ମୋଦୀକୁ କହିଦେବ .. ଏପ୍ରିଲ୍ ୨୨ ତାରିଖରେ ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ଜଣେ ହିନ୍ଦୁ ପର୍ଯ୍ୟଟକଙ୍କୁ ଗୁଳି ମାରିବା ପରେ ତାଙ୍କ ବିଧବା ପତ୍ନୀଙ୍କୁ ଏହା ହିଁ କହିଥିଲେ । ହସିଖେଳି କାଶ୍ମୀରର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଯାଇଥିବା ଦମ୍ପତିଙ୍କ ଦୟନୀୟ ଅବସ୍ଥା କରିଦେଇଥିଲେ ଆତଙ୍କୀ । ସ୍ବାମୀଙ୍କୁ ମାରି ସ୍ତ୍ରୀ ମଥାରୁ ପୋଛି ଦେଇଥିଲେ ସିନ୍ଦୂର । ଆଉ ଯାହାର ଜବାବ୍ ଗତକାଲି ରାତିରେ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଦେଇଛି ଭାରତ । ଏହି ପୂରା ଅପରେସନର ଭାବନାକୁ ୫ ଟି ଶବ୍ଦରେ ବ୍ୟାଖ୍ୟା କରିଛନ୍ତି ପୂର୍ବ ସେନା ପ୍ରମୁଖ ଜେନେରାଲ୍ ମନୋଜ ମୁକୁନ୍ଦ ନରଭାଣେ ।
Succinct. A whole story in five words. pic.twitter.com/7ySGav0bIQ
— Manoj Naravane (@ManojNaravane) May 7, 2025
ପୂର୍ବ ସେନା ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦୁଇଟି ଗ୍ରାଫିକ୍ସ ଫଟୋ ସେୟାର୍ କରି ପାକିସ୍ତାନକୁ ଚାପୁଡ଼ା ପକାଇଲା ପରି ଶବ୍ଦ କହିଛନ୍ତି । ଏହି ପୋଷ୍ଟରେ ୨ ଟି ଗ୍ରାଫିକ୍ସ ଫଟୋ ରହିଛି । ଯେଉଁଥିରେ ଗୋଟିଏରେ ପହଲଗାମ ଆକ୍ରମଣ ସମୟର ଫଟୋ ରହିଥିବା ବେଳେ ଆତଙ୍କୀ ମହିଳାଙ୍କୁ ମୋଦୀଙ୍କୁ କହିବା ପାଇଁ କହୁଥିବାର ନଜର ଆସୁଛନ୍ତି ଆଉ ଗୋଟିଏ ଫଟୋରେ ଉକ୍ତ ମହିଳାଙ୍କୁ ରୌଦ୍ର ରୂପରେ ଦେଖିବାକୁ ମିଳୁଛି । ଯେଉଁଥିରେ ମହିଳା ‘ମୁଁ ମୋଦୀଙ୍କୁ କହିଦେଲି’ ବୋଲି ଦେଖିବାକୁ ମିଳୁଛନ୍ତି । ନରାଭାଣେ ଏହାର କ୍ୟାପ୍ସନରେ ଲେଖିଛନ୍ତି ଯେ ସଂକ୍ଷିପ୍ତ – ୫ ଶବ୍ଦରେ ପୂରା କାହାଣୀ । ଏନେଇ ପୂର୍ବରୁ ଜେନେରାଲ୍ ନରଭାଣେ କହିଛନ୍ତି ଯେ ‘ଅପରେସନ ସିନ୍ଦୂର ପାକିସ୍ତାନ ପାଇଁ ଝଲକ ମାତ୍ର , ଏବେ ସିନେମା ବାକି ଅଛି ।’