କନକ ବ୍ୟୁରୋ : ଭାରତର ବୈଦିଶିକ ସଂପର୍କକୁ ନେଇ ବିରୋଧୀଦଳମାନେ ଭାରତ ସରକାରଙ୍କୁ ବାରମ୍ବାର ଟାର୍ଗେଟ୍ କରୁଛନ୍ତି । ଆପରେସନ୍ ସିନ୍ଦୂର ବେଳେ ଆମେରିକାର ଭୂମିକାକୁ ନେଇ ବଡ଼ ପ୍ରଶ୍ନ ବିରୋଧୀ ଉଠାଇଥିଲେ । ସେପଟେ ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ତୁର୍କୀ ଓ ଚୀନର ଭୂମିକା ଯେଭଳି ଥିଲା ତାହା ତ ଭାରତ ସରକାରଙ୍କ ପାଇଁ ଚିନ୍ତା କରିବାର ବିଷୟ । ହେଲେ ଭାରତ ସରକାର ଏସବୁ ଭିତରେ ଚୀନ ସହ ପୁଣିଥରେ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରୁଥିବା ବେଳେ ଏକ ଘଟଣାକ୍ରମରେ ଚୀନ ଏବେ ଭାରତକୁ ଶକ୍ତ ଧୋକା ଦେଇଛି । ଯେଉଁ ଅରୁଣାଚଳ ପ୍ରଦେଶକୁ ନେଇ ଚୀନ ଓ ଭାରତ ମଧ୍ୟରେ ବର୍ଷ ବର୍ଷ ଧରି ସୀମା ବିବାଦ ଲାଗି ରହିଛି ସେ ଅରୁଣାଚଳ ପ୍ରଦେଶ ଚୀନର ବୋଲି ଚୀନ ଅଧିକାରୀମାନେ ଦାବି କରି ଜଣେ ଅରୁଣାଚଳ ପ୍ରଦେଶର ମହିଳାଙ୍କ ପାସପୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଯାହା ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପ୍ରତି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । 

Advertisment

Pakistan: ଯୁଦ୍ଧ ବିମାନ ପରେ ଦେବ ସବ୍‌ମେରାଇନ୍, ପାକିସ୍ତାନ ପ୍ରେମ ଛାଡ଼ି ପାରୁନି ଚୀନ

ଘଟଣା କ୍ରମରେ ଅରୁଣାଚଳ ପ୍ରଦେଶର ଜଣେ ମହିଳାଙ୍କୁ ସାଂଘାଇ ପୁଡୋଙ୍ଗ ବିମାନବନ୍ଦରରେ ଅଟକାଯାଇ ହେପାଜତକୁ ନିଆଯାଇଥିଲା । ସେଠାରେ ତାଙ୍କର ପାସପୋର୍ଟ ଅବୈଦ୍ଧ ବୋଲି କୁହାଯାଇଥିଲା । କାରଣ ପାସପୋର୍ଟରେ ମହିଳାଙ୍କ ନିଜ ରାଜ୍ୟ ଅରୁଣାଚଳ ପ୍ରଦେଶ ବୋଲି ଲେଖାଯାଇଥିଲା । ଅରୁଣାଚଳ ପ୍ରଦେଶ ଭାରତର ନୁହେଁ ବରଂ ଚୀନର ବୋଲି ସାଂଘାଇ ବିମାନବନ୍ଦର ଅଧିକାରୀ ଦାବି କରିଥିଲେ । ଏଣୁ ମହିଳାଜଣଙ୍କୁ ଚୀନର ପାସପୋର୍ଟ ଆଣିବାକୁ କୁହାଯାଇଥିଲା । ଏହାପରେ ମହିଳା ଜଣଙ୍କୁ ପୁଲିସ ହେପାଜତକୁ ନିଆଯାଇ ୧୮ ଘଣ୍ଟା ଅଟକାଇଦିଆଯାଇଥିଲା । ଏନେଇ ଭାରତ ସରକାର କହିଛନ୍ତି କି ଚୀନ ଅନ୍ତରାଷ୍ଟ୍ରୀୟ ନାଗରିକ ଉଡ୍ଡୟନ ନିୟମର ଉଲଂଘନ କରିଥିବା ଅଭିଯୋଗ କରିଛି । 

ବିଳିବିଳେଇଲେଣି ଟ୍ରମ୍ପ : ଚୀନ୍ ଉପରେ ଟାରିଫ୍ ମାଡ଼, ଅଷ୍ଟ୍ରେଲିଆ ଉପରେ ରାଗ

ମହିଳା ପେମା ବାଂଗଜୋମ ଥୋଗଡୋକ କହିଛନ୍ତି କି, ନଭେମ୍ବର ୨୧ ତାରିଖରେ ଲଣ୍ଡନରୁ ଜାପାନ ଯାତ୍ରା କ୍ରମରେ ସାଂଘାଇ ଟ୍ରାନଜିଟରେ ତାଙ୍କୁ ୧୮ ଘଣ୍ଟା ଅଟକାଯାଇଥିଲା । ତାଙ୍କୁ ପଚରା ଉଚରା ବେଳେ ବାରମ୍ବାର ଖରାପ ବ୍ୟବହାର କରାଯାଉଥିଲା । କାରଣ ଥିଲା ମହିଳାଙ୍କ ପାସପୋର୍ଟରେ ଜନ୍ମସ୍ଥାନ ସ୍ଥାନରେ ଅରୁଣାଚଳ ପ୍ରଦେଶ ବୋଲି ଲେଖାଯାଇଥିଲା । ଯାହାର ଅବସ୍ଥିତି ଭାରତରେ ନୁହେଁ ବରଂ ଚୀନରେ ବୋଲି ବିମାନବନ୍ଦର ଅଧିକାରୀମାନେ ଦାବି କରୁଛନ୍ତି । ଏହାସହ ମହିଳା ଜଣଙ୍କୁ ଚୀନ ପାସପୋର୍ଟ ପାଇଁ ଆବେଦନ କରିବାକୁ ଚାପ ପକାଯାଉଥିଲା । 

Trump : ଟ୍ରମ୍ପଙ୍କ ସାଂଘାତିକ ବୟାନ : ବିଶ୍ୱକୁ ବନ୍ଦୀ କରିଦେବ ଚୀନ୍‌ !

ସେପଟେ ଏହି ଘଟଣାକୁ ନେଇ ଭାରତ ସରକାରଙ୍କ ତରଫରୁ କୁହାଯାଇଛି କି, ଭାରତ ଓ ଚୀନ ମଧ୍ୟରୁ ସୁଧୁରୁଥିବା ସମ୍ପର୍କରେ ଏହି ଘଟଣା ବାଧା ସୃଷ୍ଟି କରିବ । ଏହା ଭାରତର ସଂପ୍ରଭୁତା ଉପରେ ଆକ୍ରମଣ ବୋଲି ଭାରତ କହିଛି ।