କନକ ବ୍ୟୁରୋ : ବିଷାକ୍ତ ପବନରେ ଦିଲ୍ଲୀବାସୀ ହନ୍ତସନ୍ତ ହେଉଥିବା ବେଳେ ଏବେ ପୁଣି ଏକ ସାଂଘାତିକ ଘଟଣା ଦିଲ୍ଲୀରେ ଘଟିଛି । ଇଥୋପିଆର ହେଲି ଗାବ୍ୱିନ ଜ୍ୱଳାମୁଖୀ ବିସ୍ଫୋରଣ ପରେ ଉଠିଥିବା ଅଗ୍ନିର ବାଦଲ ଦିଲ୍ଲୀ ଓ ରାଜସ୍ଥାନ ଆକାଶରେ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତର ଭାରତରେ ପଡ଼ିବାକୁ ଯାଉଛି ।
ଏହାର ପ୍ରଭାବରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁର ଗୁଣବତ୍ତା ୪୦୦ ପାର କରିଛି ଓ ବିଷାକ୍ତ ଧୂଆଁ ଚାରିଆଡେ ଖେଳିଯାଇଛି । ଆନନ୍ଦ ବିହାର, ଏମ୍ସ ଓ ସଫଦରଜଙ୍ଗ ଅଞ୍ଚଳରେ ବିଷାକ୍ତ କୁହୁଡି ଘେରା ଦେଖିବାକୁ ମିଳିଛି । ଜ୍ୱଳାମୁଖୀ କାରଣରୁ ଅକଶା, ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଅନେକ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ ସେମାନଙ୍କ ଉଡ଼ାଣ ବନ୍ଦ କରିଦେଇଛନ୍ତି।
ଦିଲ୍ଲୀ ବ୍ଲାଷ୍ଟକୁ ନେଇ ସାମ୍ନାକୁ ଆସିଲା ଶାହାରୁଖଙ୍କ ବୟାନ; ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା କିଙ୍ଗ୍ ଖାନଙ୍କ କଥା
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାୟ ତରଫରୁ ଜ୍ୱଳାମୁଖୀର ନିଆଁ ଦୃଶ୍ୟମାନ ହେଉଥିବା ଅଞ୍ଚଳ ଦେଇ ବିମାନ ନ ଉଡ଼ାଇବାକୁ ପରାମର୍ଶ ଦିଆଯାଇଛି । ବୈଜ୍ଞାନିକଙ୍କ ମତ ଅନୁସାରେ ବାୟୁର ଗୁଣବତ୍ତା ଉପରେ ଏହାର ବିଶେଷ ପ୍ରଭାବ ନପଡ଼ିଲେ ବି ଆକାଶରେ ବିମାନ ଉଡ଼ାଣ ବେଳେ ଏହାର ପ୍ରଭାବ ପଡ଼ିପାରେ ।
ଦିଲ୍ଲୀରେ ହେବ ବଡ଼ ପରିବର୍ତ୍ତନ; ୧୧ ବଦଳରେ ହେବ ୧୩ ଜିଲ୍ଲା, ନାଁ ମଧ୍ୟ ବଦଳିବ
ଆଇଏମଡିର ସୂଚନା ମୁତାବକ ମଙ୍ଗଳବାର ରାତି ୭.୩୦ ସୁଦ୍ଧା ଜ୍ୱାଳାମୁଖୀରୁ ଉଠିଥିବା ଅଗ୍ନିର ବାଦଲ ଭାରତ ଆକାଶ ଅତିକ୍ରମ କରିବ । ଏହା ଚୀନ ଆକାଶ ଦିଗକୁ ଯାଉଛି । ପୂର୍ବାନୁନମାନ ମଣ୍ଡଳ ତରଫରୁ ଆଜି ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଓ ହରିଆଣାରେ ଏହି ଜ୍ୱଳାମୁଖୀ ପ୍ରଭାବ ଦେଖିବାକୁ ମିଳିବ ।
ଚୀନକୁ ନେଇ ଭାରତର ବଢ଼ିଲା ଚିନ୍ତା, ଅରୁଣାଚଳ ପ୍ରଦେଶ ଭାରତର ନୁହେଁ ବୋଲି କହି ଗ୍ରହଣ କଲାନି ପାସପୋର୍ଟ
ଇଥୋପିଆର ହାଥଲି ଗୁବ୍ୱି ଜ୍ୱଳାମୁଖୀ ପାଖାପାଖି ୧୦ ହଜାର ବର୍ଷ ପରେ ଫାଟିଛି । ଏହି ବିସ୍ଫୋରଣ କ୍ରମରେ ଅଗ୍ନିର ବିଶାଳ ଖଣ୍ଡ ୧୦ ରୁ ୧୫ କିମି ଉଚ୍ଚକୁ ଆକାଶ ଦିଗକୁ ଉଠି ଯାଇଥିଲା । ବୈଜ୍ଞାନିକଙ୍କ ମତରେ ଏହି ଦୁର୍ଲ୍ଲଭ ପ୍ରାକୃତିକ ଘଟଣା ଓ ଏହାର ପ୍ରଭାବ ପାଖାପାଖି ଅଞ୍ଚଳରେ ବାୟୁ ଓ ପାଗର ଗୁଣବତ୍ତା ଉପରେ ପ୍ରଭାବ ପକାଇବ ।
Follow Us