ବଢିଲା ସାଉଥ୍ ଷ୍ଟାରଙ୍କ ଅଡୁଆ । ରାଣା ଦଗ୍ଗୁବାତୀ , ବିଜୟ ଦେବରକୋଣ୍ଡା, ପ୍ରକାଶ ରାଜଙ୍କ ସମେତ ୨୫ ଜଣ ଆଗକୁ ଅଡୁଆରେ ଫଶିପାରନ୍ତି । ସାଇବରାବାଦର ମିୟାପୁର ପୁଲିସ୍ ଷ୍ଟେସନରେ ୩୨ ବର୍ଷୀୟ ବ୍ୟବସାୟୀ ଫଣୀନ୍ଦ୍ର ଶର୍ମା ଏହି ଷ୍ଟାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଏହି ଅଭିନେତାଙ୍କ ଉପରେ ଜୁଆ (ସଟା) ଆପ୍ କୁ ପ୍ରମୋଟ୍ କରିବାର ଅଭିଯୋଗ ଲାଗିଛି । ୨୫ ଜଣ ନାମୀ ବ୍ୟକ୍ତିବିଶେଷଙ୍କ ଭିତରେ ସାଉଥର ୬ ଜଣ ତାରକା ସାମିଲ୍ ଅଛନ୍ତି ।
/kanak/media/media_files/2025/03/20/QY7SlTSa3tfQttCfEmU8.jpg)
ଏହି ତାରକାଙ୍କ ମଧ୍ୟରେ ଅଭିନେତା ରାଣା ଦଗ୍ଗୁବାତୀ , ବିଜୟ ଦେବରକୋଣ୍ଡା, ପ୍ରକାଶ ରାଜ୍ , ମାଞ୍ଚୁ ଲକ୍ଷ୍ମୀ , ପ୍ରଣୀତା ଏବଂ ନିଧି ଅଗ୍ରୱାଲ୍ ସାମିଲ୍ ଅଛନ୍ତି । ରାଣା ଦଗ୍ଗୁବାତୀ ଏବଂ ପ୍ରକାଶ ରାଜଙ୍କ ଉପରେ ପପ୍-ଅପ୍ ବିଜ୍ଞାପନ ଜରିଆରେ ଜଙ୍ଗଲୀ ରମ୍ମି (ସଟ୍ଟା ଆପ୍) କୁ ପ୍ରମୋଟ୍ କରିବାର ଅଭିଯୋଗ ଲାଗିଛି । ପୁଲିସ କହିବାନୁସାରେ , ବିଜୟ ଦେବରକୋଣ୍ଡାଙ୍କ ଉପରେ ପପ୍-ଅପ୍ ବିଜ୍ଞାପନ ଜରିଆରେ ଏ୨୩ ରମ୍ମି , ମାଞ୍ଚୁ ଲକ୍ଷ୍ମୀ ୟୋଲୋ ୨୪୭ , ପ୍ରଣୀତା ଫେୟାରପ୍ଲେ ଲାଇଭ୍ ଏବଂ ନିଧି ଅଗ୍ରୱାଲ୍ ଜିତ୍ ବିନକୁ ପ୍ରମୋଟ୍ କରିବାର ଅଭିଯୋଗ ରହିଛି । ଏସବୁ କେଉଁ ପ୍ରକାର ଆପ୍ , କିଏ କିଏ ଏଥିରେ ସାମିଲ୍ ଅଛନ୍ତି ଏବଂ ଏହି ଆପର ସ୍ରୋତ କେଉଁଠାରୁ ଆସୁଛି ଏହା ଉପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।
/kanak/media/media_files/2025/03/20/EWFdIrng7fYP5t1UKP6m.jpg)
ଏଭଳି ଅନେକ ଆପକୁ ନଜରକୁ ଆଣି ଏଫଆଇଆର୍ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଏହିପରି ସଟ୍ଟାବାଜି ଆପ୍ସ ଆଇନ୍ ଏବଂ ନିୟମର ସିଧାସଳଖ ଉଲ୍ଲଂଘନ କରୁଛନ୍ତି । ୧୮୬୭ ର ସାର୍ବଜନୀନ ଜୁଆ ଅଧିନିୟମ ଅନୁସାରେ ଜୁଆ ଏକ ପ୍ରକାରର ନିଶା ଯାହା ମଣିଷ ଏବଂ ସମାଜରେ ଆର୍ଥିକ ସଙ୍କଟ ସୃଷ୍ଟି କରେ । ଅଭିଯୋଗକାରୀଙ୍କ ଅନୁସାରେ , ଏହି ସବୁ ପ୍ଲାଟଫର୍ମରେ ହଜାର-ଲକ୍ଷ ସଂଖ୍ୟାରେ ଟଙ୍କା ନେଣଦେଣ ହୋଇଥାଏ । ଯାହାଦ୍ବାରା ଅନେକ ପରିବାର ଖାସ୍ କରି ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀର ଲୋକ ସଙ୍କଟରେ ପଡିଥାନ୍ତି ।