ଚଳିତବର୍ଷ ସମୟ ପୂର୍ବରୁ ବଢିଯାଇଛି ଗ୍ରୀଷ୍ମର ପ୍ରକୋପ । ଟାଇଁ ଟାଇଁ ଖରା ସାଙ୍ଗକୁ ପ୍ରବଳ ଗରମରେ ସନ୍ତୁଳି ହେଉଛି ପୂରା ଦେଶ । ଏ ଉଦୁଉଦିଆ ଖରା ତା’ ସାଙ୍ଗକୁ ଗରମ ଯେମିତି ନିଆଁରେ ଘିଅ ଢାଳିଲା ପରି କାମ କରୁଛି । ଦ୍ବିପ୍ରହର ହେଲେ ପଦାକୁ ଗୋଡ଼ କାଢିବାକୁ ଯେମିତି ଇଚ୍ଛା ହେଉନି । ଫ୍ରିଜର ଥଣ୍ଡା ପାଣି ଦେହ ପାଇଁ ଭଲ ନଥିଲେ ମଧ୍ୟ ପେଟକୁ ଥଣ୍ଡା ରଖିବା ପାଇଁ ବାଧ୍ୟ ହୋଇ ଫ୍ରିଜ୍ ପାଣିକୁ ଢକ ଢକ କରି ପିଇବାକୁ ପଡୁଛି । ଖାସ୍ କରି ଉତ୍ତର ଭାରତରେ ହେଉଥିବା ପ୍ରବଳ ଖରା ଲୋକଙ୍କ ନାକେଦମ୍ କଲାଣି,ଏବେଠାରୁ ଏତେ ଖରା,ଗରମ ଆଗକୁ ଜୀବନ କେତେ କଷ୍ଟକର ହେବ ଭାବିଲେ ଡ଼ର ଲାଗୁଛି । ଗରମ ପବନ କାରଣରୁ କୁଲର୍ , ଫ୍ୟାନ୍ ମଧ୍ୟ ଗରମ ପବନ ଦେଉଛନ୍ତି । ଲୋକ ଏପଟେ କୁଲରକୁ ଥଣ୍ଡା ରଖିବା ପାଇଁ ଫ୍ରିଜରୁ ବରଫ ବାହାର କରି କୁଲରରେ ପକାଉଛନ୍ତି । ଆଉ କିଛି ଲୋକ ଲୁଣ ଟିପ୍ସକୁ ବି ଆପଣାଉଛନ୍ତି । ତେବେ କୁଲରକୁ ମାତ୍ର ୧୦ ଟଙ୍କାରେ ହୋମମେଡ୍ ଏସି ଭଳି ଥଣ୍ଡା କରିବାର ଟ୍ରିକ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଟ୍ରିକ୍ ସତରେ କାମ କରୁଛି ନା’ ଏମିତି ହିଁ ଗୁଜବ ଉଡୁଛି ଆସନ୍ତୁ ଜାଣିବା । 

Advertisment
Cooler
Cooler Photograph: (google)

ଭାଇରାଲ୍ ଟ୍ରିକ୍ ମୁତାବକ, ଏଥିପାଇଁ ଆପଣଙ୍କୁ ଗୋଟିଏ ପୁରୁଣା ମାଟିହାଣ୍ଡିର ଆବଶ୍ୟକତା ପଡ଼ିବ । ପୁରୁଣା ମାଟିହାଣ୍ଡି ତ ପ୍ରାୟତଃ ସମସ୍ତଙ୍କ ଘରେ ଥିବ ଯାହା ବୋଧହୁଏ ୧୦ ଟଙ୍କାରେ ହିଁ ମିଳିଯାଉଥିବ । ଯଦି ଘରେ ହାଣ୍ଡି ନାହିଁ ତା’ହେଲେ ବାହାରୁ କିଣିବାକୁ ପଡ଼ିପାରେ । ଏହି ମାଟିହାଣ୍ଡିକୁ ତଳୁ କଣା କରି କୁଲରର ଟାଙ୍କିରେ ରଖିଦିଅନ୍ତୁ ଏବଂ କୁଲରର ପାଣି ଥିବା ମଟରକୁ ଏହି ମାଟିହାଣ୍ଡିରେ ରଖିଦିଅନ୍ତୁ । ଏବେ କୁଲରରେ ପାଣି ଭର୍ତ୍ତି କରି ଚଲାନ୍ତୁ , ଏହା ଥଣ୍ଡା ପବନ ଦେବ । ସୋସିଆଲ୍ ମିଡିଆରେ ଏହି ଟ୍ରିକ୍ ୮୦% କାମ କରୁଥିବା କଥା କୁହାଯାଉଛି । 

Matti handi
Matti handi Photograph: (google)

୨ ମାସ ପୂର୍ବରୁ ସୋସିଆଲ୍ ମିଡିଆରେ ଏହି ଟ୍ରିକକୁ ସେୟାର୍ କରାଯାଇଥିଲା ଯେଉଁଥିରେ କୁଲରର କୁଲିଙ୍ଗ୍ ଇଫେକ୍ଟ ବଢାଇବାର କାରଣ ମଧ୍ୟ କୁହାଯାଇଥିଲା । ବାଷ୍ପୀକରଣ କାରଣରୁ କୁଲିଙ୍ଗ୍ ଇଫେକ୍ଟ ବଢ଼େ ଯାହାଦ୍ବାରା କୁଲର୍ ୩ ଗୁଣ ଅଧିକ ଥଣ୍ଡା ଦିଏ ବୋଲି ଏଥିରେ କୁହାଯାଇଥିଲା । ଠିକ୍ ସେମିତି କୁଲରରେ ଲୁଣ ପକାଇବା ଟ୍ରିକ୍ ମଧ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଯାହାକୁ ୟୁଜର୍ସ କାମ କରୁଥିବା କଥା ମଧ୍ୟ କହିଛନ୍ତି । କୁଲରରେ ବରଫ ପକାଇବା ସମୟରେ ଲୁଣ ପକାଇଲେ ଥଣ୍ଡାର ସମୟ ଅଧିକ ରହିଥାଏ ବୋଲି ଏହି ଭାଇରାଲ୍ ଟ୍ରିକରେ କୁହାଯାଇଥିଲା । ବରଫରେ ଲୁଣ ମିଶାଇଲେ ବରଫର ବଏଲିଙ୍ଗ୍ ପଏଣ୍ଟ୍ ବଢିଯାଏ , ଯାହାଦ୍ବାରା ବରଫ ମଧ୍ୟ ଶୀଘ୍ର ମେଲ୍ଟ ହୋଇନଥାଏ ଏବଂ ଅଧିକ ସମୟ ଥଣ୍ଡା ଦେଇଥାଏ ।