ନୀଳଗିରି ଆଶ୍ରମ ସ୍କୁଲ ହଷ୍ଟେଲରେ ଛାତ୍ରଙ୍କ ଗୋଡ଼ରେ କିଏ ପକାଇଥିଲା ବେଡ଼ି ? ମତ ବଦଳାଇବାକୁ ଅଭିଭାବକଙ୍କ ଉପରେ ପଡ଼ୁଛି କି ଚାପ ?

Advertisment

ବୁଧବାର ବେଗୁନିଆ ଉନ୍ନୀତ ଉପ୍ରା ବିଦ୍ୟାଳୟ ହଷ୍ଟେଲରେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଗୋଡରେ ବେଡି ପକାଯାଇଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ତେବେ ଜଣେ ଅଭିଭାବକ ସ୍କୁଲ ପରିସରରେ ପ୍ରବେଶ କରି କିପରି ବେଡ଼ି ପକାଇଲେ ? ଏହି ସମୟରେ ସ୍କୁଲ କର୍ତ୍ତୃପକ୍ଷ କରୁଥିଲେ କ’ଣ ? ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବୁଧବାର ବେଗୁନିଆ ଉନ୍ନୀତ ଉପ୍ରା ବିଦ୍ୟାଳୟ ହଷ୍ଟେଲରେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଗୋଡରେ ବେଡି ପକାଯାଇଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ତେବେ ଜଣେ ଅଭିଭାବକ ସ୍କୁଲ ପରିସରରେ ପ୍ରବେଶ କରି କିପରି ବେଡ଼ି ପକାଇଲେ ? ଏହି ସମୟରେ ସ୍କୁଲ କର୍ତ୍ତୃପକ୍ଷ କରୁଥିଲେ କ’ଣ ? ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

BALASORE

କନକ ବ୍ୟୁରୋ : ବାଲେଶ୍ବର ନୀଳଗିରିର ବେଗୁନିଆ ଉନ୍ନତି ଉପ୍ରା ବିଦ୍ୟାଳୟରେ ଛାତ୍ରଙ୍କ ଗୋଡ଼ରେ ବେଡି ପକାଇବା ଘଟଣା । ଟିମ୍ ସହ ସ୍କୁଲରେ ପହଁଚି ତଦନ୍ତ କରୁଛନ୍ତି ଉପଜିଲ୍ଲାପାଳ । ଛାତ୍ର ଜଣଙ୍କ ମତ ବଦଳାଇଥିବା ବେଳେ ବାପା ନାଁ ସିନିୟର ଛାତ୍ର କିଏ ବେଡି ପକାଇଛନ୍ତି ସେନେଇ ଅଧିକ ଖୋଳତାଡ଼ ଚାଲିଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ଚେତବନୀ ଦେଇଛନ୍ତି ଉପଜିଲ୍ଲାପାଳ ।

ଅଧିକ ପଢ଼ନ୍ତୁ: ନୀଳଗିରିରେ ଅଚଳ ଆମ୍ବୁଲାନ୍ସ; ଦଦରା ଗାଡ଼ି ଯୋଗୁଁ ୧୦୮ ଆମ୍ବୁଲାନ୍ସ ସେବା ଠପ୍‌

ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ର ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ହାତଗୋଡ଼ରେ ବେଡ଼ି ପକାଇବା ଘଟଣା । ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ବଢ଼ିଛି ସ୍କୁଲ କର୍ତ୍ତୃପକ୍ଷଙ୍କ ଅଡୁଆ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସ୍କୁଲରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ଉପଜିଲ୍ଲାପାଳଙ୍କ ସହ ଅନ୍ୟ ପ୍ରାଶାସନିକ ଅଧିକାରୀ । ଦିନକ ପରେ ସମ୍ପୃକ୍ତ ଛାତ୍ର ଜଣକ ନିଜ କଥା ବଦଳାଇଥିବା ବେଳେ ତାଙ୍କ ବାପା ମଧ୍ୟ ପୁଅ ଗୋଡ଼ରେ ବେଡି ପକାଇଥିବା କଥା ସ୍ବୀକାର କରିଛନ୍ତି । ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ  ଭୟରେ ଉଭୟଙ୍କ ଉପରେ ମତ ବଦଳାଇବାକୁ ଚାପ ପଡୁଛି କି ବୋଲି ଚର୍ଚ୍ଚା ଜୋର ଧରିଛି ।   

ଅଧିକ ପଢ଼ନ୍ତୁ: ବାଲେଶ୍ୱର ନୀଳଗିରିରେ ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର, ଠାକୁରାଣୀଙ୍କ ଭୟରେ ମନ୍ଦିରରେ ଆଶ୍ରୟ ନେଲେ

 ଅଧିକ ପଢ଼ନ୍ତୁ: 

ଅଧିକ ପଢ଼ନ୍ତୁ: ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିସରରେ ଲଜ୍ଜା : ନୀଳଗିରି ଅଞ୍ଚଳର ଜଣେ ଯୁବକ ଗିରଫ

ପ୍ରକୃତରେ କିଏ ଛାତ୍ରଙ୍କ ଗୋଡ଼ରେ ପକାଇଥିଲେ ବେଡି ? ଛାତ୍ର ଜଣଙ୍କ ବାପା ସତ କହୁଛନ୍ତି ନାଁ ତାଙ୍କୁ ଏପରି କହିବାକୁ ଚାପ ପକାଯାଉଛି । ତଦନ୍ତ ପରେ ସବୁ ଚିତ୍ର ସ୍ପଷ୍ଟ ହେବ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ତଦନ୍ତକାରୀ ଟିମ୍ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe