ତକିଆର ବି ଥାଏ ଏକ୍ସପାଏରି ଡେଟ୍ , କେତେ ଦିନରେ ଥରେ ବଦଳାଇବେ ତକିଆ ?

Advertisment

କୌଣସି ତକିଆର ବ୍ୟବହାର ସୀମିତ ସମୟ ପାଇଁ ହିଁ କରିବା ଆବଶ୍ୟକ । ଯଦି ଆପଣଙ୍କ ତକିଆ ସେପ୍ ରେ ରହୁନାହିଁ କିମ୍ବା ଗୋଟିଏ ଗୋଟିଏ ସ୍ଥାନରେ କଠିନ ହେଲା ଭଳି ଲାଗୁଛି , ପୂର୍ବ ପରି ରଙ୍ଗ ନହୋଇ କଳା ପଡ଼ିଯାଉଛି ତେବେ ଏଭଳି ସମୟରେ ସେହି ତକିଆକୁ ଆଉ ବ୍ୟବହାର କରନ୍ତୁ ନାହିଁ ।

କୌଣସି ତକିଆର ବ୍ୟବହାର ସୀମିତ ସମୟ ପାଇଁ ହିଁ କରିବା ଆବଶ୍ୟକ । ଯଦି ଆପଣଙ୍କ ତକିଆ ସେପ୍ ରେ ରହୁନାହିଁ କିମ୍ବା ଗୋଟିଏ ଗୋଟିଏ ସ୍ଥାନରେ କଠିନ ହେଲା ଭଳି ଲାଗୁଛି , ପୂର୍ବ ପରି ରଙ୍ଗ ନହୋଇ କଳା ପଡ଼ିଯାଉଛି ତେବେ ଏଭଳି ସମୟରେ ସେହି ତକିଆକୁ ଆଉ ବ୍ୟବହାର କରନ୍ତୁ ନାହିଁ ।

Dirty pillow

Dirty pillow Photograph: (KanakNews)

କନକ ବ୍ୟୁରୋ : ଔଷଧଠାରୁ ଆରମ୍ଭ କରି ଖାଦ୍ୟପଦାର୍ଥ ପର୍ଯ୍ୟନ୍ତ ପ୍ରାୟ ସବୁର ଏକ୍ସପାଏରି ଡେଟ୍ ଥାଏ । ବେଳ ଥାଉ ଥାଉ ବ୍ୟବହାର କରି ନଚେତ୍ ତାରିଖ ଯଦି ଶେଷ ହୋଇଯାଇଥିବ ତା’ହେଲେ ଆମେ ତାକୁ ଫୋପାଡ଼ି ଦେଇଥାଉ। କିନ୍ତୁ ସବୁଦିନ ଶୋଇବା ସମୟରେ ବ୍ୟବହାର ହେଉଥିବା ତକିଆର କେବେ ଏକ୍ସପାଏରି ଡେଟ୍ ଥାଏ କି ? ଏହାକୁ ନେଇ ବେଳେବେଳେ ଆମ ମନରେ ପ୍ରଶ୍ନ ଉଠେ । ଏଭଳି ଏକ ପ୍ରଶ୍ନକୁ ନେଇ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର୍ ହୋଇଥିଲା । ଭିଡିଓରେ କୁହାଯାଇଥିଲା ଯେ ଅନେକ ସମୟରେ ଆମେ ତକିଆକୁ ମୋଡ଼ି ଥାଉ । ସେହି ସମୟରେ ଯଦି ତକିଆ ପୂର୍ବ ଅବସ୍ଥାକୁ ନ ଆସେ ତା’ହେଲେ ତାକୁ ଫୋପାଡ଼ିବାର ସମୟ ଆସିଗଲାଣି ବୋଲି ଜାଣିନିଅନ୍ତୁ । କାରଣ ସେତେବେଳେ ତକିଆର ଏକ୍ସପାଏରି ଡେଟ୍ ଆସିଯାଇଥାଏ । 

ମଣିଷ ମାଂସ ଖାଏ ମୁଗ ଡାଲି ! IAS ଇଣ୍ଟରଭ୍ୟୁରେ ପଚରାଗଲା ପ୍ରଶ୍ନ ; କ’ଣ ରହିଛି ଏହା ପଛର ସତ୍ୟତା ?

