କନକ ବ୍ଯୁରୋ: ଆଜିକାଲି ଆମେ ସମସ୍ତେ ମୋବାଇଲ ଫୋନ୍‌ ଚାର୍ଜରେ ଲଗାଇ କାମ କରନ୍ତି, ଗେମ୍‌ ଖେଳନ୍ତି, ସୋସିଆଲ ମିଡିଆ ବ୍ୟବହାର କରନ୍ତି । ଖାଲି ଏତିକି ନୁହେଁ ବରଂ ଆମ ଭିତରୁ ଅନେକ ଲୋକ ମୋବାଇଲ ଫୋନ୍‌ରେ କଥାବାର୍ତ୍ତା ବି କରନ୍ତି । ହେଲେ ଏମିତି କରିବା ଦ୍ବାରା ଆମେ ବଡ଼ ଅସୁବିଧାର ସାମ୍ନା କରିପାରନ୍ତି । ଖାଲି ଅସୁବିଧା ହେବ ତାହା ନୁହେଁ ବରଂ ଜୀବନ ବି ଯାଇପାରେ ବୋଲି କୁହାଯାଉଛି । ଅବଶ୍ୟ ଏହା କେତେ ସତ କେତେ ମିଛ ସେନେଇ ବୈଜ୍ଞାନିକମାନେ ଅଧିକ ଅନୁସନ୍ଧାନ କରୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଚାର୍ଜରେ ଫୋନ୍‌ ଲଗାଇ ଯଦି ଆପଣ କିଛି କାମ କରୁଛନ୍ତି ତାହାଲେ ଏହା ଜୀବନ ନେଇପାରେ । 

Advertisment

ଚାର୍ଜରେ ମୋବାଇଲ ବସାଇ ଏମିତି କରୁଛନ୍ତି କି ? 
ସାବଧାନ ହୁଅନ୍ତୁ, ନହେଲେ …
ଚାର୍ଜରେ ଲଗାଇ ଫୋନ୍‌ରେ କଥା ହେଲେ
କେତେବେଳେ ବି ଯାଇପାରେ ଜୀବନ
ସାବଧାନ ରୁହନ୍ତୁ, ସତର୍କ ହୁଅନ୍ତୁ…

ମୋବାଇଲ ଫୋନ୍‌ ସହ ଆମେ କେତେ ଜଡ଼ିତ ତାହା ଆଉ କାହାକୁ କହିବାର ଆବଶ୍ୟକତା ନାହିଁ । ଅର୍ଥାତ୍‌ ପ୍ରତି ମୁହୂର୍ତ୍ତରେ ଆମେ ଫୋନ୍‌ର ବ୍ୟବହାର କରନ୍ତୁ । ବର୍ତ୍ତମାନ ଡିଜିଟାଲ ଯୁଗରେ ଆମେ କେତେ ଖାଆନ୍ତୁ କି ନଖାଆନ୍ତୁ ହେଲେ ମୋବାଇଲ ଫୋନ୍‌ରେ ରିଚାର୍ଜ କରିବାକୁ ଆଦୌ ଭୁଲନ୍ତି ନାହିଁ । ଖାସ କରି କରୋନା କାଳରେ ଯେବେ ଅନଲାଇନ୍‌ରେ କ୍ଲାସ ଆରମ୍ଭ ହୋଇଥିଲା ସେବେଠୁ ପିଲାମାନେ ବି ମୋବାଇଲ୍‌ରେ ବେଶ ଅଭ୍ୟସ୍ତ ହୋଇଯାଇଛନ୍ତି । ତେଣୁ ଚାର୍ଜ ସରିବା ପରେ ଆମେ ମୋବାଇଲ୍‌କୁ ଚାର୍ଜରେ ଲଗାଇ ଅନେକ କାମ କରନ୍ତି । ଯାହା ଆମ ଜୀବନକୁ ବିପଦରେ ପକାଇପାରେ । 

ଚାର୍ଜରେ ଲଗାଇ ମୋବାଇଲରେ କାମ କଲେ
ବ୍ୟାଟେରୀ ଉପରେ ସାଙ୍ଘାତିକ ପ୍ରଭାବ ପଡ଼େ
ଫୋନ୍‌ ଗରମ ହୋଇ ଫାଟିବାର ସମ୍ଭାବନା ଥାଏ

ଚାର୍ଜରେ ଲଗାଇ ମୋବାଇଲ ଫୋନ୍‌ ବ୍ୟବହାର କଲେ ଫୋନ୍‌ ଗରମ ହେଉଥିବା ଦେଖାଯାଏ । ଖାଲି ଏତିକି ନୁହେଁ ବରଂ ବ୍ୟାଟେରୀ ଉପରେ ପ୍ରଭାବ ପଡୁଥିବା କୁହାଯାଏ । ତେଣୁ କେତେବେଳେ ବି ଫୋନ୍‌ ଫାଟିଯିବାର ସମ୍ଭାବନା ଥାଏ । ତେଣୁ ମୋବାଇଲ ଫୋନ୍‌ ବ୍ୟବହାର କରିବା ବେଳେ ସାବଧାନ ଓ ସତର୍କ ରୁହନ୍ତୁ…

ଓରଜିନାଲ ଚାର୍ଜର ବ୍ୟବହାର କରନ୍ତୁ

ଚାର୍ଜ ସରିବା ମାତ୍ରେ ଫୋନ୍‌ ଚାର୍ଜ କରିବାକୁ ଆମେ ବ୍ୟଗ୍ର ହୁଅନ୍ତି । ଯଦି ଫୋନ୍‌ର ଚାର୍ଜର ନମିଳେ ତାହାଲେ ଆମେ କାହାର ବି ଚାର୍ଜରରେ ଫୋନ୍‌ ଚାର୍ଜ କରନ୍ତି । ଯାହା ଫୋନ୍‌ ଲାଗି ସାଙ୍ଘାତିକ ହୋଇପାରେ । ଖାଲି ଏତିକି ନୁହେଁ ବରଂ ଡୁପ୍ଲିକେଟ୍‌ ଚାର୍ଜର ବ୍ୟବହାର କଲେ ଫୋନ୍‌ର ଗୁଣବତା ବି କମିପାରେ । 

ଚାର୍ଜ ସମୟରେ ଫୋନ୍‌ ବ୍ୟବହାର କରନ୍ତୁ ନାହିଁ

ଯେଉଁ ସମୟରେ ମୋବାଇଲ ଚାର୍ଜ ହେଉଛି ସେହି ସମୟରେ ଫୋନ୍‌କୁ ଆଦୌ ବ୍ୟବହାର କରିବା ଅନୁଚିତ୍‌ । କାରଣ ଏମିତି କଲେ ବ୍ୟାଟେରୀ ଉପରେ ପ୍ରଭାବ ପଡ଼ିଥାଏ । ଏମିତିକି ଫୋନ୍‌ ଫାଟିଯିବାର ସମ୍ଭାବନା ରହେ। 

ଜରୁରୀଠୁ ଅଧିକ ଚାର୍ଜ କରନ୍ତୁ ନାହିଁ

ମୋବାଇଲ ଫୋନ୍‌ ଚାର୍ଜରେ ବସାଇ ଆମେ କାମ କରିବାରେ ବ୍ୟସ୍ତ ରହିଯାଆନ୍ତି । ଏହି ସମୟରେ ଫୋନ୍‌ ସଂପୂର୍ଣ୍ଣ ଭାବରେ ଚାର୍ଜ ହୋଇଯାଏ କିନ୍ତୁ ଆମେ ଧ୍ୟାନ ଦେଇନଥାନ୍ତି । ଯଦି ବାରମ୍ବାର ଏମିତି କରନ୍ତି ତାହାଲେ ବ୍ୟାଟେରୀ ଜୀବନ କମିଯାଏ । ଅବଶ୍ୟ ବର୍ତ୍ତମାନ ସମୟରେ ମୋବାଇଲ ଚାର୍ଜ ହେବା ପରେ ଅଟୋମେଟିକ୍‌ ଚାର୍ଜିଂ ବନ୍ଦ ହୁଏ କିନ୍ତୁ ଅଧିକ ସମୟ ଚାର୍ଜ ବସାଇବା ଠିକ୍‌ ନୁହେଁ । 

ଗରମ ସ୍ଥାନରେ ଫୋନ୍‌ ରଖିବା ଅନୁଚିତ୍‌

ଯେଉଁଠି ଆପଣ ସ୍ମାର୍ଟଫୋନ୍‌ ରଖୁଛନ୍ତି, ମନେ ରଖନ୍ତୁ ସେହି ସ୍ଥାନରେ ଖରା କିମ୍ବା ଅତ୍ୟଧିକ ଗରମ ଅନୁଭୂତ ହେଉନଥିବ । ଏମିତି ହେଲେ ବ୍ୟାଟେରୀ ଫାଟିଯିବାର ସମ୍ଭାବନା ରହିଛି । 

ବ୍ୟାଟେରୀ ସଂପୂର୍ଣ୍ଣ ଶେଷ ହେବା ପରେ ଚାର୍ଜ କରନ୍ତୁ

ବ୍ୟବହାର କରୁଥିବା ଫୋନ୍‌ର ବ୍ୟାଟେରୀକୁ କେବେ ବି ଶୂନ କରନ୍ତୁ ନାହିଁ । ଅର୍ଥାତ୍‌ ୨୦ ପ୍ରତିଶତ ଚାର୍ଜ ଥିଲେ ଚାର୍ଜ କରନ୍ତୁ । ଯଦି ଆପଣ ନିତିଦିନ ୨୦-୮୦ ପ୍ରତିଶତ ଚାର୍ଜ ରଖୁଛନ୍ତି ତାହାଲେ ଫୋନ୍‌ ଅଧିକ ଦିନ ଲାଷ୍ଟିଂ କରେ । ମୋଟ୍‌ ଉପରେ ଫୋନ୍‌ ବ୍ୟବହାର କରୁଥିବା ବେଳେ ଏହି ସବୁ କଥାକୁ ଧ୍ୟାନ ଦେଲେ ଆପଣଙ୍କ ଫୋନ୍‌ ବି ଅଧିକ ଦିନ ଲାଷ୍ଟିଂ କରିବ ।