ସ୍କୁଲରେ ପିଲା ସ୍ମାର୍ଟଫୋନ୍‌ ବ୍ୟବହାର କରିବେ ନା ନାହିଁ ! କଣ କହିଲେ କୋର୍ଟ ?

Advertisment

ହାଇକୋର୍ଟଙ୍କ ଏମିତି ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କହିଛି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ କି ପିଲାମାନେ ସ୍କୁଲରେ ସ୍ମାର୍ଟଫୋନ୍‌ ବ୍ୟବହାର କରିପାରିବେ

ହାଇକୋର୍ଟଙ୍କ ଏମିତି ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କହିଛି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ କି ପିଲାମାନେ ସ୍କୁଲରେ ସ୍ମାର୍ଟଫୋନ୍‌ ବ୍ୟବହାର କରିପାରିବେ

Smart Phone In School

Smart Phone In School Photograph: (kanak News)

କନକ ବ୍ୟୁରୋ: ସ୍କୁଲରେ ପଢୁଥିବା ପିଲା ଏବେ ସ୍ମାର୍ଟଫୋନ୍‌ ବ୍ୟବହାର କରିବାରେ ବ୍ୟସ୍ତ । କରୋନା ପରଠାରୁ ପିଲାମାନେ ଅନଲାଇନ୍‌ କ୍ଲାସ କରୁଥିଲେ । ଏହି କ୍ଲାସ୍‌ ପରେ ପରେ ପିଲାଏ ସ୍ମାର୍ଟଫୋନ୍‌ରେ ଏମିତି ଅଭ୍ୟସ୍ତ ହୋଇଗଲେ ଯେ ସ୍କୁଲକୁ ବି ଫୋନ୍‌ ନେଇ ଯିବାରେ ବି ଲାଗିଲେଣି । ଯାହାକୁ ନେଇ ହାଇକୋର୍ଟ ବିରକ୍ତ ପ୍ରକାଶ କରିଛନ୍ତି । ଖାଲି ଏତିକି ନୁହେଁ ବରଂ ସ୍କୁଲରେ ସ୍ମାର୍ଟଫୋନ୍‌କୁ ସଂପୂର୍ଣ୍ଣ ବନ୍ଦ କରିବାକୁ କୋର୍ଟ ବିଚାର କରୁଥିବା ବେଳେ ଏନେଇ କିନ୍ତୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସ୍କୁଲରେ ପିଲାଙ୍କର ସ୍ମାର୍ଟଫୋନ୍‌ କେତେ ଜରୁରୀ ସେନେଇ ଓକିଲାତି କରିଛି ।

ସ୍କୁଲରେ ପିଲା ବ୍ୟବହାର କରୁଛନ୍ତି ସ୍ମାର୍ଟ ଫୋନ୍‌
ବିରକ୍ତ ପ୍ରକାଶ କଲେ ହାଇକୋର୍ଟ

ସୂଚନା ଅନୁସାରେ, କୋର୍ଟ ଏକ ନାବାଳକ ମାମଲାରେ ଶୁଣାଣି କରୁଥିଲେ । ଯେଉଁ ମାମଲାରେ ଜଣେ ନାବାଳକ ସ୍ମାର୍ଟ ଫୋନ୍‌ ନେଇ ସ୍କୁଲରେ ତାହାର ଦୁରୁପଯୋଗ କରିଥିଲେ । ଯାହାକୁ ନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ହେଲେ କୋର୍ଟ ସ୍କୁଲ ପିଲାଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମା ଅନୁସାରେ, ସ୍ମାର୍ଟଫୋନ୍‌ ସ୍କୁଲ ପିଲାଙ୍କ ଲାଗି କେତେ ଜରୁରୀ କେତେ ନୁହେଁ ସେନେଇ ବିଜ୍ଞପ୍ତି ପ୍ରକାଶ ପାଇବା ଆବଶ୍ୟକ । ଖାଲି ଏତିକି ନୁହେଁ ବରଂ ସ୍କୁଲ କର୍ତ୍ତୃପକ୍ଷ ଏନେଇ କୌଣସି ସାଲିସ ନକରି ବରଂ ସ୍କୁଲରେ ସଂପୂର୍ଣ୍ଣ ଭାବରେ ମୋବାଇଲ୍‌ ବନ୍ଦ କରିଦେବାର ଆବଶ୍ୟକତା ବୋଲି କହିଛନ୍ତି । ଏହାସହ କୋର୍ଟ କହିଛନ୍ତି, ସମୟ ଅନୁସାରେ ସବୁକିଛି ବଦଳିଯାଇଛି । ପୂର୍ବରୁ ଯେଉଁପରି ଭାବରେ ସ୍ମାର୍ଟଫୋନ୍‌ର ବ୍ୟବହାର ହେଉଥିଲା ଏବେ ସେମିତି ହେଉନି । ସ୍କୁଲପିଲା ଯେଉଁ ଢଙ୍ଗରେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି ତାହା ପିଲାଙ୍କ ଲାଗି କ୍ଷତିକାରକ ହୋଇପାରେ । ହେଲେ ଏବେକା ସମୟ ଅନୁସାରେ ପିଲାମାନେ ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଜରୁରୀ ହୋଇ ପଡ଼ିଛି ।

ହାଇକୋର୍ଟଙ୍କ ଏମିତି ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କହିଛି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ କି ପିଲାମାନେ ସ୍କୁଲରେ ସ୍ମାର୍ଟଫୋନ୍‌ ବ୍ୟବହାର କରିପାରିବେ । ହେଲେ କୋର୍ଟ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ପ୍ରତିଦିନ ପିଲାମାନେ ସ୍ମାର୍ଟଫୋନ୍‌ ସ୍କୁଲକୁ ନେଇକି ଯିବା ଉପରେ ରୋକ୍‌ ଲଗାଯାଇପାରିବ ନାହିଁ । ବରଂ ସ୍କୁଲରେ କେଉଁ ପିଲା ସ୍ମାର୍ଟଫୋନ୍‌ ନେଉଛନ୍ତି ଏବଂ ସେମାନେ ଏହାର ବ୍ୟବହାର କେମିତି କରୁଛନ୍ତି ସେନେଇ ଯାଂଚ ହେବାର ଆବଶ୍ୟକତା ରହିଛି । ଖାଲି ଏତିକି ନୁହେଁ ବରଂ ପାଠ ପାଇଁ ସେମାନେ ମୋବାଇଲ ବ୍ୟବହାର କରୁଛନ୍ତି କି ନାହିଁ ସେନେଇ ଯାଂଚ ହେବାର ଆବଶ୍ୟକତା ବି ରହିଛି । ଏବଂ ଯେଉଁ ସମୟରେ ସେମାନେ ମୋବାଇଲ୍‌ ବ୍ୟବହାର କରିବାର ଆବଶ୍ୟକତା ନାହିଁ ସେହି ସମୟରେ ମୋବାଇଲକୁ ସେମାନେ ଜମା କରିଦେବାର ଆବଶ୍ୟକତା ରହିଛି।

ସ୍କୁଲ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ସ୍କୁଲକୁ ପିଲାମାନେ ସ୍ମାର୍ଟଫୋନ୍‌ ନେଇଯାଉଥିବାକୁ ରୋକାଯାଇପାରିବ ନାହିଁ । ହେଲେ ବ୍ୟବହାର କରିବା ଉପରେ ନିୟନ୍ତ୍ରଣ କରାଯାଇପାରିବ । 

ଯେତେ ଦୂର ସମ୍ଭବ ସ୍କୁଲରେ ସ୍ମାର୍ଟଫୋନ୍‌ ଦାଖଲ କରିବା ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । 

କୌଣସି ବି ପରିସ୍ଥିତିରେ ସ୍ମାର୍ଟଫୋନ୍‌ ଅପବ୍ୟବହାର ନହେବ ସେନେଇ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । 

ଶ୍ରେଣୀ ଗୃହରେ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ ରୋକ ଲଗାଯିବାର ଆବଶ୍ୟକତା ରହିଛି । 

ସ୍କୁଲ ପରିସରରେ କ୍ୟାମେରାରେ କୌଣସି ରେକର୍ଡିଂ ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ରହିଛି । 

ପ୍ରତି ସ୍କୁଲରେ ସ୍ମାର୍ଟଫୋନ୍‌ର ଡିଜିଟାଲ୍‌ ବ୍ୟବହାର , ଅନଲାଇନ୍‌ ସୁରକ୍ଷା ଉପରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି ।

ଅତ୍ୟଧିକ ସ୍ମାର୍ଟଫୋନ୍‌ ବ୍ୟବହାର ଏବଂ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ରହିଛି । 

ମୋଟ୍‌ ଉପରେ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ ରୋକ ଲଗାଯିବା ନେଇ ଅନେକ ସମୟରେ ନିର୍ଦ୍ଦେଶନାମା ଆସୁ ବୋଲି ଦାବି ହେଉଛି । ହେଲେ କୋର୍ଟ ଏବେ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe