କନକ ବ୍ୟୁରୋ: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାକୁ ନେଇ ମାହାଙ୍ଗା ଅଞ୍ଚଳରେ ରାଜନୀତି ତେଜିବାରେ ଲାଗିଛି । ପୂର୍ବତବ ବିଧାୟକ ପ୍ରତାପ ଜେନା ଓ ବର୍ତ୍ତମାନର ବିଧାୟକ ସାରଦା ପ୍ରଧାନଙ୍କ ସମର୍ଥକମାନେ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ । ଏନେଇ ଗତକାଲି ପ୍ରତାପ ଜେନାଙ୍କ ସମର୍ଥକମାନେ ସାରଦା ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିବା ବେଳେ ସାରଦା ପ୍ରଧାନଙ୍କ ସମର୍ଥକମାନେ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

Advertisment

ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଉଭୟ ପ୍ରତାପ ଜେନା ଓ ସାରଦା ପ୍ରଧାନଙ୍କ ସମର୍ଥକମାନଙ୍କ ଭିତରେ ଚାଲିଛି କୁଶ ପୁତ୍ତଳିକା ପୋଡି ରେସ୍‌ । ମାହାଙ୍ଗାରେ ବିଧାୟକ ଶାରଦା ପ୍ରଧାନଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି ବିଜେଡି କର୍ମୀ ଓ ଖୋଦ ବ୍ଲକ ଚେୟାରମ୍ୟାନ । ଗତ ୪ ତାରିଖ ଦିନ ମାହାଙ୍ଗା ଉମର ହନୁମାନ ଛକରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଅଭିଯୁକ୍ତମାନଙ୍କ ଫଟୋ ଉଭୟ ପ୍ରତାପ ଜେନା ଓ ଶାରଦାଙ୍କ ସହ ଥିବା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହାକୁ ନେଇ ଉଭୟ ବିଜେଡି ଓ ସାରଦାଙ୍କ ପକ୍ଷରୁ ଅଭିଯୁକ୍ତମାନଙ୍କ ଦଳୀୟ ସମ୍ପର୍କ ନେଇ କାଦୁଅ ଫିଙ୍ଗା ରାଜନୀତି ଚାଲିଛି । 

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ମାହାଙ୍ଗା ଭଦ୍ରେଶ୍ୱର ଥାନା ଉମରଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଉମର ଗ୍ରାମର ବିଶ୍ୱଜିତ ମହାପାତ୍ର ଓରଫ ରାଜା, ନନ୍ଦକିଶୋର ମଲ୍ଲିକ ଓ ସେହି ଗ୍ରାମର ବିଶ୍ୱଜିତ ମହାପାତ୍ର ଓରଫ ବୁବୁଆ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ପାଖରେ ଥିବା ଅଳିଆ ଗଦାରେ ପକାଇ ଦେଇଥିଲେ ଦୁର୍ବୃତ୍ତ। ଭଦରେଶ୍ୱର ପୋଲିସ ଓ ସାଲେପୁର ଏସଡିପିଓ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିଲେ । ତେବେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ଘଟଣାକୁ ନେଇ ବିଭିନ୍ନ ମହଲରୁ ପ୍ରକାଶ ପାଇଥିଲା ଅସନ୍ତୋଷ । ହେଲେ ଏବେ ବିଜୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାକୁ ନେଇ ଯେଉଁପରି ରାଜନୀତି ହେଉଛି ତାହାକୁ ନେଇ କିନ୍ତୁ ଚର୍ଚ୍ଚା ଜୋର ଧରିଛି ।