କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକୁ ନେଇ ସାରା ବିଶ୍ୱ ଚକିତ ହେଉଛି । ଟ୍ରମ୍ପ୍ କେତେବେଳେ କ'ଣ ନିଷ୍ପତ୍ତି ନେଉଛନ୍ତି ତାହାର କିଛି ଭରସା ନାହିଁ । ବିଶେଷ କରି ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇବାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ଭାରତୀୟ ଚାଉଳ ଉପରେ ବି ଟାରିଫ୍ ଲଗାଇବାକୁ ସେ ଘୋଷଣା କରିସାରିଛନ୍ତି । ଏହାକୁ ଏବେ ଆମେରିକାର କିଛି ବିଶେଷଜ୍ଞ ମଧ୍ୟ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଏହା ଭିତରେ ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭର ୩ ଜଣ ସଦସ୍ୟ  ଭାରତ ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଟାରିଫକୁ ସମାପ୍ତ କରିବାକୁ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ତାଙ୍କର ଦାବି ରହିଛି ଏହି ଅତିରିକ୍ତ ଟାରିଫ୍ କାରଣରୁ ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି ।

Advertisment

ଅଧିକ ପଢ଼ନ୍ତୁ : ଯୁଆଡ଼େ ଯାଉଛନ୍ତି ପାଗଳର ପ୍ରଳାପ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ, ହେଲେ ଋଷ-ୟୁକ୍ରେନ ଯୁଦ୍ଧ ରୋକିବାରେ କାହିଁକି ହେଉଛନ୍ତି ବିଫଳ

ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭର ୩ ସଦସ୍ୟ ଶୁକ୍ରବାର ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଯାହାର ଉଦ୍ଦେଶ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାତୀୟ ଜରୁରୀ କାଳୀନ ସ୍ଥିତିକୁ ସମାପ୍ତ କରିବା । ଯେଉଁଥିରେ ଭାରତରୁ ଆମଦାନି ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଯାଇଛି । ସେମାନେ ଏହି ନିଷ୍ପତ୍ତିକୁ ବେଆଇନ ଓ ଆମେରିକା ୱାର୍କର୍ସ, କଞ୍ଜ୍ୟୁମର୍ସ ଓ ଦୁଇଦେଶର ସମ୍ପର୍କ ପାଇଁ ବିପଦ ବୋଲି କହିଛନ୍ତି । ରିପ୍ରେଜେଣ୍ଟେଟିଭ ଡୋବରା ରାଁସ, ମାର୍କ ବିସି ଓ ରାଜା କୃଷ୍ଣମୂର୍ତ୍ତି ଦ୍ୱାରା ଉପସ୍ଥାପିତ ହୋଇଥିବା ପ୍ରସ୍ତାବ ବ୍ରାଜିଲ ଉପରେ ଏଭଳି ଟାରିଫକୁ ସମାପ୍ତ କରିବା ଓ ଆମଦାନୀ ଶ୍ଳୁକ ବଢ଼ାଇବା ପାଇଁ ଜରୁରୀକାଳନୀ ଶକ୍ତିକୁ ବ୍ୟବହାର କରିବା ଉପରେ ରୋକ୍ ଲଗାଇବାକୁ ପରାମର୍ଶ ଦିଆଯାଇଛି । 

ଅଧିକ ପଢ଼ନ୍ତୁ : ଡୋନାଲ୍ଡ ଟ୍ରମ୍ପଙ୍କ ମନମାନିକୁ ଆମେରିକାରେ ଜୋରଦାର ବିରୋଧ, ନ୍ୟୁୟର୍କ, ୱାସିଂଟନ୍ ଠାରୁ ଚିକାଗୋ ପର୍ଯ୍ୟନ୍ତ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ବିକ୍ଷୋଭକାରୀ

