ଖରା,ଗରମ ପ୍ରବଳ ଗୁଳୁଗୁଳିରେ ଜୀବନ ହନ୍ତସନ୍ତ ହୋଇଗଲାଣି । ଲେମ୍ବୁପାଣି , ସରବତ , ଘୋଳଦହି , ପଖାଳ କଂସାକୁ ମନ ଡ଼ାକିଲାଣି । ଏଭଳି ସମୟରେ ଶରୀରରେ ପାଣିର ଅଭାବ ହେଲେ ଡିହାଇଡ୍ରେସନର ସମସ୍ୟା ଦେଖା ଦେଇପାରେ । ଶରୀରରେ ପାଣିର ଅଭାବ ଅର୍ଥ ଥକ୍କାପଣ , ମୁଣ୍ଡବ୍ୟଥା , ପାଚନ କ୍ରିୟାରେ ସମସ୍ୟା ଇତ୍ୟାଦି । ଏହା ଦ୍ବାରା ଶରୀରର ବିଭିନ୍ନ ଅଙ୍ଗରେ ସମସ୍ୟା ଦେଖାଯିବା ସହ ରକ୍ତଚାପକୁ ମଧ୍ୟ କମ୍ କରିଥାଏ । ତେଣୁ ଗ୍ରୀଷ୍ମରେ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ ।
/kanak/media/media_files/2025/04/14/t1sKBSR6PCDSvxpYmxKl.jpg)
ଡାକ୍ତର ଏବଂ ହେଲ୍ଥ ଏକ୍ସପର୍ଟ ଲୋକଙ୍କୁ ଦୈନିକ ୭ ରୁ ୮ ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦେଇଥା’ନ୍ତି । ଗରମରେ ଶରୀରରୁ ଅତ୍ୟଧିକ ଝାଳ ଏବଂ ପରିଶ୍ରା ମାଧ୍ୟମରେ ପାଣି ବାହାରିଥାଏ । ଏଥିପାଇଁ ଗ୍ରୀଷ୍ମରେ ଶରୀରରେ ପାଣିର ମାତ୍ରା କମ୍ ହେବା ଆଦୌ ଉଚିତ୍ ନୁହେଁ । ତେବେ ଶରୀରରେ ପାଣିର ଅଭାବ ହେଲେ କ’ଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ଆସନ୍ତୁ ଜାଣିବା ।
/kanak/media/media_files/2025/04/14/A6TWbNZHZLCbMUIoINKE.jpg)
ପାଚନ କ୍ରିୟାରେ ସମସ୍ୟା :
ଗରମରେ ଦେହରୁ ଝାଳ ବାହାରେ ଯେଉଁଥିରେ ଶରୀରରୁ ପାଣିର ମାତ୍ରା କମ୍ ହୁଏ । ଏଥିପାଇଁ ଡାକ୍ତର ଗ୍ରୀଷ୍ମରେ ଅଧିକ ପାଣି ପିଇବାକୁ ପରାମର୍ଶ ଦେଇଥା’ନ୍ତି । ବେଳେବେଳେ ଆମେ ଯେତିକି ମାତ୍ରାରେ ପାଣି ପିଉ ତାହା ଶରୀର ପାଇଁ ପର୍ଯ୍ୟାପ୍ତ ହୋଇନଥାଏ । ଯାହାଦ୍ବାରା ଡିହାଇଡ୍ରେସନ୍ ସହ ମୁକାବିଲା କରିବାକୁ ପଡେ । ପେଟ ବ୍ୟଥା , ହଜମ ନହେବା , ଗ୍ୟାସ୍ , ଅନ୍ତନଳୀ ଶୁଖିଯିବା ଭଳି ସମସ୍ୟା ଦେଖାଦିଏ ।
/kanak/media/media_files/2025/04/14/112cWNpLtVq334t24qoE.jpg)
ଥକ୍କାପଣ ଲାଗି ରହିବା :
ଶରୀରରେ ପାଣିର ଅଭାବ ରହିଲେ ଦିନସାରା ଥକ୍କା ଲାଗି ରହିଥାଏ । ଡିହାଇଡ୍ରେସନରେ ଶରୀରର ଏନର୍ଜି କମ୍ ହୋଇଥାଏ । ଯାହାଦ୍ବାରା ଅଳସୁଆ ଲାଗିବା , ଥକ୍କିଯିବା ଏବଂ ଦୁର୍ବଳ ଲାଗିବା ପରି ଅନୁଭବ ହୁଏ । ଏସବୁ ଡିହାଇଡ୍ରେସନ୍ ହିଁ ସଙ୍କେତ । ସେଥିପାଇଁ ଗରମରେ ଶରୀରକୁ ସୁସ୍ଥ ରଖିବାକୁ ଚାହୁଥିଲେ ପାଣିକୁ ବନ୍ଧୁ କରନ୍ତୁ ।
/kanak/media/media_files/2025/04/14/Jo3ZC8jOkSMEHiW5O7bl.jpg)
ଚର୍ମ ଶୁଷ୍କ ହେବା :
ପାଣିର ଅଭାବ ଚର୍ମକୁ ଶୁଷ୍କ କରିଦିଏ । ଶରୀରରେ ପାଣିର ଅଭାବ ଦେଖାଗଲେ ବୟସ ନ ହୋଇଥିଲେ ବି ଚର୍ମ ବୟସ୍କଙ୍କ ପରି ଦେଖାଯାଏ । ଡିହାଇଡ୍ରେସନ କାରଣରୁ ତ୍ବଚା ଶୁଖିଲା ହେବା ସହ ଚର୍ମରେ କୁଞ୍ଚନ ପଡ଼ିଥାଏ ।