କନକ ବ୍ୟୁରୋ: ୧୪ ମାର୍ଚ୍ଚରେ ହୋଲି । ପୂରା ଦେଶରେ ଜମିବ ଉତ୍ସବର ମାହୋଲ । ପିଲାଠୁ ବୁଢା ସମସ୍ତେ ହୋଲି ରଙ୍ଗରେ ରଙ୍ଗେଇ ହେବେ । ହେଲେ ସେହିଦିନ ଚନ୍ଦ୍ରଗ୍ରହଣ ଲାଗୁଛି । ତେଣୁ ଘରେ ଖାଇବା ବେଳେ କିଛି ନିୟମ ପାଳନ କରିବାକୁ ଜ୍ୟୋତିର୍ବିଦମାନେ ପରାମର୍ଶ ଦେଇଛନ୍ତି । ନଚେତ୍ ଆପଣଙ୍କର ସମସ୍ୟା ଉପୁଜିପାରେ । ଆମେ ସମସ୍ତେ ଜାଣନ୍ତି କି ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟପରାଗ ଲାଗିଲା ବେଳେ ଦେବ କାର୍ଯ୍ୟ ନିଷେଧ ହୁଏ । କାରଣ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ହୋଇନଥାଏ । ଖାଲି ଏତିକି ନୁହେଁ ବରଂ ଗ୍ରହଣ ସମୟରେ ଖାଦ୍ୟରେ ତୁଳସୀ ପତ୍ର ପକାଇ ରଖାଯିବାର ପରମ୍ପରା ବି ରହିଛି ।
ଖାଦ୍ୟରେ କାହିଁକି ପଡ଼େ ତୁଳସୀ
ଗ୍ରହଣ ସମୟରେ ଖାଦ୍ୟରେ ତୁଳସୀ ପତ୍ର ପକାଯିବାର ବିଧି କାହିଁ କେତେ ପୁରୁଣା । କୁହାଯାଏ ଖାଦ୍ୟରେ ତୁଳସୀ ପତ୍ର ପକାଇବା ଦ୍ବାରା ଖାଦ୍ୟରେ ଅଶୁଭ ଛାୟା ପଡ଼େ ନାହିଁ । ହେଲେ ଏହିଦିନ ତୁଳସୀକୁ ନେଇ କୌଣସି ଭୁଲ କରନ୍ତୁ ନାହିଁ ।
ଆପଣ ଯେଉଁ ଖାଦ୍ୟରେ ତୁଳସୀ ପତ୍ର ପକାଇବେ ସେହି ବାସନ ଯେମିତି ସ୍ବଚ୍ଛ ଓ ସାତ୍ତ୍ବିକ ରହିଥିବ । ଅଶୁଦ୍ଧ ଖାଦ୍ୟ ପଦାର୍ଥ ଓ ଭଙ୍ଗାବାସନରେ ଆଦୌ ତୁଳସୀ ପତ୍ର ପକାନ୍ତୁ ନାହିଁ ।
ଗ୍ରହଣ ଆରମ୍ଭ ହେବାଠୁ ମୋକ୍ଷ ହେବା ପର୍ଯ୍ୟନ୍ତ ତୁଳସୀ ପତ୍ର କିମ୍ବା ଗଛକୁ ସ୍ପର୍ଶ କରନ୍ତୁ ନାହିଁ । ଏମିତି କରିବା ଦ୍ବାରା ମାଆ ଲକ୍ଷ୍ମୀଙ୍କ କୋପ ଦୃଷ୍ଟିର ଆପଣ ଶିକାର ହୋଇପାରନ୍ତି ।
ଗ୍ରହଣ ଲାଗିବା ପୂର୍ବରୁ ଦେବନୀତି ନିଷେଧ ହୁଏ । ତେଣୁ ଏହା ପୂର୍ବରୁ ତୁଳସୀ ପତ୍ର ଛିଣ୍ଡାଇ ଖାଦ୍ୟରେ ପକାଇ ରଖନ୍ତୁ । ଗ୍ରହଣ ଲାଗିବା ସମୟରେ ଆଦୌ ଖାଦ୍ୟକୁ ସ୍ପର୍ଶ କରନ୍ତୁ ନାହିଁ ।
ତୁଳସୀ ପତ୍ର ଛିଣ୍ଡାଇବା ବେଳେ ଧ୍ୟାନ ଦିଅନ୍ତୁ ଯେମିତି ନଖ କିମ୍ବା ଜୋରରେ ଛିଣ୍ଡାଇବେ ନାହିଁ । ହାତରେ ବୃନ୍ଦାବତୀଙ୍କୁ ପ୍ରଣାମ ଜଣାଇ ଛିଣ୍ଡାନ୍ତୁ ।
ଗ୍ରହଣ ଢେର ପୂର୍ବରୁ ଗେରୁଆ ରଙ୍ଗର ବସ୍ତ୍ରରେ ତୁଳସୀ ଗଛକୁ ଆଚ୍ଛାଦିତ କରିପାରନ୍ତି ।
ଯଦି କୁଣ୍ଡରେ ଗଛ ଲଗାଇଛନ୍ତି ତାହାଲେ ଗ୍ରହଣ ପୂର୍ବରୁ ସୂତା କପଡ଼ାକୁ ଆଚ୍ଛାଦିତ କରିପାରନ୍ତି । ଏହାଦ୍ବାରା ଗ୍ରହଣର ସିଧା ଛାଇ ଗଛ ଉପରେ ପଡ଼ିବ ନାହିଁ ।
ମୋଟ୍ ଉପରେ ଗ୍ରହଣ ସମୟରେ ଅନେକ ପରାମର୍ଶ ଦିଆଯାଏ । ଖାସ କରି ଗ୍ରହଣ ସମୟରେ ପୂଜାବିଧି ଓ ଭୋଜନ ଉପରେ ରୋକ ଲଗାଯାଏ । ଯାହାଦ୍ବାରା ମଙ୍ଗଳ ହୋଇଥାଏ । ତେଣୁ ଗ୍ରହଣ ସମୟରେ କଣ କରିବା ଉଚିତ୍ କଣ କରିବା ଉଚିତ୍ ନୁହେଁ ସେନେଇ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
ବି:ଦ୍ର- ଏହି ଖବର ଜାତୀୟ ଗଣମାଧ୍ୟରୁ ଅଣାଯାଇଛି । ଏହା କନକ ନ୍ୟୁଜ୍ର ମତାମତ ନୁହେଁ ।