କନକ ବ୍ୟୁରୋ: ଭାରତ ଓ ଚୀନ କେବଳ ପଡ଼ୋଶୀ ନୁହଁନ୍ତି, ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ । ଉଭୟ ଦେଶ ଦକ୍ଷିଣ ଏସୀୟ ଅଞ୍ଚଳର ଅନ୍ୟ ଦେଶମାନଙ୍କୁ ନିଜ ପାଖରେ ରଖିବାକୁ ଚେଷ୍ଟା କରୁଛନ୍ତି । ଯାହାଦ୍ୱାରା ସେମାନଙ୍କ ରଣନୀତିକ ଶକ୍ତି ସହିତ ବାଣିଜ୍ୟ ଓ କୂଟନୈତିକ ସମ୍ପର୍କ ମଧ୍ୟ ସୁଦୃଢ଼ ହୋଇପାରିବ । କିନ୍ତୁ ଦକ୍ଷିଣ ଏସୀୟ ଦେଶମାନଙ୍କରେ ଅନ୍ତର୍ଭୁକ୍ତ ମାଳଦ୍ୱୀପର ଭାରତ ସହ ସମ୍ପର୍କ କିଛି ଦିନ ହେବ ଉତ୍ଥାନପତନ ଦେଇ ଗତି କରୁଛି । ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଏଜୁ ଚୀନ୍ ପ୍ରତି ଅଧିକ ଆଗ୍ରହୀ । ଏବେ ମାଳଦ୍ୱୀପରୁ ଏକ ଖବର ସାମ୍ନାକୁ ଆସିଛି, ଯାହା ଭାରତର ଚିନ୍ତା ବଢ଼ାଇବ ବୋଲି କୁହାଯାଉଛି ।
ଡ୍ରାଗନ୍ ଏହାକୁ ସର୍ଚ୍ଚ ଜାହାଜ ଭାବେ ବ୍ୟବହାର କରିଥାଏ । ନିକଟରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ଏହି ଡ୍ରାଗନ୍ ଜାହାଜ ଜାନୁଆରୀ ୨୦୨୪ରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ମାଳଦ୍ୱୀପରେ ରହିଥିଲା । ମାଳଦ୍ୱୀପରେ ଏହି ଜାହାଜ ଆସିବାକୁ ନେଇ ମଧ୍ୟ ଭାରତ ଚିନ୍ତା ପ୍ରକଟ କରିଥିଲା । ମାଳଦ୍ୱୀପ ଭାରତୀୟ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପଠାରୁ ମାତ୍ର ୭୦ ନଟିକାଲ ମାଇଲ ଦୂରରେ ଅବସ୍ଥିତ । ଏଭଳି ସ୍ଥିତିରେ ଭାରତୀୟ ସୀମାଠାରୁ ମାତ୍ର ୭୦ ନଟିକାଲ ମାଇଲ ଦୂରରେ ଥିବା ଡାଗନର ସର୍ଚ୍ଚ ଜାହାଜର ଆଗମନ ଏବଂ ଏହା ଏକ ମାସ ରହିବା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି । ବାସ୍ତବରେ ଦକ୍ଷିଣ ଏସୀୟ ଦେଶଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭୂଟାନ, ମାଳଦ୍ୱୀପ ଏବଂ ଆଫଗାନିସ୍ତାନ ଅନ୍ତର୍ଭୁକ୍ତ ଅଛନ୍ତି । କିନ୍ତୁ ଭାରତର ପଡ଼ୋଶୀ ଦେଶ ଗୁଡ଼ିକୁ ନିଜ ଆଡ଼କୁ ଟାଣିବାକୁ ଚୀନ୍ କ୍ରମାଗତ ପ୍ରୟାସ ଜାରି ରଖିଛି ।