ଅପରେସନ ସିନ୍ଦୂରକୁ ସବୁ ଦେଶ ପ୍ରଶଂସା କଲେ କିନ୍ତୁ ତୁର୍କୀ ପାକ୍ ସହ ବନ୍ଧୁତା ଦେଖାଇ ଭାରତକୁ ଏବଂ ଅପରେସନ ସିନ୍ଦୂରକୁ ନିନ୍ଦା କଲା । ଆତଙ୍କୀସ୍ତାନ ପ୍ରତି ଅନ୍ୟାୟ ହେଉଛି କହି ତୁର୍କୀ ପ୍ରତିଟି ପାଦରେ ତା’ର ସାଥ୍ ଦେଲା । କିନ୍ତୁ ପଥର ଗୋଟାଉ ଗୋଟାଉ ବୋଧ ହୁଏ ହୀରାକୁ ଭୁଲିଗଲା ତୁର୍କୀ । ଯେତେବେଳେ ତୁର୍କୀ ଉପରେ ପ୍ରାକୃତିକ ବିପଦ ମାଡ଼ି ଆସିଥିଲା ଭାରତ ବିପଦର ବନ୍ଧୁ ହୋଇ ଆଗକୁ ଆସିଥିଲା କିନ୍ତୁ ତୁର୍କୀ ବନ୍ଧୁ ପିଠିରେ ହିଁ ଛୁରୀ ଭୁସିଲା । ଯାହା ଫଳରେ ଭାରତରେ ଏବେ ବୟକଟ୍ ତୁର୍କୀ ଟ୍ରେଣ୍ଡ୍ କରିବାରେ ଲାଗିଛି । ପ୍ରଥମେ ବ୍ୟବସାୟୀମାନେ ତୁର୍କୀରୁ ସେଓ ଏବଂ ମାର୍ବଲ୍ ନେବାକୁ ମନା କରିଦେଲେ । ଏହାପରେ ତୁର୍କୀରୁ ଆସୁଥିବା ଅନ୍ୟ ସାମଗ୍ରୀ ଉପରେ ରୋକ୍ ଲାଗିବାର ଆକଳନ କରାଯାଉଛି ।
/kanak/media/media_files/2025/05/14/5bNSj8M6If9VEcmOBela.jpg)
ତୁର୍କୀରୁ ଭାରତକୁ ଅଧିକ ସଂଖ୍ୟାରେ ମାର୍ବଲ୍ ଆସୁଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରତିବର୍ଷ ପାଖାପାଖି ୧ ଲକ୍ଷ ୨୯ ହଜାର ୮୮୨ ମିଟ୍ରିକ୍ ଟନ୍ ସେଓ ଭାରତକୁ ଆସୁଥିଲା । ପୁଣେର ବ୍ୟବସାୟୀ ତୁର୍କୀରୁ ସେଓ ନ ଆଣିବା ପାଇଁ ଘୋଷଣା କରିଛନ୍ତି । ଏହାଛଡ଼ା କାର୍ପେଟ୍ , ଫର୍ଣ୍ଣିଚର , ହାତ ତିଆରି ଏମ୍ବ୍ରୋଡରି ସାମଗ୍ରୀ , ସିଲ୍କ ଫାବ୍ରିକ୍ , ଲିନନ୍ , ଅଲିଭ୍ ଅଏଲ୍ ,ଡ୍ରାଏ ଫ୍ରୁଟ୍ସ , ଚେରି , ମସଲା ଏବଂ ହର୍ବାଲ୍ ଟି ମଧ୍ୟ ଆସୁଥିଲା । ଇଣ୍ଡଷ୍ଟ୍ରିୟାଲ୍ ମେସିନ୍ , ଗୃହ ନିର୍ମାଣ ଉପକରଣ ଏବଂ କୃଷି ଉପକରଣ ମଧ୍ୟ ତୁର୍କୀରୁ ଆସୁଥିଲା । ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇର ବଡ଼ ବଡ଼ ହୋଟେଲରେ ତୁର୍କୀ ଡିସ୍ ପ୍ରସ୍ତୁତ ନ କରିବା ପାଇଁ ମଧ୍ୟ ସ୍ବର ଉଠୁଛି । ତୁର୍କୀ ଚା’ ଏବଂ ଶୱରମାକୁ ମଧ୍ୟ ଭାରତରେ ପ୍ରସ୍ତୁତ ନ କରିବା ପାଇଁ ଲୋକ କହୁଛନ୍ତି ।