ପୁଣି ଥରେ ବାହା ହେବେ କି ଅନୁଭବ ? ଡିବେଟ୍‌ରେ ସବୁ ଗୁମର ଖୋଲିଲେ ଜାଗୃତି

Advertisment

ଅନୁଭବଙ୍କୁ ନେଇ ଥମୁନି ଚର୍ଚ୍ଚା । ପାରିବାରିକ ବିବାଦରେ ଛନ୍ଦି ହେବା ପରେ ପୁରା ଦେଶରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା

ଅନୁଭବଙ୍କୁ ନେଇ ଥମୁନି ଚର୍ଚ୍ଚା । ପାରିବାରିକ ବିବାଦରେ ଛନ୍ଦି ହେବା ପରେ ପୁରା ଦେଶରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା

Anubhav Mohanty Jagrati

Anubhav Mohanty Jagrati Photograph: (kanak News)

କନକ ବ୍ୟୁରୋ: ଓଡ଼ିଆର ଏକ ଲୋକପ୍ରିୟ ଗୀତ ସମଥିଙ୍ଗ୍‌ ସମଥିଙ୍ଗ୍‌ ଆପଣମାନେ ନିଶ୍ଚିତ ଶୁଣିଥିବେ…ମନେ ମନେ କେବେ ନା କେବେ ଗୁଣୁଗୁଣାଉଥିବେ । ଠିକ୍‌ କହିଲି ନାଁ  ? ଏବେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଲେଖିକା ଜାଗୃତି ଶୁକ୍ଳା ବୋଧହୁଏ ଏହି ଗୀତକୁ ଗୁଣୁଗୁଣାଉଛନ୍ତି । ଏ କଥା ଆମେ ନୁହେଁ ବରଂ ଜାଗୃତି ପରୋକ୍ଷରେ କହୁଛନ୍ତି । ଅବଶ୍ୟ ଖୋଲାଖୋଲି ଭାବରେ କହିନାହାନ୍ତି କି ସେ ଓଲିଉଡ୍‌ ସୁପରଷ୍ଟାର ଅନୁଭବଙ୍କୁ ବିବାହ କରିବେ କିନ୍ତୁ ପରୋକ୍ଷରେ କହିଛନ୍ତି ଫ୍ୟାନଙ୍କ କଥା ସେ ନିରାଶ କରିବେ ନାହିଁ । 

ଆଖି ସାଥେ ଆଖି ଯେବେ ମିଶିଯାଏରେ
ହୁଏ ତୋ ଛାତିରେ, ହୁଏ ମୋ ଛାତିରେ
ସମଥିଙ୍ଗ୍‌ ସମଥିଙ୍ଗ୍‌…
କନକ ନ୍ୟୁଜ୍‌ ଷ୍ଟୁଡ଼ିଓରେ ଗୁମର ଖୋଲିଲେ ଜାଗୃତି
କହିଲେ, ପରିବାର ଯାହା ନିଷ୍ପତ୍ତି ନେବ ଆମେ ମାନିବୁ

ଅନୁଭବଙ୍କ ଉପରେ ଏକ ପତ୍ରିକା ଲେଖିଛନ୍ତି ଅନୁଭବଙ୍କ ବାନ୍ଧବୀ ତଥା ଲେଖିକା ଜାଗୃତି ଶୁକ୍ଳା । କୁହାଯାଉଛି କି, ଏହି ବହି ଲେଖିବାକୁ ସେ ଅନେକ ପରିଶ୍ରମ କରିଛନ୍ତି । କହିଛନ୍ତି, ବହି ଲେଖିବାକୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା । ଏମିତିକି, ଅନୁଭବଙ୍କ ସାଙ୍ଗସାଥୀ, ପରିବାର , ଶିକ୍ଷକ ଓ ଶିକ୍ଷୟିତ୍ରୀ ଏମିତି କି ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ଜାଗୃତି । ଏହାପରେ ସେ ବହି ଲେଖିଥିବା କହିଛନ୍ତି । 

ଅନୁଭବଙ୍କ ଘରେ ପୁଣି ଥରେ ବାଜିବ କି ସାହାନାଇ ?
ପୁଣି ଥରେ ହଳଦୀ ଓ ମେହେନ୍ଦୀ ଲଗାଇବେ କି ସୁପରଷ୍ଟାର ?

