୪ ଦିନ ପୂର୍ବରୁ ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ଜେପି ଗଙ୍ଗା ପଥ (ଜେପି ସେତୁ) ର ଉଦଘାଟନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଉଦଘାଟନକୁ ୫ ଦିନ ହୋଇନି ସେତୁରେ ଦେଖିବାକୁ ମିଳିଲାଣି ଫାଟ । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ବ୍ରିଜରେ ହୋଇଥିବା ଫାଟ ନଜର ଆସୁଛି । ପାଟନାର ଜେପି ଗଙ୍ଗା ପଥକୁ ୩୮୩୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ଯାହାର ଉଦଘାଟନ ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାରଙ୍କ ହାତରେ ହୋଇଥିଲା । କିନ୍ତୁ ଦିଦାରଗଞ୍ଜ ପାଖରେ ଥିବା ଏହି ସେତୁର ପିଲର୍ ନମ୍ବର ଏ-୩ ରେ ଫାଟ ସୃଷ୍ଟି ହୋଇଥିବାର ନଜର ଆସିଛି । ପୋଲର ଉଭୟ ଲେନରେ ଏମିତି ଫାଟ ହୋଇଛି । 

Advertisment
crack
crack Photograph: (google)

ଆପଣଙ୍କୁ କହିରଖୁଛୁ , ଏପ୍ରିଲ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ପାଟନାର କଙ୍ଗନ୍ ଘାଟରୁ ଦିଦାରଗଞ୍ଜ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଗଙ୍ଗା ପଥର ଲୋକାର୍ପଣ କରିଥିଲେ । ଏହି ସମୟରେ ବିହାରର ଦୁଇ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧରୀ ଏବଂ ବିଜୟ କୁମାର ସିହ୍ନା , ସଡ଼କପଥ ନିର୍ମାଣ ମନ୍ତ୍ରୀ ନୀତିନ୍ ନବୀନ , ବିଧାନସଭା ଅଧ୍ୟକ୍ଷ ନନ୍ଦକିଶୋର ଯାଦବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ , ଜନପ୍ରତିନିଧି ସାମିଲ ଥିଲେ । ବ୍ରିଜ୍ ଉଦଘାଟନ ହେଲା , ବାହନଙ୍କ ଚଳାଚଳ ମଧ୍ୟ ଆରମ୍ଭ ହେଲା । କିନ୍ତୁ ସେତୁ ଉପରେ ପ୍ରେସର ପଡ଼ିବା କାରଣରୁ ଏବେ ଫାଟ ସୃଷ୍ଟି ହେବା ଆରମ୍ଭ ହେଲାଣି । ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ କହିବାନୁସାରେ ଏହି ସେତୁ ନିର୍ମାଣରେ କେଉଁଠି ନା କେଉଁଠି ଘୋଟାଲା ହୋଇଛି । ଆଗାମୀ ବିଧାନସଭାକୁ ନଜରରେ ରଖି ସରକାର ଏହି ସେତୁର କାମ ତରବରରେ କରିଥିବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଯେଉଁଥିପାଇଁ ଲୋକାର୍ପଣର ୪ ଦିନ ପରେ ହିଁ ଏଥିରେ ଫାଟ ସୃଷ୍ଟି ହୋଇଛି

crack 33
crack 33 Photograph: (google)

ତେବେ ଆପଣଙ୍କୁ କହିରଖୁଛୁ କି ବିହାରରେ ପୋଲରେ ଫାଟ ସୃଷ୍ଟି ହେବା କିମ୍ବା ଭାଙ୍ଗିବା ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ମଧ୍ୟ ପୋଲ , ସଡ଼କ ପ୍ରୋଜେକ୍ଟକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । ଅନେକ ନିର୍ମାଣଧୀନ ପୋଲ ଭାଙ୍ଗିବା , ସଡ଼କ ଭୁଷୁଡ଼ିବା ଏବଂ ନିର୍ମାଣ ସମୟରେ ପୋଲ ଭାଙ୍ଗିବା ଭଳି ଖବର ସାମ୍ନାକୁ ଆସିଛି ।