କନକ ବ୍ୟୁରୋ: ଦିଲ୍ଲୀ ନିର୍ବାଚନରେ ଯାହା ହେଲା ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଚାଲିଛି । କାରଣ ୨୭ ବର୍ଷ ପରେ ବନବାସରୁ ଫେରିଛି ବିଜେପି । ଖାଲି ବିଜେପି ଫେରିଛି ତାହା ନୁହେଁ ବରଂ ସରକାର ବି କରିଛି । ଚତୁର୍ଥଥର ଲାଗି କେଜ୍ରିୱାଲ ଦିଲ୍ଲୀର ସିଏମ ହେବାକୁ ଯେଉଁ ସ୍ବପ୍ନ ଦେଖିଥିଲେ ତାହା କେବଳ ସ୍ବପ୍ନରେ ହିଁ ରହିଯାଇଛି । ହେଲେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ କିମ୍ବା ତାଙ୍କ ପରେ ଆତିଶୀ ସିଏମ ହେଲା ପରେ ଯେଉଁ କାମ ଦିଲ୍ଲୀରେ କରିନଥିଲେ ଏବେ ବିଜେପି ସେହି କାମ କରିବ ବୋଲି କୁହାଯାଉଛି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । 

Advertisment

ଯାହା କରିପାରିନଥିଲେ କେଜ୍ରିୱାଲ
ତାହା କରିଦେଖାଇବ ବିଜେପି
ସରକାର କରିବା ପୂର୍ବରୁ ଆକ୍ସନ ମୋଡ୍‌ରେ ଦଳ
୨୭ ବର୍ଷ ପରେ
୭୦ ସିଟ୍‌ରୁ ୪୮ ସିଟ୍‌ରେ ବିଜେପିର ହେଲା ବିଜୟୀ

ଦିଲ୍ଲୀରେ ବିଜେପି ଏଥର ବହୁମତ ପାଇଛି । ଅର୍ଥାତ୍‌ ମୋଟ୍‌ ୭୦ ବିଧାନସଭା ଆସନରୁ ୪୮ ଆସନରେ ବିଜେପି ବିଜୟ ହୋଇଛି । ଆଉ ଆପ୍‌ ଜିତିଛି ମାତ୍ର ୨୨ ସିଟ୍‌ରେ । ଅବଶ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ ବିଜେପି ସରକାର ଗଠନ କରିନାହିଁ କିନ୍ତୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଦଳ ଅଗ୍ରସର ହେଉଥିବା ଦେଖାଯାଉଛି । ନିର୍ବାଚନରେ ବିଜେପିର ବିଜୟ ପରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯମୁନା ମୟା କି ଜୟ ନାରା ଦେଇଥିଲେ । ଆଉ ମୋଦୀଙ୍କ ବୟାନରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା କି ଯମୁନାକୁ ନେଇ ବଡ଼ ନିଷ୍ପତ୍ତି ନେବ ଦିଲ୍ଲୀର ବିଜେପି ସରକାର । 

୨୧ରୁ ୨୫ ଭିତରେ ଯମୁନାକୁ ନେଇ
ବଡ଼ ନିଷ୍ପତ୍ତି ନେଇଥିଲେ କେଜ୍ରିୱାଲ
ହେଲେ ପୂରଣ କରିପାରିଲେନି

୨୦୨୧ ମସିହାରେ ଦିଲ୍ଲୀର ଯମୁନା ନଦୀକୁ ନେଇ କେଜ୍ରିୱାଲ ସରକାର ଅନେକ ନିଷ୍ପତ୍ତି ନେଇଥିଲେ । ହେଲେ ସେ ନିଷ୍ପତ୍ତି ଅନୁସାରେ କାମ ହେଲା ନାହିଁ । ଯମୁନାକୁ ନେଇ ବିଧାନସଭାରେ ବି ଝଡ଼ ଦେଖିବାକୁ ମିଳିଥିଲା । ହେଲେ ଦିଲ୍ଲୀରେ ବିଜେପି ସରକାର ଆସିବା ପରେ ଯମୁନା ନଈ ସଫା କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦିଲ୍ଲୀର ଉପରାଜ୍ୟପାଳ ଯମୁନା ନଈ ପରିଷ୍କାର କରିବା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । 

ଉପରାଜ୍ୟପାଳ ନିର୍ଦ୍ଦେଶ ଦେଲେ
ମୁଖ୍ୟ ଶାସନ ସଚିବ କାମ ଆରମ୍ଭ କଲେ

ଦିଲ୍ଲୀରେ ବିଜେପି ସରକାର ଆସିବା ପରେ ଏବେ ଯମୁନାକୁ ସଫା କରିବା ନେଇ ନିର୍ଦ୍ଦେଶ ମିଳିଛି । କେମିତି ନଈ ସଫା ହେବ ସେନେଇ ମୁଖ୍ୟ ଶାସନ ସଚିବ ଏକ ବୈଠକ ମଧ୍ୟ କରିଥିବା ନେଇ ଚର୍ଚ୍ଚା ହେଉଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନଈ ସଫା ହେଉଥିବା ନେଇ ଜଣାପଡ଼ିଛି । ନଈ ସଫା ନେଇ ଏକ ସ୍ବତନ୍ତ୍ର ରୋଡ୍‌ ମ୍ୟାପ କରାଯାଇଛି । ସେହି ଅନୁସାରେ, କାମ ଆରମ୍ଭ ହୋଇଛି । କୁହାଯାଉଛି ଯମୁନାକୁ ନେଇ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିବା ସେହି ଦିଗରେ କାର୍ଯ୍ୟକାରୀ କରାଯାଉଛି । 

୪ ଦଫାରେ ସଫା ହେବ ଯମୁନା

ଯମୁନା ନଈ ଏବେ ସାଙ୍ଘାତିକ ଭାବରେ ଅପରିଷ୍କାର ହୋଇଛି । ପ୍ରଦୂଷଣ ମାତ୍ରା ବି ବହୁ ଅଧିକ ରହିଛି । ତେଣୁ ଏମିତି ସ୍ଥିତିରେ ଯମୁନା ସଫା ହେବା ନିହାତି ଦରକାର ବୋଲି ପରିବେଶବିତ ବି କହିଥିଲେ । ସେହି ଆଧାରରେ ନଈ ସଫା ହେଉଥିବା କୁହାଯାଉଛି । 

୩ ବର୍ଷ ମଧ୍ୟରେ ସଫା ହେବ ଯମୁନା

ଆସନ୍ତା ୩ ବର୍ଷ ମଧ୍ୟରେ ଯମୁନା ନଦୀକୁ ସଫା କରିବା ନେଇ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ଏହି ୩ ବର୍ଷ ମଧ୍ୟରେ ନଈକୁ ସଂପୂର୍ଣ୍ଣ ସଫା କରାଯିବ । ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତି ବିଭିନ୍ନ କଳକାରଖାନାକୁ ନିର୍ଦ୍ଦେଶନାମା ଜାରି କରିଛି । କହିଛି, ଯେମିତି କୌଣସି ପ୍ରଦୂଷିତ ପାଣି ନଈରେ ଛଡ଼ା ନଯାଏ ସେଥିପ୍ରତି ବିଶେଷ ଧ୍ୟାନ ଦେବେ କଳକାରଖାନାର କର୍ତ୍ତୃପକ୍ଷ । ୨୦୨୩ ମସିହାରେ ଏନଜିଟି ପକ୍ଷରୁ ଗଠିତ ଏକ କମିଟି ନଈ ସଫା କରିବାର କାମ ଆରମ୍ଭ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହା ଠପ୍‌ ହୋଇଯାଇଥିଲା । ହେଲେ ଏବେ ପୁଣି ଥରେ ନିର୍ଦ୍ଦେଶାନାମା ଜାରି ହେବା ପରେ ନଈ ସଫା ହେବ ବୋଲି ଆଶା ସଂଚାର ହୋଇଛି ।