କନକ ବ୍ୟୁରୋ : ଅନ୍ଧବିଶ୍ବାସ ପାଇଁ ଗାଁ ଛାଡ଼ିଲେ ପରିବାର। ଠାକୁରାଣୀ ଭୟରେ ଘରଛାଡ଼ି ନୀଳଗିରି ମନ୍ଦିରରେ ଆଶ୍ରୟ ନେଲେ ପରିବାରର ୧୦ଜଣ ମହିଳା ଓ ପୁରୁଷ । ବାଲେଶ୍ୱର ଜିଲ୍ଲା ନୀଳଗିରି ବଉଳଗଡିଆ ପାତ୍ରସାହିର ଏହି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନୀଳଗିରି ଉପଖଣ୍ଡ ବଉଳଗଡିଆ ଗାଁ ପାତ୍ରସାହିର ଉମାମଣି ପାତ୍ରଙ୍କ ପରିବାର ଠାକୁରାଣୀ ଭୟରେ ଗାଁ ଛାଡ଼ି ମନ୍ଦିରରେ ଆଶ୍ରୟ ନେଇଛନ୍ତି । ୧୫ଦିନ ତଳେ ତାଙ୍କ ପରିବାରର ଝିଅ, ପୁଅଙ୍କ ଦେହରେ ଠାକୁରାଣୀ ଲାଗି ଯାହା ମାଗିଲେ ତାହା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ପରିବାର ଲୋକ ଭୟରେ ଏକ ଗୁଣିଆକୁ ଆଣି ପୁଜା କରିଥଲେ। ଘର ଭିତରୁ ୫ ଗୋଟି ପିତଳବାଟି ବାହାର କରି ଅଧା ପୂଜାରୁ ଗୁଣିଆ ଟଙ୍କା ନେଇ ପଳାଇଗଲା । ସେହିଦିନଠୁ ପୁଅ-ଝିଅଙ୍କ ଦେହରେ ଠାକୁରାଣୀ ସବାର ହେବା ବଢିଯାଇଛି । ଭୟରେ ଉମାମଣି ପାତ୍ରଙ୍କ ପରିବାର ପ୍ରଥମେ ଜଗନ୍ନାଥ ମନ୍ଦିର ଓ ଏବେ ରାଧା କିଶୋର ମନ୍ଦିରରେ ଆଶ୍ରୟ ନେଇଛନ୍ତି ।
ବାଲେଶ୍ୱର ନୀଳଗିରିରେ ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର, ଠାକୁରାଣୀଙ୍କ ଭୟରେ ମନ୍ଦିରରେ ଆଶ୍ରୟ ନେଲେ
ନୀଳଗିରି ଉପଖଣ୍ଡ ବଉଳଗଡିଆ ଗାଁ ପାତ୍ରସାହିର ଉମାମଣି ପାତ୍ରଙ୍କ ପରିବାର ଠାକୁରାଣୀ ଭୟରେ ଗାଁ ଛାଡ଼ି ମନ୍ଦିରରେ ଆଶ୍ରୟ ନେଇଛନ୍ତି । ୧୫ଦିନ ତଳେ ତାଙ୍କ ପରିବାରର ଝିଅ, ପୁଅଙ୍କ ଦେହରେ ଠାକୁରାଣୀ ଲାଗି ଯାହା ମାଗିଲେ ତାହା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ପରିବାର ଲୋକ ଭୟରେ ଏକ ଗୁଣିଆକୁ ଆଣି ପୁଜା କରିଥଲେ।
/kanak/media/media_files/2025/08/10/15-2025-08-10-08-34-57.jpg)