ପୂର୍ବରୁ ଲୋକେ ନିଶା କହିଲେ ମଦ୍ୟପାନ , ତମାଖୁ ସେବନ ଆଦିକୁ ବୁଝାଉଥିଲେ ଆଜିର ସମୟରେ କିନ୍ତୁ ଏମାନଙ୍କ ସ୍ଥାନ ନେଇଛି ମୋବାଇଲ୍ । ମୋବାଇଲରେ ରିଲ୍ସ କରିବାକୁ ନେଇ ପୂର୍ବରୁ କେତେ ଜୀବନ ଯାଇଥିଲେ ସୁଦ୍ଧା ରିଲ୍ସ ପ୍ରେମୀ ଚେତିବାର ନାଁ ନେଉନାହାନ୍ତି । କିଏ ରିଲ୍ସ ପାଇଁ ରେଳ ଧାରଣାରେ ଶୋଇ ପଡ଼ିଲେଣି ତ ଆଉ କିଏ ଦୁଃସାହସିକ ଷ୍ଟଣ୍ଟ୍ କରି ଜୀବନକୁ ବାଜି ଲଗାଇଲେଣି । କିଛି ଲାଇକ୍ସ , କମେଣ୍ଟ୍ ପାଇବା ଚକ୍କରରେ ଯୁବପିଢ଼ି ନାଗସାପକୁ ବେକରେ ଗୁଡ଼ାଉଛନ୍ତି କହିଲେ କିଛି ଭୁଲ୍ ହେବନି ।
/kanak/media/media_files/2025/04/17/uUFwwfViIAkD54zfoeLk.jpg)
ଏମିତି ରିଲ୍ସ ନିଶା ପାଇଁ ଏବେ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି । ଘଟଣାଟି ଉତ୍ତରାଖଣ୍ଡ ଉତ୍ତରକାଶୀର । ଏଠାକୁ ବୁଲିବାକୁ ଆସିଥିବା ଜଣେ ଯୁବତୀ ରିଲ୍ସ କରିବା ପାଇଁ ନଦୀକୁ ଓହ୍ଲାଇଥିଲେ । କିନ୍ତୁ ରିଲ୍ସ କରୁ କରୁ ହଠାତ୍ ତାଙ୍କ ପାଦ ଖସିଗଲା ଏବଂ ପାଣିର ପ୍ରଖର ସ୍ରୋତ ତାଙ୍କୁ ନଦୀ ଭିତରକୁ ଭିଡ଼ି ନେଲା । ଆଖପାଖରେ ଥିବା ଲୋକ ଏବଂ ଯୁବତୀଙ୍କ ସଂପର୍କୀୟ କିଛି ଭାବିବା ପୂର୍ବରୁ ହିଁ ଯୁବତୀ ନଦୀ ଭିତରକୁ ଚାଲି ଯାଇଥିଲେ । ଉଦ୍ଧାରକାରୀ ଦଳର ପ୍ରଚେଷ୍ଟା ପରେ ମଧ୍ୟ ଯୁବତୀଙ୍କ କିଛି ଖୋଜଖବର ମିଳିନଥିଲା । ଅଧିକ ସମୟ ଧରି ଯୁବତୀଙ୍କ ସୂଚନା ନ ମିଳିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା କଥା ସମସ୍ତେ ସନ୍ଦେହ କରୁଛନ୍ତି ।
📍 उत्तरकाशी : मणिकर्णिका घाट पर गंगा नदी में डूबी युवती
— भारत समाचार | Bharat Samachar (@bstvlive) April 16, 2025
🌊 रील बनाने के चक्कर में युवती की डूबकर मौत
📹 गंगा घाट किनारे रील बनाते समय युवती का पैर फिसला
💔 हादसे में युवती की जान गई#Uttarkashi #ManikarnikaGhat #TragicAccident #GangaRiver #ViralReel pic.twitter.com/tPSdCpMyax
ବର୍ତ୍ତମାନ ଯୁବତୀଙ୍କ ସେହି ରିଲ୍ସ ସମୟର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି । ଯାହାକୁ ଦେଖି ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ୍ କରୁଛନ୍ତି । ସୂଚନା ଅନୁସାରେ , ଉକ୍ତ ଯୁବତୀ ଉତ୍ତରକାଶୀ ମଣିକର୍ଣ୍ଣିକା ଘାଟରେ ଗଙ୍ଗା ନଦୀରେ ସ୍ନାନ କରିବାକୁ ଆସିଥିଲେ । ସେ ସମୟରେ ଗଙ୍ଗାନଦୀରେ ପାଣିର ସ୍ରୋତ ପ୍ରଖର ଥିଲା । ନଦୀ କୂଳରେ ଛିଡ଼ା ହୋଇଥିବା ସତ୍ତ୍ବେ ସନ୍ତୁଳନ ବିଗିଡ଼ିବାରୁ ସେ ହଠାତ୍ ନଦୀରେ ପଡ଼ିଯାଇଥିଲେ ଏବଂ ପ୍ରଖର ସ୍ରୋତରେ ଆସୁଥିବା ପାଣି ତାଙ୍କୁ ନଦୀଗର୍ଭକୁ ଭିଡ଼ି ନେଇଥିଲା । ବଡ଼ମାନେ କହିଯାଇଛନ୍ତି ଯେ ପାଣି ଏବଂ ନିଆଁ ସହ ଖେଳିବା ପୂର୍ବରୁ ୧୦ ଥର ଭାବିବା ଦରକାର କିନ୍ତୁ ଆଜିର ସମୟରେ ରିଲ୍ସ ପାଇଁ ଜୀବନକୁ ବାଜି ଲଗାଇଦେବା ଯେମିତି ଏକ ସାଧାରଣ କଥା ପାଲଟିଛି ।