କନକ ବ୍ୟୁରୋ: ନୂଆପଡାରେ ଏବେ ଭୁବନେଶ୍ବରିଆ ନେତାଙ୍କ ଭିଡ। । ହୋଟେଲରେ ରହି ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାର । ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ପରାସ୍ତ ଲାଗି ରଣନୀତି ତିଆରିରେ ବ୍ୟସ୍ତ । ଏଣେ ନିଜ ଗାଁର ନେତା ଓ ଲୋକଙ୍କୁ ବାରମ୍ବାର ଟିଭି ପରଦାରେ ଦେଖି ଖୁସି ବ୍ୟକ୍ତ କରୁଛନ୍ତି ନୂଆପଡା ବାସୀ ।
ନୂଆପଡ଼ା ପାଲଟିଛି ମିନି ଭୁବନେଶ୍ବର
ପ୍ରଚାର ପାଇଁ ଡେରା ପକାଇଛନ୍ତି ରାଜଧାନୀ ନେତା
ନୂଆପଡାରେ ଉପନିର୍ବାଚନ , ଆଉ ନେତାଙ୍କ ବିନା ଫାଙ୍କା ଫାଙ୍କା ରାଜଧାନୀ । ନୂଆପଡା ମୁହାଁ ହୋଇଛନ୍ତି ଭୁନେଶ୍ବର ନେତା । ବିଜେପି, ବିଜେଡି ଓ କଂଗ୍ରେସର ମାଳ ମାଳ ନେତା ଏବେ ଭୁବନେଶ୍ବର ଛାଡି ନୂଆପଡାରେ । ଦିନରେ ପ୍ରଚାର ଜମୁଛି ଆଉ ରାତିରେ ହେଉଛି ରଣନୀତି । ଭୁବନେଶ୍ବରରୁ ସବୁ ପ୍ରମୁଖ ନେତା ସେମାନଙ୍କ କର୍ମୀଙ୍କୁ ନେଇ ଜଗିଛନ୍ତି ନୂଆପଡା । ସବୁ ହୋଟେଲ ନଭେମ୍ବର ୧୧ ଯାଏଁ ବୁକ୍ ଅଛି । ଭୁବନେଶ୍ବରରୁ ଆସିଥିବା ନେତା ଓ କର୍ମୀଙ୍କୁ ମୁଖ୍ୟତଃ ଲୋକ ସମ୍ପର୍କ କାମରେ ଲଗାଯାଇଛି । ସେମାନେ ନୂଆପଡାର ବିଭିନ୍ନ ଅଞ୍ଚଳ ବୁଲି ସଂପୃକ୍ତ ଅଂଚଳର ମୁଖିଆଙ୍କୁ ଭେଟୁଛନ୍ତି , ଲୋକଙ୍କ ସହ କରୁଛନ୍ତି ଆଲୋଚନା । ବଡ ବଡ ନେତାଙ୍କୁ ଚାଖଟିରେ ଭେଟୁଛନ୍ତି ନୂଆପଡା ଲୋକେ ।
ଦୁଇଦିନ ହେଲା ନୂଆପଡ଼ାରେ ଉପମୁଖ୍ୟମନ୍ତ୍ରୀ
କୋମନାରେ ୩ ଦଳର ଧୂଆଁଧାର ପ୍ରଚାର
ଅଧିକ ପଢ଼ନ୍ତୁ--- ସର୍ବସ୍ବ ବିକି ପୁଅକୁ କୋଟା ପଠାଇଥିଲେ ବାପା-ମାଆ; ଡାକ୍ତର ହେବାର ସ୍ବପ୍ନ ଚୁରମାର, ଶବ ପାଲଟିଲା ରୋଶନ
ରବିବାର ହୋଇଥିଲେ ବି କୋମନାରେ ୩ ଦଳର ପ୍ରଚାର ଜୋରଦାର ଚାଲିଛି। ଲଗାତାର ଦ୍ବିତୀୟ ଦିନ ପାଇଁ ନୂଆପଡାରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପ୍ରଧାନମନ୍ତ୍ରୀ ମନ କୀ ବାତ କାର୍ଯ୍ୟକ୍ରମରେ ସାମିଲ ହେବା ସହ କୋମନା ଉଦ୍ୟାନବନ୍ଧରେ ପ୍ରଚାର କରିଛନ୍ତି । କୋମନାର ତରବୋଡରେ ପ୍ରଚାର କରିଛନ୍ତି ଜୟ ଢୋଲକିଆ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ ପାଇଁ କୋମନା ମିଛାପାଲିରେ ପ୍ରଚାର କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓ କଂଗ୍ରେସ ବିଧାୟକ ଜଳ ନେତା ରାମଚନ୍ଦ୍ର କାଡାମ । ବିଜେଡି ବି କୋମନା ବ୍ଲକ ସମରସିଂରେ ପ୍ରଚାର କରିଛି ଓ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛି । ନୂଆପଡା ଉପନିର୍ବାଚନ ପାଇଁ ହାତରେ ଆଉ ମାତ୍ର ଦୁଇ ସପ୍ତାହ । ସମସ୍ତେ ଅପେକ୍ଷା କରିଛନ୍ତି ଆଉ କେଉଁ ବଡ ନେତା ନୂଆପଡା ପ୍ରଚାରରେ ସାମିଲ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/26/nuapada-bypoll-2025-2025-10-26-21-31-51.jpg)