ବଡ଼ ବଡ଼ କଥା କହୁଥିବା ପାକିସ୍ତାନର ମୁଖା ଖୋଲିଛନ୍ତି ସେଠାକାର ଲୋକପ୍ରିୟ ଭେଟେରାନ୍ ଅଭିନେତ୍ରୀ ହିନା ଖ୍ବାଜା । ଅଭିନେତ୍ରୀଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି , ଯେଉଁଥିରେ ପାଣିର ଅଭାବକୁ ନେଇ ସେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓଟି ମେ’ ୨୮ ତାରିଖ ଦିନ ପୋଷ୍ଟ୍ କରାଯାଇଛି । ଏହିଦିନ ପାକିସ୍ତାନରେ ୟୋମ-ଏ-ତକବିର ପାଳନ କରାଯାଉଥିବା ବେଳେ କରାଚି ଏୟାରପୋର୍ଟରେ ପାଣି ପାଇଁ ଯାତ୍ରୀ ହନ୍ତସନ୍ତ ହେଉଥିଲେ । ଏମିତିକି ବାଥରୁମରେ ମଧ୍ୟ ପାଣି ଆସୁନଥିଲା । ଯାହାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ଅଭିନେତ୍ରୀ । 

Advertisment

ଭିଡିଓରେ ହିନା କହୁଛନ୍ତି ‘ପୂରା ପାକିସ୍ତାନ ଆଜି ୟୋମ-ଏ-ତକବିରର ଉତ୍ସବ ପାଳୁଥିବା ବେଳେ କରାଚି ଏୟାରପୋର୍ଟରେ ପାଣି ଆସୁନାହିଁ । ଏଠାରେ ଅନେକ ଯାତ୍ରୀ ନିଜ ପରିବାର ସହ ଆସିଛନ୍ତି ତାଙ୍କ ସହ ଛୋଟ ଛୁଆ ମଧ୍ୟ ରହିଛନ୍ତି କିନ୍ତୁ ଦୁର୍ଭାଗ୍ୟର ବିଷୟ ଏୟାରପୋର୍ଟରେ ପାଣି ଆସୁ ନ ଥିବାରୁ ସମସ୍ତେ ହଇରାଣ ହେଉଛନ୍ତି । ଲୋକ ନମାଜ ପଢ଼ିବାକୁ ଚାହୁଛନ୍ତି , ପିଲା ବାଥରୁମ୍ ଯିବାକୁ ଚାହୁଛନ୍ତି କିନ୍ତୁ ପାଣି ନାହିଁ । ଆମ ଏୟାରପୋର୍ଟ ସିଷ୍ଟମର ଏଭଳି ଅବସ୍ଥା କାହିଁକି ହେଉଛି ? ବଡ଼ ବଡ଼ ପ୍ରୋଜେକ୍ଟ , ନୂଆ ସିଷ୍ଟମ୍ ବିଷୟରେ କଥା ଉଠୁଛି କିନ୍ତୁ ପୁରୁଣା ସିଷ୍ଟମର କ’ଣ ? ନୂଆ କରିବେ ବୋଲି କ’ଣ ପୁରୁଣାକୁ ଭୁଲିଯିବେ ? ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପାଣି ନାହିଁ । ଏ ବଡ଼ ଦୁଃଖର କଥା ।’ ହିନାଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆ ଭାଇରାଲ୍ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।