କନକ ବ୍ୟୁରୋ : ଇଣ୍ଡିଆନ୍ କ୍ରିକେଟ୍ ଟିମକୁ ଲାଗିଲା ବଡ଼ ଝଟକା । ଭାରତୀୟ ODI ର ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ନେଇ ଆସିଲା ବଡ଼ ଖବର । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ODIରେ ଆୟରଙ୍କ ପଞ୍ଜରାହାଡ଼ରେ ଲାଗିଛି ଆଘାତ । ପଡ଼ିଆରେ କ୍ୟାଚ୍ ଧରୁଥିବା ସମୟରେ ସେ ଆହାତ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗମ୍ଭୀର ଥିବା ନେଇ ଡାକ୍ତର କହିଛନ୍ତି । ଆହତ ହେବା ପରେ ତାଙ୍କୁ ତୁରନ୍ତ ସିଡନି ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଥିଲା । ପଞ୍ଜରାହାଡ଼ରେ ଆହାତ ଲାଗିବା ଯୋଗୁଁ ସେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଅନୁଭବ କରୁଛନ୍ତି । ଏଠାରେ ଆପଣଙ୍କୁ କହିରଖୁଛୁ ଯେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଆୟରଙ୍କୁ ଭାରତୀୟ ODI ଦଳର ଉପ-ଅଧିନାୟକ ନିଯୁକ୍ତ କରାଯାଇଥିଲା । ସେ ଦ୍ୱିତୀୟ ODIରେ ଭଲ ପ୍ରଦର୍ଶନ କରି ଅର୍ଦ୍ଧଶତକ ସ୍କୋର କରିଥିଲେ । ତେବେ ବର୍ତ୍ତମାନ କ୍ରିକେଟରଙ୍କ ଅବସ୍ଥା ଦେଖି ଲାଗୁଛି ଯେ ତାଙ୍କୁ ପଡ଼ିଆକୁ ଫେରିବାକୁ କିଛି ସମୟ ଲାଗିବ । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ODI ସିରିଜରେ ମଧ୍ୟ ଖେଳି ନ ପାରନ୍ତି । 

Advertisment
shreyas-iyer-
shreyas-iyer- Photograph: (Google)

ତେବେ ସୂତ୍ରରୁ ଜଣାପଡ଼ିଛି ଯେ ପଡ଼ିଆରେ ପଡ଼ିଯିବା ପରେ ଆୟରଙ୍କ ପଞ୍ଜରାହାଡ଼ର ଠିକ୍ ତଳେ ଆଘାତ ଲାଗିଥିଲା ଯେଉଁ କାରଣରୁ ଇଣ୍ଟରନାଲ୍ ବ୍ଲିଡିଂ ଅଧିକ ହୋଇଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡ୍ରେସିଂ ରୁମରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲନଥିଲା ଏବଂ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଯେତେବେଳେ ତାଙ୍କ ବ୍ଲଡ୍ ପ୍ରେସର୍ କମିଲା, ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ଏହି ମାମଲା ଉପରେ ନଜର ରଖିଥିବା ଲୋକଙ୍କ କହିବାନୁସାରେ ଆୟରଙ୍କ ଜୀବନ ଉପରେ ବିପଦ ମାଡ଼ି ଆସିଥିଲା । କିନ୍ତୁ ବିସିସିଆଇର ମେଡିକାଲ୍ ଟିମ୍ ଏବଂ ସହାୟକ କର୍ମଚାରୀମାନେ ତୁରନ୍ତ ପଦକ୍ଷେପ ନେଇ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେଇଥିଲେ । ସୂଚନା ଅନୁସାରେ ଆୟର ଅତି କମରେ ଆଉ ଦୁଇ ଦିନ ପାଇଁ ଆଇସିୟୁରେ ରହିବେ । ଯଦି ତାଙ୍କର ଇଣ୍ଟରନାଲ୍ ବ୍ଲିଡିଂ ବନ୍ଦ ନହୁଏ କିମ୍ବା କମି ନଯାଏ, ତେବେ ସେ ଆହୁରି କିଛି ଦିନ ପାଇଁ ଆଇସିୟୁରେ ରହିପାରନ୍ତି । ଆୟର ଅତି କମରେ ଆଗାମୀ ସାତ ଦିନ ପାଇଁ ହସ୍ପିଟାଲରେ ରହିପାରନ୍ତି । 

ସୋମବାର ବିସିସିଆଇ ଏକ ବିବୃତ୍ତି ଜାରି କରି କହିଛି ଯେ "ସ୍କାନରୁ ପଞ୍ଜରାହାଡ଼ରେ ଆଘାତର ସୂଚନା ମିଳିଛି ଏବଂ କ୍ରିକେଟରଙ୍କ ଚିକିତ୍ସା ଚାଲିଛି । ବିସିସିଆଇ ଡାକ୍ତରୀ ଦଳ ସିଡନୀ ଏବଂ ଭାରତର ବିଶେଷଜ୍ଞଙ୍କ ସହ ପରାମର୍ଶ କରି ତାଙ୍କ ଆଘାତର ଅବସ୍ଥା ଉପରେ କଡ଼ା ନଜର ରଖିଛନ୍ତି । ଭାରତୀୟ ଦଳର ଡାକ୍ତର ସିଡନୀରେ ଶ୍ରେୟସଙ୍କ ସହିତ ରହିବେ । ଏହି ବ୍ୟାଟସମ୍ୟାନଙ୍କୁ ଦୁଇରୁ ସାତ ଦିନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯିବ ।