ବିହାରରେ ମୋଡ଼ ବଦଳାଇଦେଲେ କି ମହିଳା ଭୋଟର, ଏଗଜିଟ୍ ପୋଲ ଆସିବା ପରେ ସ୍ପଷ୍ଟ ହେଉଛି ଚିତ୍ର

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ନିର୍ବାଚନ ଆୟୋଗ ତୁରନ୍ତ ମତାଦନ ହାର ଘୋଷଣା କରିଛନ୍ତି । ଏହି କ୍ରମରେ ବିହାରରେ ମୋଟ ୬୬.୯୧  ପ୍ରତିଶତ ଭୋଟିଂ ହୋଇଛି । ଏହା ବିହାର ଇତିହାସରେ ସବୁଠାରୁ ଅଧିକ ଭୋଟି । ୧୯୫୧ ରେ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନ ପରେ ଏପର୍ଯ୍ୟନ୍ତ ଏତେ ଅଧିକ ପ୍ରତିଶତ ଭୋଟିଂ ହୋଇନଥିଲା । ପ୍ରଥମ ପର୍ଯ୍ୟାୟରେ ୬୫.୦୮ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୬୮.୭୬ ପ୍ରତିଶତ ଭୋଟିଂ ହୋଇଛି ।

BIHAR

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ବା ଶେଷ ପର୍ଯ୍ୟାୟ ଆଜି ସମାପ୍ତ ହୋଇଛି । ମତଦାନ ସରିବା ପରେ ବିଭିନ୍ନ ସର୍ଭେ ସଂସ୍ଥା କରିଥିବା ଏଗଜିଟ୍ ପୋଲରେ ଏନଡିଏ ମେଣ୍ଟକୁ ବହୁମତ ମିଳିବାକୁ ଯାଉଛି । ସେପଟେ ନିର୍ବାଚନ ଆୟୋଗଙ୍କ ନୂଆ ରିପୋର୍ଟ ପୁଣିଥରେ ବିରୋଧୀ ମେଣ୍ଟକୁ ଭାବିବାକୁ ବାଧ୍ୟ କରିଦେଇଛି । 

ନିର୍ବାଚନ ଆୟୋଗ ମତଦାନ ହାର ସ୍ପଷ୍ଟ କରିଛନ୍ତି । ଏଥିରେ ମହିଳା ମତଦାତା ଚଳିତ ଥର ଇତିହାସ ରଚିଛନ୍ତି । ପୁରୁଷ ଭୋଟରଙ୍କ ତୁଳନାରେ ୨ କି ୪ ପ୍ରତିଶତ ନୁହେଁ ମହିଳା ଭୋଟର ଅଧିକ ୧୦ ପ୍ରତିଶତ ମତଦାନ କରିଛନ୍ତି । 

ଦିଲ୍ଲୀ ବିସ୍ଫୋରଣ ପରେ ସଜାଗ ଓଡ଼ିଶା, ସାରା ରାଜ୍ୟରେ ହାଇଆଲର୍ଟ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ନିର୍ବାଚନ ଆୟୋଗ ତୁରନ୍ତ ମତାଦନ ହାର ଘୋଷଣା କରିଛନ୍ତି । ଏହି କ୍ରମରେ ବିହାରରେ ମୋଟ ୬୬.୯୧  ପ୍ରତିଶତ ଭୋଟିଂ ହୋଇଛି । ଏହା ବିହାର ଇତିହାସରେ ସବୁଠାରୁ ଅଧିକ ଭୋଟି । ୧୯୫୧ ରେ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନ ପରେ ଏପର୍ଯ୍ୟନ୍ତ ଏତେ ଅଧିକ ପ୍ରତିଶତ ଭୋଟିଂ ହୋଇନଥିଲା । ପ୍ରଥମ ପର୍ଯ୍ୟାୟରେ ୬୫.୦୮ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୬୮.୭୬ ପ୍ରତିଶତ ଭୋଟିଂ ହୋଇଛି ।

ଏସଆଇଆର ଭୟରେ ପଶ୍ଚିମବଙ୍ଗରେ ଜଣେ ବୃଦ୍ଧଙ୍କ ଆତ୍ମହତ୍ୟା, ଏପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ

ସେପଟେ ଚଳିତ ନିର୍ବାଚନରେ ବିହାରରେ ମହିଳା ଭୋଟରଙ୍କ ହାର ୭୧.୬ ପ୍ରତିଶତ ରହିଛି । ଏହି କ୍ରମରେ ପୁରୁଷ ଭୋଟରଙ୍କ ହାର ୬୨.୮ ପ୍ରତିଶତ ରହିଛି । ଅର୍ଥାତ ପୁରୁଷଙ୍କ ତୁଳନାରେ ୯ ପ୍ରତିଶତ ଅଧିକ ମହିଳା ଭୋଟ ଦେଇଛନ୍ତି । ୨୦୧୫ ମସିହାରେ ୬୦.୫ ପ୍ରତିଶତ ମହିଳା ଭୋଟ ଦେଇଥିବା ବେଳେ ୨୦୨୦ ରେ ୬୩.୯ ପ୍ରତିଶତ ମହିଳା ଭୋଟ ଦେଇଥିଲେ । ହେଲେ ୨୦୨୫ ରେ ଏହି ହାର ୭୧.୬ ପ୍ରତିଶତ ରହିଛି । ଅର୍ଥାତ ପୂର୍ବ ୧୦ ବର୍ଷ ମଧ୍ୟରେ ବିହାରରେ ମହିଳାମାନେ ଲୋକତନ୍ତ୍ରକୁ ମଜବୁତ କରିବା ଦିଗରେ ଭାଗିଦାରୀ ବୃଦ୍ଧି କରିଛନ୍ତି । 

ପୁଲିସ ଏସଆଇ କେଳେଙ୍କାରୀ ମାମଲା; ପ୍ରକାଶ ପାଇଲା ସିବିଆଇ ତଦନ୍ତ ବିଜ୍ଞପ୍ତି

ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି କି, ଚଳିତ ଥର ମହିଳାଙ୍କ ଅଧିକ ମତଦାନ ନୀତିଶ କୁମାର ଓ ଏନଡିଏକୁ ଲାଭ ପହଂଚାଇଛନ୍ତି । କାରଣ ଦୁଇଦଶକ ଧରି ନୀତିଶ କୁମାରଙ୍କ ମହିଳା ଭୋଟ ବ୍ୟାଙ୍କ ମଜବୁତ  ରହିଛି । ନୀତିଶ କୁମାରଙ୍କ କନ୍ୟା ଉତ୍ଥାନ ଯୋଜନା, ଜୀବୀକା ଦିଦି, ସାଇକେଲ ଓ ଡ୍ରେସ୍ ଯୋଜନା, ମଦ ବ୍ୟାନ ଆଇନ ଭଳି ବ୍ୟବସ୍ଥା ମହିଳାମାନଙ୍କୁ ନୀତିଶ କୁମାରଙ୍କ ପ୍ରତି ପ୍ରଭାବିତ କରିଛି । 
ତେଜସ୍ୱୀ ଯାଦବଙ୍କ ଆରଜେଡି ବି ଚଳିତ ଥର ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଅନେକ ଘୋଷଣା କରିଥିଲେ । ମହିଳାଙ୍କୁ ରୋଜଗାର, ଓ ଦରଦାମ ବୃଦ୍ଧି କରିବା ଭଳି ପ୍ରସଙ୍ଗ ଉଠାଇଥିଲେ । ହେଲେ ଏଗଜିଟ୍ ପୋଲ କହୁଛି କି, ମହିଳା ଭୋଟର ଏବେ ବି ନୀତିଶ କୁମାରଙ୍କ ସହ ରହିଛନ୍ତି । ରାଜନୈତିକ ବିଶ୍ଳେଷକଙ୍କ କହିବା ମୁତାବକ ଆରଜେଡି ବିଶେଷ କରି ଯୁବ ଭୋଟର ଓ ବେରୋଜଗାରୀ ଉପରେ ଫୋକସ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe