କନକ ବ୍ୟୁରୋ : ୧୦ଦିନ ପରେ ପଡ଼ିବ ନୂଆପଡ଼ା ଭୋଟ୍ । ନେତା ବାଛିବେ ଜନତା । ତାରିଖ ପାଖେଇ ଆସୁଥିବାରୁ ମତଦାତାଙ୍କୁ ଆକୃଷ୍ଟ କରବାକୁ ସବୁ ଦଳ ବଳ ଲଗାଇ ଦେଇଛନ୍ତି । ହେଲେ ଉପନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ବଢୁଛି ଆରୋପ ପ୍ରତ୍ୟାରୋପ । ଆଉ ମୁହାୀଁମୁହଁ ହେଉଛନ୍ତି ବିରୋଧୀ ଓ ଶାସକ ଦଳ ନେତା ।

Advertisment

ପ୍ରଚାରରେ ଫାଟି ପଡୁଛି ନୂଆପଡ଼ା । ସବୁ ଦଳ ପାଇଁ ଉପନିର୍ବାଚନ ଏବେ ସମ୍ମାନର ପ୍ରଶ୍ନ । ଏଣୁ ବାଜିମାତ୍ ପାଇଁ ସବୁ କଳ, କୌଶଳ ଲଗାଇଦେଇଛନ୍ତି । ଆଦିବାସୀ, ମହିଳା ସମାବେଶ ପରେ ଏବେ କେନ୍ଦୁପତ୍ର ତୋଳାଳିଙ୍କ ପାଖରେ ପହଞ୍ଚିଛି ବିଜେପି । ପ୍ରାୟ ୩୨ ହଜାର କେନ୍ଦୁପତ୍ର ତୋଳାଳି ଅଛନ୍ତି । ସେମାନଙ୍କୁ ଏକାଠି କରିଛନ୍ତି ଜୟ ଢ଼ୋଲକିଆ । ବିଜେଡି ଓ କଂଗ୍ରେସ ବି ପଛରେ ନାହାନ୍ତି । ଯୁବ ବ୍ରିଗେଡଙ୍କୁ ନେଇ ମାରାଥନ ପ୍ରଚାର କରୁଛନ୍ତି ସ୍ନେହାଙ୍ଗିନୀ ଛୁରିଆ । କୋମନାକୁ ଫୋକସ କରିଛି କଂଗ୍ରେସ । ଏ ଅଞ୍ଚଳଟି ପଛୁଆ ଓ ଅବହେଳିତ ଥିବାରୁ ଏହାକୁ ପ୍ରସଙ୍ଗ କରି ଭୋଟ ମାଗୁଛନ୍ତି ଘାସିରାମ ମାଝୀ ।

ଅଧିକ ପଢ଼ନ୍ତୁ : ରୋଚକ ହେବ ନୂଆପଡ଼ା ଉପନିର୍ବାଚନ; ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

ଏପଟେ ଆରୋପ ପ୍ରତ୍ୟାରୋପ ଏବେ ପାଦେ ଆଗକୁ ବଢ଼ି ଥାନାରେ ପହଁଚିଛି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ନୂଆପଡ଼ା କୋମନା ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ଗାଳିଗୁଲଜ ଓ ମାରପିଟ୍ ଅଭିଯୋଗରେ ଏତଲା ହୋଇଛି । ଉଭୟଙ୍କ ବିରୋଧରେ ଲାଗିଛି ବିଏନଏସ୍ ସେକ୍ସନ ୧୨୬(୨), ୨୯୬, ୧୧୫(୨), ୩୫୧(୨) ଓ ୩ (୫) ।

ଗତକାଲି ବିଜେଡି ନେତା ପ୍ରୀତିରଂଜନ ଘଡେଇ ରହୁଥିବା ଘରେ ଚଢ଼ାଉ କରିଥିଲା ପୁଲିସ୍ । ପୂର୍ବରୁ କଂଗ୍ରେସ ଠିକଣାରେ ରେଡ୍ ହୋଇଥିଲା । ଏହାରି ଭିତରେ ନୂଆପଡ଼ାର ୩୭ଟି ସ୍ଥାନରେ ଥିବା ୧୦୮ ସମ୍ବେଦନଶୀଳ ବୁଥ୍ ଉପରେ ଅଧିକ ଧ୍ୟାନ ଦେବାକୁ ସିଇଓଙ୍କୁ ଅନୁରୋଧ କରିଛି ବିଜେପି ।