ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ବିଗୁଲ୍ ବଜାଇ ସାରିଛି । ଶତ୍ରୁଦେଶକୁ ଇଟାର ଜବାବ୍ ପଥରରେ ଦେଇଛି ଭାରତ । Operation Sindoor ନାଁରେ ଇଣ୍ଡିଆନ୍ ଆର୍ମି ପାକିସ୍ତାନ ଏବଂ ପାକିସ୍ତାନ କବଜାରେ ଥିବା ପିଓକେର ୯ ଠିକଣାକୁ ଟାର୍ଗେଟ୍ କରି ଧ୍ବଂସ କରିଛି । ଆଉ ଏଥିପାଇଁ ଏବେ ବିଳିବିଳେଇ ହୋଇ କାନ୍ଦୁଛି ପାକିସ୍ତାନ । ଆଇପିଏଲ୍ ୨୦୨୫ ଚାଲିଥିବା ବେଳେ ପାକିସ୍ତାନ ତରଫରୁ ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି । ଗୁଜୁରାଟ କ୍ରିକେଟ୍ ଆସୋସିଏସନର ଅଫିସିଆଲ୍ ଇମେଲରେ ଷ୍ଟାଡିୟମକୁ ଦୋହଲାଇ ଦେବା ପାଇଁ ଧମକ ମିଳିଛି । ତେବେ ଇମେଲ୍ ମିଳିବା କ୍ଷଣି ଏବେ ସୁରକ୍ଷା ଏଜେନ୍ସି ସତର୍କ ହୋଇଯାଇଛନ୍ତି ଏବଂ ଷ୍ଟାଡିୟମର ସୁରକ୍ଷା ବଢିଥିବା ଖବର ମଧ୍ୟ ଆସିଛି । ଏହି ମେଲରେ ଲେଖାଯାଇଛି , ‘ଆମେ ତୁମ ଷ୍ଟାଡିୟମକୁ ବୋମାରେ ଉଡାଇଦେବୁ ।’ ଇମେଲଟି ପାକିସ୍ତାନ ନାଁରେ ପଠାଯାଇଛି । 

Advertisment
stadium 111
stadium 111 Photograph: (google)

ଷ୍ଟାଡିୟମରେ ୨ ଟି ବଡ଼ ମ୍ୟାଚ୍ ହେବାକୁ ଥିବା ସମୟରେ ଗୁଜୁରାଟ କ୍ରିକେଟ୍ ଆସୋସିଏସନକୁ ଏଭଳି ଧମକଭରା ମେସେଜ୍ ଆସିବା ଦ୍ବାରା ସମସ୍ତେ ସଜାଗ ହୋଇଯାଇଛନ୍ତି । ଗୋଟିଏ ମ୍ୟାଚ୍ ୧୪ ମେ’ରେ ହେବାକୁ ଥିବା ବେଳେ ଅନ୍ୟଟି ମେ’ ୧୮ ରେ ହେବ । ଇମେଲକୁ ଗମ୍ଭୀରତାର ସହ ନେଇ ଷ୍ଟାଡିୟମର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।