିବାକୁ ଅପେକ୍ଷା କରୁଛନ୍ତି ଗାଁ ଲୋକ ।

crocodile

crocodile Photograph: (KanakNews)

କନକ ବ୍ୟୁରୋ : କୁମ୍ଭୀରଙ୍କ ନାଁ ଆସିଲେ ଆଗ ମୁଣ୍ଡକୁ ଆସେ କେନ୍ଦ୍ରାପଡ଼ା । କେତେବେଳେ ପୋଖରୀରେ ଗାଧୋଇବା ସମୟରେ କେଉଁ ବୃଦ୍ଧକୁ ଟାଣିନିଏ ତ ଆଉ କେତେବେଳେ ବଢ଼ିପାଣିରେ ଭାସି କେନ୍ଦ୍ରାପଡ଼ାବାସୀଙ୍କ ମନରେ ଆତଙ୍କ ରଚିଥାଏ ଏହି କୁମ୍ଭୀର । ପୂର୍ବରୁ କୁମ୍ଭୀର ଓ କେନ୍ଦ୍ରାପଡ଼ାକୁ ନେଇ ଅନେକ ଖବର ଆପଣ ଗଣମାଧ୍ୟମରେ ଦେଖିଥିବେ । କିନ୍ତୁ ବର୍ତ୍ତମାନ ଯେଉଁ ଖବର ଆସୁଛି ସେଥିରେ ୩ ଦିନ ହେଲା ଭୟଭିତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ । ପୁଣି ଅଞ୍ଚଳବାସୀଙ୍କୁ ନାକେଦମ୍ କଲାଣି ବଉଳା କୁମ୍ଭୀର । ପାଠକବନ୍ଧୁ ହଁ  , ବିଲ ମୁଣ୍ଡରେ ଜଗିରହିଛି ବିରାଟକାୟ ବଉଳା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ କୁମ୍ଭୀରର ଆତଙ୍କ । ଗୋପାଳପୁର ଓ କେରଡାଗଡ଼ ମୁଖ୍ୟ ରାସ୍ତା ନିକଟସ୍ଥ ଘୋଡ଼ାପାରିଆ ଗାଁ ଛକ ନିକଟସ୍ଥ ବିଲ ମୁଣ୍ଡରେ ୩ ଦିନ ହେଲା ଏହି କୁମ୍ଭୀରଟି ଶୋଇ ରହୁଛି । ରାତି ବେଳା ହେଲେ ନିକଟସ୍ଥ କେନାଲ ଓ ପୋଖରୀରେ ପଶି ମାଛ ଖାଇବା ପରେ ପୁଣି ଆସି ବିଲ ମୁଣ୍ଡରେ ଶୋଇ ରହୁଛି । 

ଗୋବର ବିକି ମାଲାମାଲ୍ : ବିଦେଶୀ ମାର୍କେଟରେ ୪୦୦ କୋଟିର ବେପାର ଦେଉଛି ଗୋବର

ଗାଁ ଲୋକେ ଏତେ ବଡ଼ କୁମ୍ଭୀରକୁ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି । ନା’ କାମ କରିବାକୁ ଯାଇ ପାରୁଛନ୍ତି , ନା’ ବିଲ ଭିତରକୁ ଯାଇ ପାରୁଛନ୍ତି । କେବଳ ଦୂରରେ ରହି କୁମ୍ଭୀର ଯିବାକୁ ଅପେକ୍ଷା କରୁଛନ୍ତି ଗାଁ ଲୋକ । ସ୍ଥାନୀୟ ଲୋକେ ପୋଖରୀ ଓ କେନାଲ ଉପରେ ନିର୍ଭରଶୀଳ ହୋଇଥିବାରୁ ଧନଜୀବନ କ୍ଷତି ହେବାର ଆଶଙ୍କା ରହିଛି । ତେଣୁ ତୁରନ୍ତ ବନବିଭାଗ ଏହି କୁମ୍ଭୀରଟିକୁ ଏଠାରୁ ଉଦ୍ଧାର କରିବାକୁ ଜନସାଧାରଣରେ ଦାବି ହୋଇଛି ।  
 

ଦୁବାଇରେ ଚାକିରି କରିବାକୁ ଚାହୁଛନ୍ତି କି? ଜାଣନ୍ତୁ ଦରକାର କେଉଁ ଭିସା? ମାତ୍ର ଏତିକି ଟଙ୍କାରେ ହୋଇଯିବ କାମ

ତେବେ ନିକଟରେ ଗୋବରୀ ନଦୀ କୂଳରେ ଛେଳି ଚରାଉଥିବା ବେଳେ ମହାକାଳପଡ଼ା ବେଣାକନ୍ଦା ଗାଁର ଲକ୍ଷ୍ମୀ ଦଳେଇଙ୍କୁ ଟାଣିନେଇଥିଲା କୁମ୍ଭୀର । ଏହାପୂର୍ବରୁ ମହାକାଳପଡାରେ କୁମ୍ଭୀର ଆକ୍ରମଣରେ ଗତ ୫ ବର୍ଷରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । କେବଳ ମହାକାଳପଡାରେ ନୁହେଁ ଦୀର୍ଘଦିନ ଧରି କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଉଛି କୁମ୍ଭୀର । ଖାସ୍ କରି ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗର ବ୍ଲକର ବିଭିନ୍ନ ନଦୀ ନାଳରେ ମାଳ ମାଳ କୁମ୍ଭୀର । ନଦୀ ଉପରେ ନୀର୍ଭରଶୀଳ ଲୋକଙ୍କର ଏବେ ନିଦ ହଜାଇ ଦେଇଛି କୁମ୍ଭୀର । ସରକାରୀ ତଥ୍ୟ ଅନୁସାରେ ଗତ ୫ ବର୍ଷରେ ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଯାଇଛି ୨୨ ଜୀବନ । ୨୦ ବର୍ଷରେ କୁମ୍ଭୀର ମୁହଁରେ ଯାଇଛି ୧୦୦ରୁ ଅଧିକ ଜୀବନ । ହେଲେ ବାସ୍ତବରେ ଏହି ସଂଖ୍ୟା ବେଶ ଅଧିକ । ଡାଙ୍ଗମାଳରେ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ଥିବାରୁ ପ୍ରତିବର୍ଷ କୁମ୍ଭୀର ସଂଖ୍ୟା ନଦୀ ନାଳରେ ବଢୁଛି । ଏହି କୁମ୍ଭୀରଙ୍କର ଶିକାର ହେଉଛନ୍ତି ନୀରିହ ଲୋକ । କୁମ୍ଭୀର ସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗ ଖୁସିବ୍ୟକ୍ତ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ କିନ୍ତୁ କୁମ୍ଭୀର ଭୟରେ ଆତଙ୍କିତ ଭାବେ ଜୀବନ ବିତାଉଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe