ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତର ପ୍ରତିଟି ଲୋକ ଶତ୍ରୁଦେଶ ପାକିସ୍ତାନ ଉପରେ ପ୍ରତିଶୋଧ ନେବା ପାଇଁ ଚାହିଁ ବସିଥିଲେ । ଯାହାର ଉଚିତ୍ ଜବାବ୍ ଗତକାଲି ରାତିରେ ଏୟାର୍ ଷ୍ଟ୍ରାଇକ୍ ମାଧ୍ୟମରେ ଦେଇଛି ଭାରତ । ଆତଙ୍କୀଙ୍କ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରି ସବୁ ଧ୍ବଂସ କରିଛି ଭାରତ । ଏବେ ଏହା ଉପରେ ଯୋଗଗୁରୁ ବାବା ରାମଦେବ ନିଜ ପ୍ରତିକ୍ରିୟା ଦେଇ ଶତ୍ରୁଦେଶ ଏବଂ ଆତଙ୍କବାଦକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ।  

Advertisment
rambaba
rambaba Photograph: (google)

ହରିଦ୍ବାରର ଯୋଗ ଶିବିରରେ ବାବା ରାମଦେବ କହିଛନ୍ତି ,‘ଭାରତୀୟ ସେନା ନିଜ ପରାକ୍ରମ ଦେଖାଇ ଆତଙ୍କୀସ୍ତାନ ପାଲଟିଥିବା ପାକିସ୍ତାନକୁ ଯେଉଁ ପାନେ ଚଖାଇଛି ତାହା ଶତ୍ରୁଦେଶ କେବେ ବି ଭୁଲି ପାରିବନାହିଁ । ନିରୀହ ନାଗରିକଙ୍କୁ ନିର୍ମମ କରି ମାରି , ସ୍ତ୍ରୀଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ପାପ କରିଥିଲେ ଆତଙ୍କୀ । ଯାହାର ଜବାବ୍ ଅପରେସନ୍ 'ସିନ୍ଦୂର' ମାଧ୍ୟମରେ ଦେଇଛି ଭାରତ । ଭାରତୀୟ ସେନାର ସିଂହମାନେ ଆତଙ୍କବାଦୀଙ୍କୁ ନର୍କରେ ଥିବା ଅପସରାଙ୍କ ପାଖକୁ ପଠାଇଛନ୍ତି । ଜଳ,ସ୍ଥଳ ଏବଂ ବାୟୁସେନାର ଯବାନ ପାକିସ୍ତାନ ଉପରେ ଏମିତି ପ୍ରହାର କରନ୍ତୁ ଯେ POK ର ନାଁ ଭାରତରୁ ଲିଭିଯାଉ । ଲାହୋର ଏବଂ କରାଚିର ମଧ୍ୟ ଭାରତର ଧ୍ବଜା ଫରଫର ଉଡୁ ।’ ଯୋଗଗୁରୁ ଆତଙ୍କୀ ସଂଗଠନକୁ ଫଣ୍ଡ ଯୋଗାଉଥିବା ଲୋକଙ୍କ ଉପରେ ମଧ୍ୟ କଡ଼ା ପଦକ୍ଷେପ ନେବାକୁ କହିଛନ୍ତି । ସେ କହିଛନ୍ତି , ‘ମସଜିଦ୍ ହେଉ କି ଜଙ୍ଗଲ ଆତଙ୍କୀ ଯେଉଁଠାରେ ଲୁଚିଛନ୍ତି ତାଙ୍କୁ ଖୋଜି ଖୋଜି ମାରନ୍ତୁ ଭାରତୀୟ ସେନାର ଯବାନ ।’