ଅନୁଭବଙ୍କୁ ନେଇ ଥମୁନି ଚର୍ଚ୍ଚା । ପାରିବାରିକ ବିବାଦରେ ଛନ୍ଦି ହେବା ପରେ ପୁରା ଦେଶରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପ୍ରେମ ବିବାହ କରିବା ପରେ ବର୍ଷାଙ୍କ ସହ କାହିଁକି ତାଙ୍କର ମନାନ୍ତର ହେଲା, କାହିଁକି ପତି-ପତ୍ନୀ ସମ୍ପର୍କରେ ଭଟ୍ଟା ପଡ଼ିଲା ସେନେଇ ବିଗତ ୪ ବର୍ଷ ହେଲାଣି ଚର୍ଚ୍ଚା ଚାଲିଛି । ଏମିତିକି ହାଇକୋର୍ଟରେ ବି ଏନେଇ ମାମଲା ହେଲା । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା କି, ବର୍ଷାଙ୍କୁ ଛାଡ଼ପତ୍ର ପରେ ସେ ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ପୁଣି ଥରେ ବିବାହ କରିବେ ବୋଲି । ଅବଶ୍ୟ ଏନେଇ କୌଣସି ସ୍ପଷ୍ଟତା ନାହିଁ । କିନ୍ତୁ ଜାଗୃତିଙ୍କ ବୟାନ ସେହି ଦିଗକୁ ହିଁ ନିର୍ଦ୍ଦେଶ କରୁଛି । 

ଥିଲେ ବାନ୍ଧବୀ ହେବେ କି ପତ୍ନୀ
ପୁସ୍ତକ ଲେଖିଲେ, ଡିବେଟ୍‌ରେ କିଛି ଗ୍ରୀନ ସିଗ୍ନାଲ ଦେଲେ

ଅନୁଭବଙ୍କ ବାନ୍ଧବୀ ଜାଗୃତିଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ତାଙ୍କ ସହ ଅନୁଭବଙ୍କ ବାହାଘର ହେବ ବୋଲି ଫ୍ୟାନ୍ସମାନେ କହୁଛନ୍ତି । ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଅନୁଭବ କେବେ ହେଲେ ଫ୍ୟାନ୍ସମାନଙ୍କୁ ଅସମ୍ମାନ କରିନାହାନ୍ତି । ବିଶ୍ବାସ ଅଛି ସେ ଫ୍ୟାନ୍ସଙ୍କ କଥା ଉପରେ ବିଚାର କରିବେ । ଅର୍ଥାତ୍‌ ଜାଗୃତି କହିଥିଲେ ଅନୁଭବଙ୍କ ସହ ତାଙ୍କର ଆଗାମୀ ଦିନରେ ବିବାହ ହେବ । 

ଦର୍ଶକବନ୍ଧୁ ଜାଗୃତି ଓ ଅନୁଭବଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଏମିତିକି ସେମାନେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଛି । ଏ ପ୍ରଶ୍ନର ସିଧାସଳଖ ଉତ୍ତର ଦୁହେଁ ଦେଇ ନଥିବା ବେଳେ ପରୋକ୍ଷରେ ଏହା ସତ୍ୟ ବୋଲି କହିଛନ୍ତି ଜାଗୃତି । ତେବେ କେବେ ଉଭୟ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ତାହାକୁ ଓଡ଼ିଶାବାସୀଙ୍କ ଅପେକ୍ଷା….

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe