କନକ ବ୍ୟୁରୋ : ନିର୍ବାଚନ ତାରିଖ ଯେତିକି ଯେତିକି ପାଖେଇ ଆସୁଛି, ପ୍ରଚାର ମଇଦାନ ସେତିକି ଅଧିକ କମ୍ପୁଛି । ଆରୋପ ପ୍ରତ୍ୟାରୋପ ବି ବଢ଼ୁଛି । ଆଗକୁ ଶୀର୍ଷ ନେତା ମଇଦାନକୁ ଓହ୍ଲାଇବେ । କିନ୍ତୁ ଏହା ପୂର୍ବରୁ ଉଷ୍ଣ ହୋଇଛି ରାଜନୀତି ।
ତିନି ପ୍ରମୁଖ ଦଳର ପ୍ରଚାରରେ କମ୍ପୁଛି ନୂଆପଡ଼ା । ଗାଁ ଗାଁରେ ବୁଲୁଛନ୍ତି ନେତା । ସମାବେଶ କରୁଛନ୍ତି, ଭୋଟରଙ୍କୁ ଏକଜୁଟ୍ କରୁଛନ୍ତି । ଦଳୀୟ ନେତାଙ୍କ ପାଇଁ ଭୋଟ ମାଗୁଛନ୍ତି । ଆଗକୁ ମୋହନ, ନବୀନଙ୍କ ସମେତ କଂଗ୍ରେସର ବଡ ନେତା ମଇଦାନକୁ ଓହ୍ଲାଇବେ ।
ଠିକାଦାର ଖୋଳିଦେଲେ ରାସ୍ତା; ହୀନସ୍ତା ହେଉଛନ୍ତି ଜନତା
ପ୍ରଚାରରେ ନୂଆପଡ଼ା କମ୍ପୁଥିବାବେଳେ ଜୋର ଧରିଛି ଆରୋପ ପ୍ରତ୍ୟାରୋପ। ସରକାରୀ କଳର ଅପବ୍ୟବହାର ଅଭିଯୋଗରେ ନୂଆପଡ଼ାରେ ବିକ୍ଷୋଭ କରିଛି ବିଜେଡି । ନୂଆପଡ଼ା ଏସପି ଓ ଜିଲ୍ଲାପାଳ ଶାସକ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି । ଉଭୟ ଅଧିକାରୀଙ୍କୁ ବହିଷ୍କାର ଦାବି କରିଛନ୍ତି । ଏହାରି ଭିତରେ ବିଜେଡି ନେତା ପ୍ରୀତି ରଞ୍ଜନ ଘଡେଇ ରହୁଥିବା ଖରିଆରରୋଡ ସ୍ଥିତ ଘରେ ଚଢ଼ାଉ କରିଛି ପୁଲିସ୍ । ଯାହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି । ଅନ୍ୟପଟେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ଲୋକସମ୍ପର୍କ ଅଧିକାରୀ ତନୁଜା ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ ଅଧିକାରୀ । ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।
ଆଳୁ ଚାଷୀଙ୍କୁ ଠକିଦେଲେ; ଲଗାଇଥିଲେ ୨୨ ବସ୍ତା, ଅମଳ ହେଲା ୩ ବସ୍ତା
ନୂଆପଡ଼ା ତିନି ଦଳ ପାଇଁ ଅଗ୍ନିପରୀକ୍ଷା ହୋଇଥିବାରୁ ଦଖଲ ପାଇଁ ସମସ୍ତେ ବଳ, କଳ କୌଶଳ ଲଗାଇ ଦେଇଛନ୍ତି। କାରଣ, ନୂଆପଡ଼ା ନିର୍ବାଚନ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/31/nuapada-2025-10-31-20-22-53.jpg)