କନକବ୍ୟୁରୋ : ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିସରରେ ଲଜ୍ଜା । ଘରେ ଏକା ଥିବାର ସୁଯୋଗ ନେଇ ସହକାରୀ ଅଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । ନୀଳଗିରି ମର୍ଦ୍ଦରାଜପୁର ଜଣେ ଯୁବକ ହରିହର ପାତ୍ରକୁ ରେମୁଣା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ । ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା କ୍ୱାର୍ଟରରେ ରୁହନ୍ତି ସହକାରୀ ପ୍ରଫେସର ଓ ତାଙ୍କ ସ୍ତ୍ରୀ । ଗତକାଲି ଦିନ ପ୍ରାୟ ସାଢେ ଗୋଟାଏ ବେଳେ ସମ୍ପୃକ୍ତ ଅଧ୍ୟାପକଙ୍କ ସ୍ତ୍ରୀ ଘରେ ଏକୁଟିଆ ଥିଲେ । ଜଣେ ଯୁବକ କଲିଂ ବେଲ୍ ବଜାଇବାରୁ ପ୍ରଫେସରଙ୍କ ପତ୍ନୀ କବାଟ ଖୋଲିଥିଲେ ।
କ’ଣ କାମ ଅଛି ବୋଲି ପଚାରିବାରୁ ଗ୍ୟାସ କାମ କରିବାକୁ ଆସିଥିବା ଯୁବକ କହିଥିଲା । ଭିତରକୁ ଯିବା ମାତ୍ରେ ଭିତରୁ କବାଟ ବନ୍ଦ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ପ୍ରଫେସରଙ୍କ ସ୍ତ୍ରୀ ଚିତ୍କାର କରିବା ସହ ସ୍ବାମୀଙ୍କୁ ଫୋନ କରି ଦେଇଥିଲେ । ଏହାପରେ କଲୋନି ଫାଟକ ପାଖରେ ଥିବା ସିକୁରିଟି କୌଶଳ କ୍ରମେ ଯୁବକକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତ ଯୁବକର ନାଁ ହରିହର ପାତ୍ର । ଫକୀରମୋହନ ବିଶ୍ବବିଦ୍ୟାଳୟ କ୍ୟାମ୍ପସଠାରୁ ଅଳ୍ପ ଦୂରରେ ଥିବା ମର୍ଦ୍ଦରାଜପୁର ଗାଁରେ ତାର ଘର । ଅଭିଯୁକ୍ତ ପାଚେରି ଡେଇଁ ଆସିଥିବା ସୂଚନା ମିଳିଛି ।