କନକ ବ୍ୟୁରୋ : ଭାରତୀୟ ନୌସେନାରେ ସାମିଲ ଅତ୍ୟାଧୁନିକ ଯୁଦ୍ଧପୋତ । ଭାରତୀୟ ନୌସେନାରେ ଆଜି ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନଏସ୍‌ ଉଦୟଗିରି ଓ ଆଇଏନଏସ୍‌ ହିମଗିରି ସାମିଲ ହୋଇଛି । ବିଶାଖାପାଟଣାରେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି ଐତିହାସିକ ସମାରୋହ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ଦୁଇଟି ଭିନ୍ନ ଭିନ୍ନ ଶିପ୍‌ ୟାର୍ଡରେ ନିର୍ମିତ ଦୁଇଟି ପ୍ରମୁଖ ଯୁଦ୍ଧ ଜାହାଜ ଏକ ସାଙ୍ଗରେ ନୌସେନାରେ ସାମିଲ ହୋଇଛନ୍ତି । ଭାରତର ସାମୁଦ୍ରିକ ଶକ୍ତିକୁ ଆହୁରି ମଜଭୁତ କରିବ ଏବଂ ‘ମେକ୍ ଇନ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ର ସଫଳତାକୁ ପ୍ରତିଫଳିତ କରୁଛି । ଉଦୟଗିରି ମୁମ୍ବାଇର ମଜଗାଁ ଡକ ଶିପ ବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମିତ ହୋଇଥିବା ବେଳେ ହିମଗିରି କୋଲକାତାର ଗାର୍ଡନ ରିଚ୍ ଶିପ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଦ୍ୱାରା ନିର୍ମାଣ କରାଯାଇଛି । 

Advertisment

ସମୁଦ୍ରର ବାହୁବଳୀ ‘ଉଦୟଗିରି’ ଓ ‘ହିମଗିରି’ ---
-ଯୁଦ୍ଧପୋତରେ ରାଡାର, ଇନଫ୍ରାରେଡ୍‌ ଓ ଶବ୍ଦ ସେନସରକୁ ଏଡ଼ାଇବା ପାଇଁ ବ୍ୟବସ୍ଥା 
-ବ୍ରହ୍ମୋସ ମିସାଇଲ, ବାରାକ-୮ ଏୟାର ଡିଫେନ୍ସ ସିଷ୍ଟମ୍‌, ଆଣ୍ଟି-ସବମାରିନ ରକେଟ୍‌ ଲଞ୍ଚର୍‌ 
-କମ୍ବାଇନ୍‌ଡ୍‌ ଡିଜେଲ ଓ ଗ୍ୟାସ ସିଷ୍ଟମ୍‌ 
-ହିମଗିରି ଓ ଉଦୟଗିରିରେ ପ୍ରାୟ ୭୫ ପ୍ରତିଶତ ସ୍ୱଦେଶୀ ଉପକରଣ ବ୍ୟବହୃତ
-ଏମଏଚ-୬୦, ଏଏଲଏଚ୍‌ ଧ୍ରୁବ ଓ ସି କିଙ୍ଗ ହେଲିକପ୍ଟର ପାଇଁ ଫ୍ଲାଇଟ୍‌ ଡେକ ଓ ହ୍ୟାଙ୍ଗର
-ଉଦୟଗିରି କେବଳ ୩୭ ମାସରେ ନିର୍ମିତ
-ଗଭୀର ସମୁଦ୍ରରେ ପାରମ୍ପରିକ ଓ ଆଧୁନିକ ଆକ୍ରମଣ ମୁକାବିଲା କରିବାରେ ସକ୍ଷମ
-ଇଣ୍ଡୋ-ପାସିଫିକ ଅଞ୍ଚଳରେ ଭାରତର ସାମରିକ ଆଧିପତ୍ୟକୁ ଆହୁରି ଶକ୍ତିଶାଳୀ କରିବ
-ଚୀନ-ପାକିସ୍ତାନର ଗତିବିଧି ଉପରେ ନଜର ରଖିବ ଦୁଇ ଯୁଦ୍ଧପୋତ
-ଘଣ୍ଟା ପ୍ରତି ୩୦ ନଟିକାଲ୍ ମାଇଲ୍ ବେଗରେ ଗତି କରିପାରେ
-ଉଦୟଗିରି ଏବଂ ହିମଗିରିରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିକ୍ଷେପ କରିପାରେ
-ଡିଜିଟାଲ୍ ରାଡାରର ଆକ୍ରମଣକୁ  ଦୂରରୁ ଚିହ୍ନିବାକୁ ସକ୍ଷମ