କନକ ବ୍ୟୁରୋ: ସବୁଜିମାର ଶାଢ଼ି ପିନ୍ଧି ପ୍ରକୃତି ରାଣୀ ଯେଉଁଠି ଗାଏ ଗୀତ, ସେ ହେଉଛି କୋରାପୁଟ । କୋରାପୁଟ ଏକଦା ଯେଉଁ ଜିଲ୍ଲା ପରିଚୟ କ’ଣ ଜାଣିନଥିଲା ଆଜି ସେହି ଜିଲ୍ଲା ବିଶ୍ବସ୍ତରରେ ମୁଣ୍ଡ ଟେକି ଛିଡ଼ା ହୋଇଛି । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ରେ କୋରାପୁଟ କଫି ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ‘‘କୋରାପୁଟ କଫିର ସ୍ୱାଦ ଆଶ୍ଚର୍ଯ୍ୟଜନକ , କେବଳ ସ୍ୱାଦ ନୁହେଁ ଏହି କଫି ଚାଷ ଲୋକଙ୍କୁ ମଧ୍ୟ ଲାଭ ଦେଉଛି । କୋରାପୁଟରେ ଏପରି ଲୋକ ଅଛନ୍ତି ଯେଉଁମାନେ ନିଜର ନିଷ୍ଠାପର ଆଗ୍ରହ ଦ୍ୱାରା କଫି ଚାଷ କରୁଛନ୍ତି । ଏହି କଫି ସାରା ବିଶ୍ୱରେ ବହୁତ ଲୋକପ୍ରିୟ ହେଉଛି । ସେଥିପାଇଁ କଫିପ୍ରେମୀମାନେ କୁହନ୍ତି କୋରାପୁଟ କଫି ହେଉଛି ସବୁଠାରୁ ସର୍ବୋତ୍ତମ । ଏହା ଭାରତରେ ପ୍ରସ୍ତୁତ ହୁଏ ସତ କିନ୍ତୁ ସାରା ବିଶ୍ୱ ଏହାର ପ୍ରେମରେ ପଡ଼େ ।’’
/filters:format(webp)/kanak/media/media_files/2025/10/27/koraput-coffee-2025-10-27-09-49-56.jpg)
କୋରାପୁଟ କଫିର ଯଦି କଥା କହିବା ପାଖରେ ଥିଲା ସମ୍ବଳ, ହେଲେ ନଥିଲା ବୈଷୟିକ ଜ୍ଞାନକୌଶଳ । ଜଙ୍ଗଲରେ ହେଉଥିଲା କଫି ଚାଷ, ଆଉ ଏହାକୁ ଆଦରୀ ନେଇଥିଲେ ଚାଷୀ । ହେଲେ ସେହି ସମୟରେ କଫିକୁ ପ୍ରଧାନ୍ୟ ଦିଆଯାଉନଥିଲା । ସମୟକ୍ରମେ ବଢ଼ିଲା କଫିର ଚାହିଦା ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ହେଲା । କୋରାପୁଟ କଫି ଉନ୍ନୟନ ପରିଷଦ, କଫି ବୋର୍ଡ ଓ କଫି ଡେଭେଲପମେଣ୍ଟ ଟ୍ରଷ୍ଟର ମିଳିତ ପ୍ରୟାସରେ ଖୋଲାଗଲା କଫି ପ୍ରକ୍ରିୟାକରଣ ୟୁନିଟ । ତା’ପରେ କୋରାପୁଟ କଫି ବୋର୍ଡ ପାଇଲା ସ୍ବତନ୍ତ୍ର ପରିଚୟ । ଏବେ କୋରାପୁଟ ବ୍ରାଣ୍ଡରେ ବିକ୍ରି ହେଉଛି କଫି । କୋରାପୁଟ କଫିର ମହକରେ ମହକୁଛି ସାରା ବିଶ୍ବ । ଅପରିଚିତ କୋରାପୁଟ କଫି ପାଇଛି ବ୍ରାଣ୍ଡ ଭ୍ୟାଲିର ମାନ୍ୟତା ।
/filters:format(webp)/kanak/media/media_files/2025/10/27/koraput-coffee-1-2025-10-27-09-50-33.jpg)
ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାର ପ୍ରୟାସରେ କୋରାପୁଟ ଅଞ୍ଚଳରେ କଫି ଚାଷର ସମ୍ଭାବନା ଓ ଆଦିବାସୀ ବହୁଳ ଅଞ୍ଚଳରେ ଅର୍ଥନୈତିକ ବ୍ୟବସ୍ଥାରେ ଉନ୍ନତି ହୋଇପାରିଛି । କଫି ବୋର୍ଡର ବୈଷୟିକ ଜ୍ଞାନ କୌଶଳ ସାଙ୍ଗକୁ ଏହି ଗବେଷଣା କେନ୍ଦ୍ରରେ ଗାଁ ପାଖ ଜଙ୍ଗଲରେ କିପରି କଫି ଚାଷ କରିହେବ ତାହାର ପ୍ରଦର୍ଶନୀ ଚାଷୀଙ୍କୁ ଅନେକ ମାତ୍ରାରେ ପ୍ରେରଣା ଯୋଗାଇଦେଇଛି । ଛୋଟବଡ଼ କଫି ବଗିଚାରେ ସ୍ଥାନୀୟ ଲୋକେ କାମ ପାଇପାରିଛନ୍ତି । ଚାଷୀମାନେ ପ୍ରଥମେ ପାଚିଲା କଫି ମଞ୍ଜିକୁ ତୋଳି ସଫା କରିବା ପରେ ଚୋପା ଛଡ଼ାଇ ଶୁଖାଇ ଦେଉଛନ୍ତି । ତାପରେ ମଞ୍ଜି ଭଲଭାବେ ସୁଖିଗଲା ପରେ ଭାଜୁଛନ୍ତି । ଏହା ଭାଜି ହେବା ପରେ ଗୁଣ୍ଡ ପ୍ରସ୍ତୁତ କରି କୋରାପୁଟ ବ୍ରାଣ୍ଡରେ ବିକ୍ରି କରାଯାଉଛି । ଏଥିଲାଗି ଜିଲ୍ଲାରେ ଅନ୍ୟୁନ ୩ ହଜାର କ୍ଷୁଦ୍ର ଚାଷୀ ଲାଭାନ୍ଵିତ ହେଉଛନ୍ତି । କଫି ବଗିଚାରେ କାମ ପାଉଥିବା ଯୋଗୁଁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଦାଦନ ପାଇଁ ବାହାରକୁ ଯିବାକୁ ପଡୁନାହିଁ । ଜିଲ୍ଲାରେ କଫି ଦାନାର ବିକ୍ରୟ ବାର୍ଷିକ ୧୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେଉଛି । ଏବେ କୋରାପୁଟ କଫି ଭାବରେ କଫି ଗୁଣ୍ଡ ମଧ୍ୟ ରାଜ୍ୟ ତଥା ଦେଶବିଦେଶରେ ଉତ୍ତମ ବଜାର ସୃଷ୍ଟି କରିଛି ।
ସଂକ୍ଷେପରେ କହିବାକୁ ଗଲେ କମାଲ କରୁଛି କୋରାପୁଟ କଫି । ରାଜ୍ୟରେ ସର୍ବାଧିକ କଫି ଚାଷ ହେଉଥିବା ଜିଲ୍ଲାର ମାନ୍ୟତା ପାଇ କୋରାପୁଟ ଏ କ୍ଷେତ୍ରରେ ଅଗ୍ରଗତି କରିଛି । ଖାଲି କଫି ପ୍ୟାକେଟରେ ନୁହେଁ ବରଂ ରାଜ୍ୟର ସମସ୍ତ କ୍ୟାଫେରେ ମିଳୁଛି କୋରାପୁଟ କଫିର ମହକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/27/koraput-coffee-333-2025-10-27-09-53-00.jpg)