cow dung Photograph: (KanakNews)
କନକ ବ୍ୟୁରୋ : ଭାରତରେ ଅଲୋଡ଼ା କିନ୍ତୁ ବିଦେଶରେ ମୂଲ୍ୟବାନ । ଭାରତରେ ଯାହା ବାଟଘାଟରେ ପଡ଼ିରହୁଛି ତାହା ବିଦେଶରେ କୋଟି କୋଟି ଟଙ୍କାରେ ବିକ୍ରି ହେଉଛି । ଗୁହାଳ ଘରର ଏହି ମହଙ୍ଗା ଜିନିଷ ହେଉଛି ଗୋବର । ତେଲ ଏବଂ ଗ୍ୟାସ୍ ସମୃଦ୍ଧ କୁୱେତ ଏବଂ ଆରବ ଦେଶଗୁଡ଼ିକ ଭାରତରୁ ଟନ୍ ଟନ୍ ଗୋବର କିଣୁଛନ୍ତି । କିଛି ସମୟ ପୂର୍ବରୁ କୁୱେତ ଭାରତ ସହିତ ୧୯୨ ମେଟ୍ରିକ୍ ଟନ୍ ଗୋବର ପାଇଁ ଏକ ଅର୍ଡର ଦେଇଥିଲା, ଯାହା ପୂରଣ ହୋଇଥିଲା । ଉଭୟ ଦେଶ ଭାରତରୁ ବହୁ ପରିମାଣର ଗୋବର ଆମଦାନି କରୁଛନ୍ତି । କିନ୍ତୁ ମନରେ ପ୍ରଶ୍ନ ଆସେ ଯେ କୁୱେତ ଏବଂ ଆରବ ଦେଶଗୁଡ଼ିକ ଭାରତରୁ ଏତେ ଗୋବର କାହିଁକି ଆମଦାନି କରନ୍ତି ? ଯଦି ଆପଣ ମଧ୍ୟ ଏହି ବିଷୟ ଉପରେ ଅଜଣା ଅଛନ୍ତି ତାହେଲେ ଆସନ୍ତୁ ଏହା ପଛର କାରଣ ଜାଣିବା ।
ମଣିଷ ମାଂସ ଖାଏ ମୁଗ ଡାଲି ! IAS ଇଣ୍ଟରଭ୍ୟୁରେ ପଚରାଗଲା ପ୍ରଶ୍ନ ; କ’ଣ ରହିଛି ଏହା ପଛର ସତ୍ୟତା ?
ଭାରତକୁ ଫେରିଲା ୬୪,୦୦୦ କିଲୋ ସୁନା : RBI ନେଲା ବଡ଼ ନିଷ୍ପତ୍ତି , ଜାଣନ୍ତୁ କେଉଁଠି ରଖାଗଲା ଏତେ ସୁନା
କୃଷି ବୈଜ୍ଞାନିକଙ୍କ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଗୋବର ପାଉଡ଼ର ଭାବରେ ବ୍ୟବହାର କରିବା ଦ୍ୱାରା ଖଜୁରୀ ଫସଲ ବୃଦ୍ଧି ପାଇଥାଏ । ଏହାର ବ୍ୟବହାର ଫଳରେ ଖଜୁର୍ ବା ଯାହାକୁ ଡେଟ୍ ବୋଲି କୁହାଯାଏ,ଉକ୍ତ ଫଳର ଆକାର ଏବଂ ଉତ୍ପାଦନ ପରିମାଣ ଯଥେଷ୍ଟ ବୃଦ୍ଧି ପାଏ । ଯେବେଠାରୁ ଗୋବରର ମହତ୍ତ୍ବ ଏହି ଦେଶ ଜାଣିଲେଣି ସେବେଠାରୁ ସେଠାରେ ଗୋବର ଚାହିଦା ବୃଦ୍ଧି ପାଇଛି ଏବଂ ଭାରତରୁ ଉଭୟ ଦେଶକୁ ଗୋବର ରପ୍ତାନି କରାଯାଉଛି । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ ଭାରତରେ ପ୍ରାୟ ୩୦୦ କୋଟି ଗୋରୁ ଅଛନ୍ତି, ଯେଉଁମାନଙ୍କଠାରୁ ପ୍ରତିଦିନ ପ୍ରାୟ ୩ ନିୟୁତ ଟନ୍ ଗୋବର ଉତ୍ପାଦନ କରାଯାଏ । ପୂର୍ବ ସମୟରେ ଗୋବରରୁ ଘସି ତିଆରି କରି ଇନ୍ଧନ ଭାବରେ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ମଧ୍ୟ ଗାଁ ଗହଳିରେ ଏହାର ବ୍ୟବହାର କରାଯାଏ । ଚୀନ୍ ଏବଂ ୟୁକେ ଭଳି ଅନେକ ଦେଶରେ ଗୋବରକୁ ବ୍ୟବହାର କରି ବିଦ୍ୟୁତ୍ ଏବଂ ବାୟୋଗ୍ୟାସ୍ ଉତ୍ପାଦନ କରାଯାଏ । ଗୋବରକୁ ସାର ଭାବରେ ମଧ୍ୟ ବ୍ୟବହାର କରାଯାଏ ।
ଦେଶରେ ଗୋବରର ମୂଲ୍ୟ ସାଧାରଣତଃ କମ୍ ଥିବା ବେଳେ ଉପସାଗରୀୟ ଦେଶଗୁଡ଼ିକରେ ଏହାର ଚାହିଦା ରହିଛି । ଏହା ପ୍ରାୟ ୩୦ ରୁ ୫୦ ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି ହେଉଛି । ଯଦି ଭବିଷ୍ୟତରେ ଗୋରୁ ମଳର ଚାହିଦା ବଢ଼ିବ, ତେବେ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । କିଛି ଗଣମାଧ୍ୟମରେ ଏଭଳି ଖବର ମଧ୍ୟ ପ୍ରକାଶ ପାଇଛି ଯେ କୁୱେତର ଶେଖ୍ ଗୋବର ଉପରେ ୪୦୦ କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଖାଲି ଏତିକି ନୁହେଁ ଅନଲାଇନ୍ ସପିଂ ପ୍ଲାଟଫର୍ମରେ ମଧ୍ୟ ଏହି ଗୋବର ଦ୍ବାରା ପ୍ରସ୍ତୁତ ଘସି ପ୍ୟାକେଟ୍ ପିଛା ୯୬୧ ଟଙ୍କା ବିକ୍ରି ହେଉଛି । ଯାହାକୁ ଭାରତରେ ଅନେକ ଲୋକ ଅଳିଆ ଭାବି ନାକ ଟେକୁଛନ୍ତି ତାହା ବିଦେଶରେ ଟଙ୍କା ଛାପିବାର ମେସିନ୍ ପାଲଟିଛି ।
Follow Us