କନକ ବ୍ୟୁରୋ: ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ପାଖରେ ହେଇଥିବା ଭୟଙ୍କର ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହି ଘଟଣାରେ ୧୩ ଜଣ ନୀରିହ ଲୋକ ଜୀବନ ହାରିଥିଲେ, ଆଉ ଏକାଧିକ ଲୋକ ଆହତ ବି ହେଇଥିଲେ । ହେଲେ ଏହି ଦିଲ୍ଲୀ ବିସ୍ଫୋରଣ ଆଉ ପହଲଗାମ୍ ଆଟାକ୍ ନେଇ ଏବେ ସାମ୍ନାକୁ ଆସିଛି କିଙ୍ଗ୍ ଖାନ୍ ଶାହାରୁଖଙ୍କ ବୟାନ । ସୋସିଆଲ୍ ମିଡିଆରେ ଶାହାରୁଖଙ୍କ ବୟାନ ଏବେ ଭାଇରାଲ୍ ହେଉଥିବାବେଳେ, ଦିଲ୍ଲୀ ବ୍ଲାଷ୍ଟ ଆଉ ପହଲଗାମ୍ ଟେରର୍ ଆଟାକ୍ ନେଇ ଶାହାରୁଖ କିଛି ବଡ଼ ବୟାନ ରଖିଛନ୍ତି ।

Advertisment

ଶନିବାର ମୁମ୍ବାଇର ଗେଟଓ୍ୱେ ଅଫ୍ ଇଣ୍ଡିଆରେ ଗ୍ଲୋବାଲ୍ ପିସ୍ ଅନର୍ସ ୨୦୨୫ ଆୟୋଜିତ ହୋଇଥିଲା । ଏଥିରେ ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ ମଧ୍ୟ ସାମିଲ ହେଇଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇ ଶାହାରୁଖ ଶାନ୍ତି ଆଉ ଆତଙ୍କବାଦୀ ଆକ୍ରମଣକୁ ନେଇ ନିଜର ମତ ରଖିଥିଲେ, ଆଉ ତାଙ୍କର ଏହି ବୟାନ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀ ସିଟକୁ ନେଇ କଳି; କଂଗ୍ରେସ ମୁଖିଆଙ୍କୁ ଭେଟିଲେ ସିଦ୍ଧରମୈୟା

ଏହି କାର୍ଯ୍ୟକ୍ରମରେ ଶାହରୁଖ ଖାନ କହିଥିଲେ, "୨୬/୧୧ ଆତଙ୍କବାଦୀ ଆକ୍ରମଣ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ସମ୍ପ୍ରତି ଦିଲ୍ଲୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଏବଂ ଏହି ଆକ୍ରମଣରେ ସହିଦ ହୋଇଥିବା ଆମର ସାହସୀ ସୁରକ୍ଷା କର୍ମୀଙ୍କୁ ମୋର ସମ୍ମାନଜନକ ପ୍ରଣାମ।"

ଶାହାରୁଖ ଆହୁରି କହିଛନ୍ତି, "ଆଜି ମୋତେ ଦେଶର ସାହସୀ ସୈନିକ ଏବଂ ଯବାନମାନଙ୍କ ପାଇଁ ଏହି ଚାରୋଟି ସୁନ୍ଦର ଧାଡ଼ି ପଢ଼ିବାକୁ କୁହାଯାଇଛି । ଯେତେବେଳେ କେହି ତୁମକୁ ପଚାରେ ତୁମେ କଣ କର, ଗର୍ବର ସହିତ କୁହ ଯେ ମୁଁ ଦେଶକୁ ସୁରକ୍ଷା ଦିଏ। ଯଦି କେହି ତୁମକୁ ପଚାରେ ତୁମେ କେତେ ରୋଜଗାର କର, ତେବେ ଟିକେ ହସିକି କୁହ, ମୁଁ ୧୪୦ କୋଟି ଲୋକଙ୍କ ଆଶୀର୍ବାଦ ଅର୍ଜନ କରେ । ଯଦି ସେମାନେ ପଛକୁ ବୁଲି ତୁମକୁ ପୁଣି ପଚାରନ୍ତି, ତେବେ ତୁମେ କେବେ ଭୟ ଅନୁଭବ କରୁନାହଁ କି? ସେମାନଙ୍କ ଆଖିକୁ ଦେଖି କୁହ, ଯେଉଁମାନେ ଆମ ଉପରେ ଆକ୍ରମଣ କରନ୍ତି ସେମାନେ ଏହା ଅନୁଭବ କରନ୍ତି।"