କନକ ବ୍ୟୁରୋ; ସବୁ ଦଳ ଓ ମେଣ୍ଟଙ୍କ ଜୋରଦାର କସରତ୍ । ବିହାରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛନ୍ତି । ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ ପ୍ରଚାରର ମହାଭାରତ ଯୁଦ୍ଧ ଲାଗିଯାଇଛି । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଖଗଡ଼ିଆ, ମୁଙ୍ଗେର ଓ ନାଳନ୍ଦାରେ ଆୟୋଜିତ ନିର୍ବାଚନୀ ରାଲିରେ ଯୋଗଦେଇଥିଲେ । ଶାହା କହିଛନ୍ତି, ଏନଡିଏ ଶାସନ ସମୟରେ ବିହାରରେ ଅପରାଧ କମିଛି । ପୁଣି ଜଙ୍ଗଲରାଜ୍ ଫେରିବ କି ରାଜ୍ୟ ବିକାଶ ପଥରେ ଅଗ୍ରଗତି କରିବ, ନିର୍ବାଚନରେ ବିହାରବାସୀ ତାହା ସ୍ଥିର କରିବେ ।
ବିହାର ରାଜନୀତିରେ ସବୁଠୁ ଅଧିକ ବଂଶବାଦ: ୨୪୩ ବିଧାୟକଙ୍କ ଭିତରୁ ୭୦ ଜଣ ନେତା ବଂଶବାଦୀ
ମହାଗଠବନ୍ଧନ ମଧ୍ୟ ପ୍ରଚାରରେ ପଛରେ ପଡ଼ିନାହିଁ । ତେବେ ଅମିତ ଶାହା ଆଜି ଖଗଡ଼ିଆରେ ନିର୍ବାଚନୀ ରାଲି କରିଥିବା ବେଳେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ରାଲି ପାଇଁ ପ୍ରଶାସନ ଅନମୁତି ଦେଇ ନଥିଲା । ତାନାଶାହୀ ଶାସନ ବୋଲି କହିଛନ୍ତି ତେଜସ୍ବୀ । ସେପଟେ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଅଭିଯୋଗ କରିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ଯୋଗୁ ପ୍ରତିବର୍ଷ ବିହାରରୁ ୪ କୋଟିରୁ ଅଧିକ ଲୋକ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଉଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ନୀତୀଶଙ୍କୁ ଲାଲୁ ତାଚ୍ଛଲ୍ୟ କରିଛନ୍ତି । ତେଜସ୍ବୀ ଯାଦବଙ୍କ ପୋଷ୍ଟରକୁ ନେଇ ମହାଗଠବନ୍ଧନରେ ମଧ୍ୟ ବିବାଦ ଲାଗିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/25/bihar-election-2025-2025-10-25-21-46-03.jpg)