pillow
pillow Photograph: (google)

ପରିସ୍ରା ରୋକିବା ଭାରି ଭୟଙ୍କର : ଡାକିଆଣିବ ଘାତକ ରୋଗ , ସତର୍କ କରାଇଲେ ଡାକ୍ତର

ଏହି ମାମଲାକୁ ନେଇ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ଡାକ୍ତର କରୁଣା କସମେଟିକ୍ ସ୍କିନ୍ ଏବଂ ହୋମିଓ କ୍ଲିନିକର ସଂସ୍ଥାପକ ତଥା କସ୍ମେଟୋଲୋଜିଷ୍ଟ୍ ଡାକ୍ତର କରୁଣା ମଲୋହୋତ୍ରା କହିଥିଲେ ଯେ ସମୟ ବଢ଼ିବା ସହିତ ତକିଆରେ ଧୂଳିର କଣିକା ଜମିଯାଏ । ମୁଣ୍ଡର ଡେଡ୍ ସ୍କିନ୍ ସେଲ୍ସ ଏବଂ ତେଲ ଜମା ହେବାକୁ ଲାଗିଥାଏ । ଏଭଳି ସମୟରେ ଲମ୍ବା ସମୟ ଧରି ଗୋଟିଏ ତକିଆ ବ୍ୟବହାର କଲେ ଚର୍ମ ସମ୍ବନ୍ଧୀୟ ରୋଗର ଶିକାର ହେବାକୁ ପଡ଼ିଥାଏ । ଏଭଳି ତକିଆରେ କିଛି ସମୟ ପରେ ବ୍ୟାକ୍ଟେରିୟା ଏବଂ ମଇଳା ମଧ୍ୟ ଜମିବାରେ ଲାଗେ । ଯାହାଦ୍ବାରା ମୁହଁରେ ଦାଗ ଏବଂ ଆଲର୍ଜି ଭଳି ସମସ୍ୟା ବି ଦେଖାଯାଏ । କୌଣସି ତକିଆର ବ୍ୟବହାର ସୀମିତ ସମୟ ପାଇଁ ହିଁ କରିବା ଆବଶ୍ୟକ । ଯଦି ଆପଣଙ୍କ ତକିଆ ସେପ୍ ରେ ରହୁନାହିଁ କିମ୍ବା ଗୋଟିଏ ଗୋଟିଏ ସ୍ଥାନରେ କଠିନ ହେଲା ଭଳି ଲାଗୁଛି , ପୂର୍ବ ପରି ରଙ୍ଗ ନହୋଇ କଳା ପଡ଼ିଯାଉଛି ତେବେ ଏଭଳି ସମୟରେ ସେହି ତକିଆକୁ ଆଉ ବ୍ୟବହାର କରନ୍ତୁ ନାହିଁ । ଏଭଳି ତକିଆରେ ବ୍ୟାକ୍ଟେରିୟା ଜମିବା ସହ ବେକରେ ଯନ୍ତ୍ରଣା ମଧ୍ୟ କରାଇଥାଏ । କେବଳ ଏତିକି ନୁହେଁ ଏହି ତକିଆକୁ ଅଧିକ ସମୟ ଧରି ବ୍ୟବହାର କଲେ ଶରୀରର ଅଙ୍ଗଭଙ୍ଗି ମଧ୍ୟ ଖରାପ ହୋଇଥାଏ । ଏଭଳି ସମୟରେ ତକିଆର ରଙ୍ଗ ଏବଂ ସେପ୍ ଉପରେ ଥରେ ଧ୍ୟାନ ଦିଅନ୍ତୁ । 

ତେବେ ତକିଆକୁ କେତେ ଦିନରେ ଥରେ ବଦଳାଇବେ ଏହି ପ୍ରଶ୍ନରେ ଡାକ୍ତର କରୁଣା କହିଥିଲେ ଆମେ ଆମର ତକିଆକୁ ପ୍ରତି ୧ ରୁ ୨ ବର୍ଷ ଭିତରେ ବଦଳାଇଦେବା ଦରକାର । ଏହା ଆପଣଙ୍କ ହାଇଜିନ୍ ଏବଂ ବଡି ପୋସ୍ତର ପାଇଁ ନିହାତି ଜରୁରି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe