‘ବୋମା ପକାଇ ଉଡ଼ାଇଦେବୁ’ , ଆସିଲା ଧମକପୂର୍ଣ୍ଣ ଇମେଲ୍ ... ଟାର୍ଗେଟରେ ମୁମ୍ବାଇର ଦୁଇଟି ପ୍ରସିଦ୍ଧ ସ୍ଥାନ

ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି । ସୁରକ୍ଷା ଏଜେନ୍ସି ବିମାନବନ୍ଦରରେ ସତର୍କ ରହିବା ସହ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି ।

Bomb Threat

Bomb Threat Photograph: (KANAK NEWS)

ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଏବଂ ତାଜ ମହଲ ପ୍ୟାଲେସ୍ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ମୁମ୍ବାଇ ବିମାନବନ୍ଦର ପୁଲିସ ପାଖକୁ ଆସିଛି ଏଭଳି ଧମକପୂର୍ଣ୍ଣ ଇମେଲ୍ । ଏଥିରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ବୋମାରେ ଉଡ଼ାଇଦେବା ପାଇଁ ପୁଣିଥରେ ଧମକ ମିଳିଛି । ଇମେଲରେ କୁହାଯାଇଛି ଯେ ତାଜ ମହଲ ପ୍ୟାଲେସ୍ ହୋଟେଲ ଏବଂ ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦିଆଯିବ । ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି । ସୁରକ୍ଷା ଏଜେନ୍ସି ବିମାନବନ୍ଦରରେ ସତର୍କ ରହିବା ସହ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । କୁହାଯାଉଛି ଯେ ଏହି ମେଲ୍ ଆତଙ୍କବାଦୀ ଅଫଜଲ୍ ଗୁରୁକୁ ଫାଶୀ ଦିଆଯିବାକୁ ନେଇ ଦିଆଯାଇଛି । ମୁମ୍ବାଇ ପୁଲିସ ମେଲ୍ କରିଥିବା ଲୋକକୁ ଟ୍ରେସ୍ କରିବା ପାଇଁ ଚେଷ୍ଟା କରୁଛି । 

Taj Hotel
Taj Hotel Photograph: (google)

ଧମକପୂର୍ଣ୍ଣ ଇମେଲ୍ ପରେ ସୁରକ୍ଷା ଏଜେନ୍ସି ସତର୍କ ହେବା ସହ ସମ୍ପୂର୍ଣ୍ଣ ମୁମ୍ବାଇରେ ପାରା ମିଲିଟାରି ଫୋର୍ସ ମୁତୟନ କରାଯାଇଛି । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଏବଂ ତାଜ୍ ମହଲ ପ୍ୟାଲେସ୍ ହୋଟେଲରେ ଡଗ୍ ସ୍କ୍ବାର୍ଡର ଟିମ୍ ତନ୍ନ ତନ୍ନ କରି ଯାଞ୍ଚ୍ କରୁଛି । ଏହା ପୂର୍ବରୁ ମଧ୍ୟ ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବା ପାଇଁ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା । 

Airport
Airport Photograph: (google)


 
 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe