କନକ ବ୍ୟୁରୋ: ବିହାରରେ ଏବେ ନିର୍ବାଚନ ଋତୁ । ଭୋଟ୍ ପଡ଼ିବାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଟେନସନ୍ ଏବେ ମୁଣ୍ଡ ଉପରେ । କାହିଁକି ନା ନୀତିଶଙ୍କ ସବୁଠୁ ବଡ଼ ଭୋଟ୍ ବ୍ୟାଙ୍କକୁ ଚୋରି କରିନେବାକୁ ଉଦ୍ୟମ କରିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ଯାହାକି ନିର୍ବାଚନରେ ନୀତିଶଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିପାରେ । ଖାଲି ସେତିକି ନୁହେଁ, ନୀତିଶଙ୍କ ରାଜନୀତିର ସମୀକରଣକୁ ମଧ୍ୟ ଦୋହଲାଇ ଦେଇପାରେ ।
ବିହାରରେ ନୀତିଶ କୁମାରଙ୍କ ସବୁଠୁ ବଡ଼ ବିଶ୍ୱସ୍ତ ଭୋଟ୍ ବ୍ୟାଙ୍କ୍ ହେଉଛନ୍ତି ମହିଳା ଭୋଟର । ମହିଳା ଭୋଟରଙ୍କୁ ହାତ କରି ନୀତିଶ ଏହା ପୂର୍ବରୁ ଅନେକ ନିର୍ବାଚନ ଜିତିସାରିଛନ୍ତି । ହେଲେ ଏଥର କିନ୍ତୁ ଏହି ମହିଳା ଭୋଟ୍ ବ୍ୟାଙ୍କ୍ ଉପରେ ତେଜସ୍ୱୀ ଯାଦବ ସବୁଠୁ ଅଧିକ ଫୋକସ୍ କରିବା ସହିତ, ନୀତିଶଙ୍କୁ କେମିତି ଚକମା ଦେବେ, ସେନେଇ କଷିଛନ୍ତି ରାଜନୀତିର ଗଣିତ ।
ସେଲିବ୍ରିଟି ପାଳିଲେ ଦୀପାବଳି : ସୋସିଆଲ ମିଡିଆରେ ସେୟାର କଲେ ଖୁସି
ଏଥର ବିହାର ବିଧାନସଭା ନିର୍ବାଚନ ପାଇଁ ଆରଜେଡି ୧୪୩ ଆସନରେ ନିଜର ପ୍ରାର୍ଥୀ ଦେଇଛି । ଯାହା ଭିତରୁ ସବୁ ପାର୍ଟିଙ୍କ ଅପେକ୍ଷା ଆରଜେଡି ଅଧିକ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛି । ୧୪୩ ଆସନ ଭିତରୁ ୨୪ ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛି ଆରଜେଡି । ଅନ୍ୟମାନଙ୍କ ଭିତରେ ବିଜେପି ଆଉ ଜେଡିୟୁ କେବଳ ୧୩ ଜଣ ଲେଖାଏଁ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବାବେଳେ, ଆରଜେଡି ସବୁଠୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଛି । ଯାହାଫଳରେ ଅଧିକରୁ ଅଧିକ ମହିଳା ଆରଜେଡି ସପକ୍ଷରେ ଭୋଟ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନଜର ପକାନ୍ତୁ ଆରଜେଡିର ଟିକେଟ୍ ବଣ୍ଟା ପଛରେ ଥିବା ସାମାଜିକ ସମୀକରଣ ଉପରେ...
• ଆରଜେଡି ସବୁଠୁ ଅଧିକ ୫୨ ଜଣ ପ୍ରାର୍ଥୀ ଯାଦବଙ୍କୁ ଦେଇଛି
• ତା ସହିତ ୧୨ ଜଣ ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ଟିକେଟ୍ ଦେଇଛି
• ସେହିପରି ୧୩ ଜଣ କୁଶବାହା ସମ୍ପ୍ରଦାୟର ଏବଂ ୨ ଜଣ କୁର୍ମୀ ସମ୍ପ୍ରଦାୟର ଲୋକଙ୍କୁ ଟିକେଟ୍ ଦେଇଛି
• ଆରଜେଡି ଏଥର ୨୦ ଜଣ ଅନୁସୂଚିତ ଜାତି ଆଉ ୧ ଜଣ ଅନୁସୂଚିତ ଜନଜାତି ଲୋକଙ୍କୁ ଟିକେଟ୍ ଦେଇଛି
• ଏହାସହ ଟିକେଟ୍ ବଣ୍ଟାବେଳେ ତେଜସ୍ୱୀ ଜାତି ସମୀକରଣକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି
ନୀତିଶ କୁମାରଙ୍କୁ ନିର୍ବାଚନରେ ସବୁଠୁ ଅଧିକ ମହିଳା ଭୋଟ୍ ଦେଇଥାନ୍ତି । ହେଲେ ଏଥର କିନ୍ତୁ ଏହି ମହିଳା ଭୋଟ୍ ବ୍ୟାଙ୍କ ଉପରେ ନଜର ପକାଇଛନ୍ତି ତେଜସ୍ୱୀ ଯାଦବ । ଯେତେବେଳେ ଏନଡିଏରେ ଥିବା ବିଜେପି ଏବଂ ଜେଡିୟୁ ମାତ୍ର ୧୩ ଜଣ ଲେଖାଏଁ ମହିଳା ପ୍ରାର୍ଥୀ ଦେଇଛନ୍ତି, ସେତେବେଳେ ଏକାକି ଆରଜେଡି ଦେଇଛି ୨୪ ମହିଳା ପ୍ରାର୍ଥୀ । ଯାହାକି ଏଥର ମହିଳା ଭୋଟରଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇପାରେ ।
ସାରା ବିଶ୍ବରେ ଆମେରିକା ରାଷ୍ଟ୍ରପତିଙ୍କ ବ୍ୟବହାରକୁ ନେଇ ଚର୍ଚ୍ଚା, ଚୀନ୍କୁ ପୁଣି ଟ୍ରମ୍ପଙ୍କ ଟାରିଫ୍ ଧମକ୍
ଜାଣିରଖିବା ଉଚିତ ଯେ, ଦେଶର ରାଜନୀତି ଏବେ କଡ଼ ଲେଉଟାଉଛି । ଅଧିକରୁ ଅଧିକ ମହିଳା ଏବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଉଥିବାବେଳେ, ସରକାର ବଦଳାଇବାର ମଧ୍ୟ ଦକ୍ଷତା ରଖୁଛନ୍ତି । ଆଉ ଏଭଳି ସମୟରେ ତେଜସ୍ୱୀ ଅଧିକରୁ ଅଧିକ ମହିଳା ପ୍ରାର୍ଥୀ ଦେଇ ଏହି ମହିଳା ବର୍ଗଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିଛନ୍ତି । ଯାହାକି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି ।