କନକ ବ୍ୟୁରୋ : ପରିବାରର ପେଟ ପୋଷିବା ପାଇଁ, ସେ ଛଅ ବର୍ଷ ବୟସରେ ମଇଁଷି ଚରାଉଥିଲେ, କ୍ଷୀର ବିକ୍ରୟ କରୁଥିଲେ । ଆଜି, ଭୋଜପୁରୀ ଷ୍ଟାର ଶତ୍ରୁଘ୍ନ ଯାଦବ, ଯାହାକୁ ଖେସାରି ଲାଲ ଯାଦବ ଭାବରେ ମଧ୍ୟ ଜଣାଶୁଣା ଆରଜେଡି ଟିକେଟ୍ରେ ନିର୍ବାଚନ ଲଢ଼ୁଛନ୍ତି । ଦିଲ୍ଲୀରେ ଲିଟି-ଚୋଖା ବିକ୍ରୟ କରି ଭୋଜପୁରୀ ଶିଳ୍ପରେ ପ୍ରସିଦ୍ଧି ଅର୍ଜନ କରିଥିବା ଖେସାରିଙ୍କ ଉପରେ ୨୫ ବର୍ଷ ପରେ ଛାପରା ଆସନରେ ଆରଜେଡିକୁ ବିଜୟୀ କରାଇବାର ଦାୟିତ୍ୱ ରହିଛି । ସାରନ ଜିଲ୍ଲାର ଛପରା ନିର୍ବାଚନମଣ୍ଡଳୀରୁ ଖେସରୀଙ୍କୁ ଦାୟିତ୍ବ ଦେଇଛି ଆରଜେଡି ।
ଆରଜେଡି ଖେସାରୀଙ୍କୁ ଟିକେଟ ଦେବାର ରାଜନୈତିକ କାରଣଟି ହେଉଛି , ଗରିବ ଘରୁ ଆସିଥିବା ଖେସାରୀଙ୍କର ଝାଡ଼ଖଣ୍ଡ ସହ ୟୁପିରେ ମଧ୍ୟ ଷ୍ଟାରଡମ୍ ରହିଛି । କୁହାଯାଉଛି ଖେସାରୀଙ୍କ ବିଜୟ ନିର୍ଭର କରେ ସ୍ବାଧୀନ ପ୍ରାର୍ଥୀ ରାଖୀ ଗୁପ୍ତାଙ୍କ ପ୍ରଦର୍ଶନ ଉପରେ । ଯଦି ରାଖୀ ଏନଡିଏ ଭୋଟ୍ ବ୍ୟାଙ୍କ ଦୁଇ ଭାଗ କରିପାରିଲେ ତେବେ ଖେସାରୀ ଲାଭରେ ରହିବେ । ହେଲେ ପ୍ରଶ୍ନ ଖେସାରୀଙ୍କୁ ଏତେ ସହଜରେ ଛାଡିବନି ବିଜେପିରେ ସାମିଲ ହୋଇଥିବା ଅଭିନେତା ,ସେ ପୱନ ସିଂ ହୁଅନ୍ତୁ ଅବା ସାଂସଦ ରବି କିଷନ୍ ବା ନିରହୁଆ ଏମାନେ ଖେସାରୀଙ୍କ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବେ ଖାସ୍ କରି ଖେସାରୀଙ୍କ କ୍ୟାମ୍ପେନଙ୍କୁ ଭଣ୍ଡୁର କରିବାକୁ ବିଜେପିର ଷ୍ଟାର ଟିମ୍ ଏବେ ଠାରୁ ଫୁଲ୍ ଆକ୍ଟିଭ୍ । ଏବେ ଆସିବା ବିହାରରେ ମାଉଣ୍ଟେନ ମ୍ୟାନ ଭାବେ ପରିଚିତ ଦଶରଥ ମାଞ୍ଝିଙ୍କ ପୁଅଙ୍କ ଉପରକୁ ,କଂଗ୍ରେସ ସହ ରାହୁଲ ଗାନ୍ଧୀଙ୍କ ଉପରେ ଅଭିମାନ କରିଛନ୍ତି ଭାଗୀରଥ ମାଞ୍ଝି । କହିଛନ୍ତି ଦିଲ୍ଲୀ କଂଗ୍ରେସ ଭବନରେ ଚାରି ଦିନ ରହି ଆଶ୍ବସନା ପାଇଥିଲି ହେଲେ ଦଳ ଟିକେଟ ଦେଲା ନାହିଁ । ମାଞ୍ଝି କହିଛନ୍ତି, ପାଟନାରେ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ସମୟରେ ଟିକେଟ୍ ବିଷୟରେ ଆଲୋଚନା ହୋଇଥିଲା ।
ଭୋଟ୍ ପୂର୍ବରୁ ତେଜସ୍ୱୀଙ୍କ ବଡ଼ ଘୋଷଣା: ଏମାନଙ୍କୁ ମିଳିବ ୩୦ ହଜାର ଦରମା
ରାହୁଲ ଗାନ୍ଧୀ ପଚାରିଥିଲେ ନିର୍ବାଚନ ଲଢ଼ିବେ କି ନାହିଁ । ସେପଟେ ବିହାର ରାଜନୀତିରେ ପରିବାରବାଦକୁ ଅଧିକ ଗୁରୁତ୍ବ । ୪୨ ପ୍ରାର୍ଥୀ ଏପରି ଅଛନ୍ତି ଯାହାଙ୍କ ପରିବାର ଲୋକ ଆଗରୁ ବିଧାୟକ ,ସାଂସଦ ରହି ସାରିଛନ୍ତି । ରେସରେ ଆଗରେ ରହିଛି ଏନଡିଏ ହାମ୍ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜିତନ ରାମଙ୍କ ୬ଟି ଆସନରୁ ୫ ଆସନ ଟିକେଟ ପରିବାର ଲୋକଙ୍କୁ ମିଳିଛି । ଚିରାଗ ପାସୱାନ ନିଜ ଭଣଜାଙ୍କୁ ନିର୍ବାଚନ ମଇଦାନରେ ପ୍ରଥମ ଥର ପାଇଁ ଛିଡା କରିଛନ୍ତି । ବିଜେପିର ୧୧ ପ୍ରାର୍ଥୀଙ୍କ ପରିବାର ରାଜନୀତି ସହ ଜଡ଼ିତ ସେପଟେ ଆରଜେଡି ଲାଲୁଙ୍କ ପରିବାର ସହ ଜଡ଼ିତ ୧୦ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ କରିଛି ।