କନକ ବ୍ୟୁରୋ : ଭାରତୀୟ ନୌସେନାରେ ବଡ଼ ଉପଲବ୍ଧି । ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ୍ ଲିମିଟେଡ୍ ସ୍ପେନ୍ର ଇଣ୍ଡ୍ରା କମ୍ପାନି ସହ ମିଶି ନୌସେନା ପାଇଁ ପ୍ରଥମ ସ୍ୱଦେଶୀ ୩ଡି ଏୟାର୍ ସର୍ଭେଲାନ୍ସ୍ ରାଡାର୍ ‘ଲାଞ୍ଜା-ଏନ୍’ କମିସନ କରିଛି । ଏହା ଯୁଦ୍ଧଜାହାଜରେ ସ୍ଥାପିତ ହୋଇଛି ଏବଂ ଡ୍ରୋନ୍, ଜେଟ୍, ମିସାଇଲ୍ ସମେତ ସାମୁଦ୍ରିକ ଲକ୍ଷ୍ୟଗୁଡ଼ିକୁ ୩ଡିରେ ଟ୍ର୍ୟାକ୍ କରିପାରେ । ଏହି ରାଡାର୍ ଦୀର୍ଘ ଦୂରତ୍ୱରେ ସ୍ଥିର ଓ ଗତିଶୀଳ ଲକ୍ଷ୍ୟଗୁଡ଼ିକୁ ଚିହ୍ନଟ କରିପାରେ । ଏହି ପ୍ରକଳ୍ପ ଭାରତର ରକ୍ଷା ଆତ୍ମନିର୍ଭରତାରେ ଏକ ବଡ଼ ପଦକ୍ଷେପ, ଯେଉଁଥିରେ ୫୦ପ୍ରତିଶତରୁ ଅଧିକ ସ୍ୱଦେଶୀ ଅଂଶ ବ୍ୟବହୃତ ହୋଇଛି । କର୍ଣ୍ଣାଟକରେ ରାଡାର୍ କାରଖାନା ସ୍ଥାପନ ହୋଇଛି, ଯାହା ଫ୍ରିଗେଟ୍, ଡେଷ୍ଟ୍ରୟର୍ ଓ ଏୟାରକ୍ରାଫ୍ଟ କାରିୟର୍ରେ ଅଧିକ ରାଡାର୍ ପ୍ରଦାନ କରିବ ।
କ’ଣ ଏହି ଲାଞ୍ଜା-ଏନ୍ ରାଡାର
ବିଶ୍ୱର ସବୁଠାରୁ ଉନ୍ନତ ଦୂରଗାମୀ ବାୟୁ ପ୍ରତିରକ୍ଷା ଏବଂ କ୍ଷେପଣାସ୍ତ୍ର ପ୍ରତିରୋଧୀ ରାଡାର । ୩ଡି’ରେ ବାୟୁ ଏବଂ ପୃଷ୍ଠ ଉଭୟ ଲକ୍ଷ୍ୟକୁ ଟ୍ରାକ୍ କରିପାରେ । ପରିସର ୨୫୪ ନଟିକାଲ୍ ମାଇଲ୍ ବା ପ୍ରାୟ ୪୭୦ କିଲୋମିଟର । ଏହି ରାଡାର ଦୀର୍ଘ ଦୂରତାରେ ବିମାନ ଏବଂ କ୍ଷେପଣାସ୍ତ୍ର ଲକ୍ଷ୍ୟସ୍ଥଳକୁ ଟ୍ରାକ୍ କରିବାରେ ସକ୍ଷମ । ୪୭୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ଏବଂ ୩୦,୦୦୦ ମିଟର ଉଚ୍ଚତାରେ ଲକ୍ଷ୍ୟ ଚିହ୍ନଟ କରିପାରିବ । ଯେକୌଣସି ତ୍ରୁଟିପୂର୍ଣ୍ଣ ସମୟରେ ରାଡାରକୁ ସର୍ବନିମ୍ନ ପ୍ରଭାବରେ କାର୍ଯ୍ୟ କରିବାକୁ ସକ୍ଷମ ।