କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ମଧ୍ୟରେ ପୁଣି ଜଣେ ବୃଦ୍ଧଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ଦକ୍ଷିଣ ଦିନାଜପୁରର ଶାନ୍ତ ଗାଁରେ ମଙ୍ଗଳବାର ଦିନ ୬୫ ବର୍ଷିୟ ଉସ୍ମାନ ମଣ୍ଡଳ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ରହିଛି କି, ଭୋଟର ତାଲିକାରେ ତାଙ୍କର ଜାତି ଭୁଲ ରହିଛି ଓ ତାଙ୍କୁ ବିଦେଶୀ ବୋଲି ଘୋଷଣା କରାଯିବା ଡରରେ ସେ ଆତ୍ମହତ୍ୟା କରିଛନ୍ତି ।
ପୁଲିସର ସୂଚନା ମୁତାବକ ଉସ୍ମାନ ମଣ୍ଡଳ ଦୀର୍ଘଦିନ ହେବ ତାଙ୍କ ଭୋଟର କାର୍ଡରେ ଜାତି ଭୁଲ ଥିବା ନେଇ ଚିନ୍ତାରେ ଥିଲେ । ଭୋଟର କାର୍ଡରେ ତାଙ୍କ ନାମ ଉସ୍ମାନ ମୁଲ୍ଲା ଥିଲା ହେଲେ ୨୦୦୨ ଭୋଟର ତାଲିକା ମୁତାବକ ତାଙ୍କ ନାମ ଉସ୍ମାନ ମଣ୍ଡଳ ଥିଲା । ପରିବାର ଲୋକଙ୍କ ଦାବି ହେଉଛି ଏସଆଇଆର ଘୋଷଣା ହେବା ପରେ ଉସ୍ମାନକୁ ଭୟ ଗ୍ରାସ କରିଥିଲା ।
ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ ଉସ୍ମାନ ଭୋଟର କାର୍ଡରେ ସଂଶୋଧନ କରିବାକୁ ସେ ଅନେକ ସରକାରୀ ଦପ୍ତର ଚକ୍କର ଲଗାଇଛନ୍ତି । ହେଲେ କେହି ବି ତାଙ୍କ ଗୁହାରି ଶୁଣିନଥିଲେ । ଏହାକୁ ନେଇ ସେ ଚିନ୍ତାରେ ଥିଲେ । ଉସ୍ମାନ ଏନେଇ ତାଙ୍କ ପରିବାର ଲୋକଙ୍କୁ କହିଥିଲେ କି ଯଦି ଭୋଟର କାର୍ଡ ଠିକ୍ ହୋଇନପାରେ ସେ ଫସିଯିବେ । ସେପଟେ ଉସ୍ମାନଙ୍କ ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୁଲିସ ଏହି ମାମଲାର ଯାଂଚ ଆରମ୍ଭ କରିଛି ।
ସ୍ଥାନୀୟ ଲୋକମାନେ ଉସ୍ମାନର ମୃତ୍ୟୁକୁ ବ୍ୟବସ୍ଥା ପ୍ରାୟୋଜିତ ବୋଲି କହିଛନ୍ତି । ସେପଟେ ସରକାରରେ ଥିବା ତୃଣମୂଳ କଂଗ୍ରେସ ଏନେଇ କେନ୍ଦ୍ର ଓ ରାଜ୍ୟର ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ୍ କରିଛି । କୁମାରଗଞ୍ଜର ବିଧାୟକ ତୋରାଫ ହୁସେନ କହିଛନ୍ତି କି, ଏସଆଇଆର ନାମରେ ମୁସଲମାନଙ୍କୁ ଟାର୍ଗେଟ୍ କରିବ ଓ ଦେଶର ବାହାର କରିବାକୁ ଯୋଜନା ଚାଲଇଛି । ଉସ୍ମାନ ମଣ୍ଡଳଙ୍କ ଆତ୍ମହତ୍ୟାର ଏହାର ପ୍ରମାଣ ବୋଲି ସେ କହିଛନ୍ତି ।
ବିଧାୟକ ଦାବି କରିଛନ୍ତି କି, ଏସଆଇର ହେବା ନେଇ ଘୋଷଣା ହେବା ପରେ ସାରା ରାଜ୍ୟରେ ଅତିକମରେ ୧୭ ଜଣ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ସେହି ଲୋକଙ୍କର ମୃତ୍ୟୁ ହୋଇଛି, ଯେଉଁମାନେ ନିଜର ପରିଚୟପତ୍ର ପ୍ରମାଣ ଦେବାକୁ ନେଇ ଚିନ୍ତାରେ ଥିଲେ । ହେଲେ ଉସ୍ମାନ ମଣ୍ଡଳଙ୍କ ମୃତ୍ୟୁକୁ ପୁଲିସ ଆତ୍ମହତ୍ୟା ବୋଲି କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/11/westbengal-2025-11-11-21-51-25.jpg)