ଆତ୍ମନିର୍ଭର ଭାରତର ବଡ଼ ମାଇଲ ଖୁଣ୍ଟ; ସେନାର ସାଇଲେଣ୍ଟ ହଣ୍ଟର ‘ଆଇଏନ୍‌ଏସ୍‌ ମାହେ’

ବଢ଼ିଲା ଭାରତୀୟ ନୌସେନାର ବଳ । ନୌସେନାରେ ସାମିଲ ହେଲା ଆଇଏନଏସ ମାହେ । ଆତ୍ମନିର୍ଭର ଭାରତ ଯୋଜନାରେ କୋଚିନ ସିପ୍‌ ୟାର୍ଡ ଲିମିଟେଡରେ ନିର୍ମିତ ଜାହାଜକୁ ମୁମ୍ବାଇରେ ଆୟୋଜିତ ଉତ୍ସବରେ ନୌସେନାରେ ସାମିଲ କରାଯାଇଛି ।

INS Mahe

INS Mahe Photograph: (Kanak News)

କନକ ବ୍ୟୁରୋ : ବଢ଼ିଲା ଭାରତୀୟ ନୌସେନାର ବଳ । ଆଜି ବାୟୁସେନାରେ ସାମିଲ ହୋଇଛି ଅତ୍ୟାଧୁନିକ ତଥା ଶକ୍ତିଶାଳୀ ବୁଡ଼ାଜାହାଜ ଆଇଏନଏସ ମାହେ । କ’ଣ ରହିଛି ଏହା ବିଶେଷତ୍ୱ ? କେମିତି ସମୁଦ୍ରର ପ୍ରହରୀ ସାଜି ଶତ୍ରୁଙ୍କୁ ଦେବ ଚକମା ?

ଅଧିକ ପଢ଼ନ୍ତୁ : ଭାରତୀୟ ନୌସେନାରେ ବଡ଼ ଉପଲବ୍ଧି; ପ୍ରସ୍ତୁତ କଲା ପ୍ରଥମ ସ୍ୱଦେଶୀ ୩ଡି ଏୟାର୍ ସର୍ଭେଲାନ୍ସ ରାଡାର୍

ବଢ଼ିଲା ଭାରତୀୟ ନୌସେନାର ବଳ । ନୌସେନାରେ ସାମିଲ ହେଲା ଆଇଏନଏସ ମାହେ । ଆତ୍ମନିର୍ଭର ଭାରତ ଯୋଜନାରେ କୋଚିନ ସିପ୍‌ ୟାର୍ଡ ଲିମିଟେଡରେ ନିର୍ମିତ ଜାହାଜକୁ ମୁମ୍ବାଇରେ ଆୟୋଜିତ ଉତ୍ସବରେ ନୌସେନାରେ ସାମିଲ କରାଯାଇଛି । ସାମିଲ ଉତ୍ସବରେ ଯୋଗଦେଇଥିଲେ ଆର୍ମିଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଭାଇସ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନଙ୍କ ସମେତ ବହୁ ପଦାଧିକାରୀ ।

ସେନାର ସାଇଲେଣ୍ଟ ହଣ୍ଟର ‘ଆଇଏନ୍‌ଏସ୍‌ ମାହେ’

  • -  ନୂଆ ସ୍ବଦେଶୀ ଜ୍ଞାନକୌଶଳର ବୁଡ଼ାଜାହାଜ
  • - ୮୦% ସ୍ବଦେଶୀ ପ୍ରଯୁକ୍ତି କୌଶଳରେ ନିର୍ମିତ
  • -  ଅତିଶକ୍ତିଶାଳୀ ଓ ଲକ୍ଷ୍ୟଭେଦୀ ବୁଡ଼ାଜାହାଜ
  • - ଶତ୍ରୁ ବୁଡ଼ାଜାହାଜକୁ ସହଜରେ ଚିହ୍ନଟ ଓ ଧ୍ବଂସ କରିପାରେ
  • - ଉପକୂଳରେ ପାଟ୍ରୋଲିଂ କରିବାକୁ ସକ୍ଷମ
  • - ଦେଶର ସାମୁଦ୍ରିକ ତଟ ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିବ
  • - ବିଭିନ୍ନ ମିସନ୍‌ରେ ଏହା ମୁତୟନ ହୋଇପାରିବ
  • - ଶତ୍ରୁପକ୍ଷର ନଜର, ସର୍ଚ୍ଚ ଓ ରେସ୍‌କ୍ୟୁ ମିସନ୍‌
  • - ପାଟ୍ରୋଲିଂ, ବୁଡ଼ାଜାହାଜ ବିଧ୍ବଂସୀ ଅପରେସନ୍‌ରେ ମାହେ ମାହିର

କେରଳ ଉପକୂଳବର୍ତ୍ତୀ ସହର ମାହେ ନାମରେ ଏହି ବୁଡ଼ାଜାହାଜର ନାଁ ରଖାଯାଇଛି । ଚୀନର ବୃଦ୍ଧି ପାଉଥିବା ସାମୁଦ୍ରିକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ମ ନଜର ରଖିବ ଆଇଏନଏସ ମାହେ । ସାମୁଦ୍ରିକ ସୁରକ୍ଷା ଦିଗରେ ବଡ଼ ଭୂମିକା ତୁଳାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe