କନକ ବ୍ୟୁରୋ : ଛଠ୍ ପରେ ପ୍ରଚାର ମୈଦାନକୁ ଓହ୍ଲାଇବ ମହାଗଠବନ୍ଧନ । କାଲିଠୁ ବେଗୁରସରାଇରୁ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବେ ପ୍ରିୟଙ୍କା ଗାନ୍ଧୀଭଦ୍ରା । ସେହିପରି ୨୯ରୁ ଭଉଣୀଙ୍କ ସହ ଯୋଗଦେବେ ରାହୁଲ ଗାନ୍ଧୀ । ଏଥିସହ ମଙ୍ଗଳବାର ମହାଗଠବନ୍ଧନ ନିର୍ବାଚନୀ ଇସ୍ତାହାର ଜାରି କରିବ ।
ବିହାର ବିଧାନସଭା ନିର୍ବାଚନରେ କିଏ ମାରିବ ବାଜି, ସେକଥା କହିବ ଫଳାଫଳ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାର ମୈଦାନରେ କାଲିଠୁ ଓହ୍ଲାଇବେ ମହାଗଠବନ୍ଧନର ହାଇପ୍ରୋଫାଇଲ ନେତା । ମଙ୍ଗଳବାର ପ୍ରିୟଙ୍କା ଗାନ୍ଧୀ ବେଗୁରସରାଇଠୁ ପ୍ରଚାର ଆରମ୍ଭ କରିବେ ଓ ୨୯ରେ ଆସିବେ ରାହୁଲ ଗାନ୍ଧୀ । ସୂଚନା ଅନୁସାରେ ଭାଇ-ଉଉଣୀ ଏକାକା ଓ ମିଳିତ ଭାବେ ୧୦ରୁ ୧୨ ରାଲି ଏବଂ ରୋଢ୍ ଶୋ କରିବେ ।
ସେହିପରି କଂଗ୍ରେସର ଅନ୍ୟତମ ତୁଙ୍ଗନେତା କେ.ସି ବେଣୁଗୋପାଳ ଓ ଅଶୋକ ଗେହଲଟ ମଧ୍ୟ ମୈଦାନକୁ ଓହ୍ଲାଇବେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାଲିକାରେ ୪୦ଜଣ ହାଇଫ୍ରୋଫାଇଲ ନେତାଙ୍କ ନାଁ ରଖିଛି କଂଗ୍ରେସ । ସେପଟେ ସହଯୋଗୀ ଆରଜେଡି ଓ ଅନ୍ୟାନ୍ୟ ଦଳ ନିଜ ନିଜର ପ୍ରଚାର ଜାରି ରଖିଛନ୍ତି ।
ଗୋଟେପଟେ ମହାଗଠବନ୍ଧନର ୪୦ଜଣ ତୁଙ୍ଗ ନେତାଙ୍କ କାନ୍ଧରେ ଦଳ ପ୍ରଚାର ଦାୟିତ୍ୱ ଦେଇଥିବାବେଳେ ସେପଟେ ଏନଡିଏ ମଧ୍ୟ ଜୋରଦାର ଟକ୍କର ଦେବାକୁ ପ୍ରସ୍ତୁତ । ଅକ୍ଟୋବର ୩୦ ଓ ନଭେମ୍ବର ୨ରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କର ପଟନାରେ ଦୁଇଟି ବିଶାଳ ରୋଡ୍ ଶୋ ରହିଛି । ପଛକୁ ପଛ ରାଜନାଥ ସିଂ, ଅମିତ ଶାହା ରାଲିରେ ଯୋଗଦେବେ । ସେହିପରି ଏନଡିଏ ସହଯୋଗୀ ଦଳ ଜେଡିୟୁ ପୂର୍ବରୁ ପ୍ରଚାର ମୈଦାନକୁ ଓହ୍ଲାଇସାରିଛି । ବିହାର ବିଧାନସଭା ନିର୍ବାଚନରେ ଏଥରକ ରୋଚକ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ । ଏନଡିଏ ଓ ମହାଗଠବନ୍ଧନ ଭିତରେ ସିଧାସଳଖ ଟକ୍କର ଭିତରେ ଟୁଇଷ୍ଟ ଆଣିବ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ୍ ପାର୍ଟି ।
ନଭେମ୍ବର ୬ ଓ ୧୧ ଦୁଇଟି ପର୍ଯ୍ୟାୟରେ ପଡ଼ିବ ବିହାର ବିଧାନସଭା ନିର୍ବଚନ ପାଇଁ ଭୋଟ । ପ୍ରଥମ ପର୍ଯ୍ୟାୟରେ ୧୮ଜିଲ୍ଲାର ୧୨୧ ଆସନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଜିଲ୍ଲାର ୧୨୨ ଆସନ ପାଇଁ ମତଦାନ କରାଯିବ । ମୋଟ ୨ ହଜାର ୬୧୬ ପ୍ରାର୍ଥୀଙ୍କ ଭାଗ୍ୟଫଳ ନଭେମ୍ୱର ୧୪ ଜଣାପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/27/bihar-poll-campaign-2025-10-27-22-05-18.jpg)