କହିରଖୁ କି, ଏହି ପ୍ରସ୍ତାବ ୨୦୨୫ ଅଗଷ୍ଟ ୨୭ ତାରିଖରେ ଭାରତ ଉପରେ ଲଗାଯାଇଥିବା ଅଧିକ ୨୫ ପ୍ରତିଶତ ସେକେଣ୍ଡାରୀ ଡ୍ୟୁଟି ହଟାଇବାକୁ ଦାବି କରୁଛି । ୱୁମନ୍ ରସ୍ କହିଛନ୍ତି ଯେ ନର୍ଥ କାରୋଲାଇନାର ଅର୍ଥନୀତି ବାଣିଜ୍ୟ, ନିବେଶ ଏବଂ ଏକ ସକ୍ରିୟ ଭାରତୀୟ–ଆମେରିକୀୟ ସମୁଦାୟ ମାଧ୍ୟମରେ ଭାରତ ସହ ଗଭୀର ଭାବେ ଜଡିତ । ଭାରତୀୟ କମ୍ପାନୀମାନେ ଏହି ରାଜ୍ୟରେ ଏକ ବିଲିୟନ୍ ଡଲାରରୁ ଅଧିକ ନିବେଶ କରିଛନ୍ତି, ଯାହା ଫଳରେ ଲାଇଫ୍ ସାଇନ୍ସ ଓ ଟେକ୍ନୋଲୋଜି ପରି କ୍ଷେତ୍ରରେ ହଜାର ହଜାର ଚାକିରି ସୃଷ୍ଟି ହୋଇଛି । ଏହା ସହିତ, ନର୍ଥ କାରୋଲାଇନାର ମାନୁଫାକ୍ଚରରମାନେ ପ୍ରତିବର୍ଷ ଭାରତକୁ କୋଟି କୋଟି ଡଲାରର ସାମଗ୍ରୀ ରପ୍ତାନି କରୁଛନ୍ତି ।

ଅଧିକ ପଢ଼ନ୍ତୁ : ଡୋନାଲ୍ଡ ଟ୍ରମ୍ପ CVI ରୋଗରେ ପୀଡ଼ିତ; ଜେଡି ଭାନ୍ସ କହିଦେଲେ ବଡ଼ କଥା...

ଏହି ପରିପ୍ରେକ୍ଷିରେ, ଭିସି କହିଛନ୍ତି ଯେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ, ଅର୍ଥନୈତିକ ଓ କୌଶଳଗତ ସହଭାଗୀ । ଏହି ଅବୈଧ ଶୁଳ୍କ  ଗୁଡିକ ନର୍ଥ ଟେକ୍ସାସର ସାଧାରଣ ଲୋକଙ୍କ ଉପରେ ଏକ ପ୍ରକାର କର ଭଳି, ଯେଉଁମାନେ ପୂର୍ବରୁ ହିଁ ବଢ଼ୁଥିବା ଖର୍ଚ୍ଚ ସହ ଜୁଝୁଛନ୍ତି ।ଏହା ସହ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଆମେରିକାର ହିତ କିମ୍ବା ସୁରକ୍ଷାକୁ  ଆଗକୁ ବଢ଼ାଇବା ପରିବର୍ତ୍ତେ, ଏହି ଡ୍ୟୁଟିଗୁଡିକ ସପ୍ଲାଇ ଚେନ୍‌ରେ ବାଧା ସୃଷ୍ଟି କରୁଛି, ଆମେରିକୀୟ କାର୍ମିକମାନଙ୍କୁ କ୍ଷତି ପହଞ୍ଚାଉଛି ଏବଂ ଉପଭୋକ୍ତାଙ୍କ ପାଇଁ ଖର୍ଚ୍ଚ ବଢ଼ାଉଛି ।

ଅଧିକ ପଢ଼ନ୍ତୁ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟ୍‌କା : ଟାରିଫ୍‌କୁ ବେଆଇନ ବୋଲି ଦର୍ଶାଇଲେ କୋର୍ଟ

ଏହା ପୂର୍ବରୁ, ଅକ୍ଟୋବର ମାସର ଆରମ୍ଭରେ ରସ୍, ଭିସି ଓ କୃଷ୍ଣମୂର୍ତ୍ତି କଂଗ୍ରେସମ୍ୟାନ୍ ରୋ ଖନ୍ନା ଓ କଂଗ୍ରେସର ଅନ୍ୟ ୧୯ ଜଣ ସଦସ୍ୟଙ୍କ ସହ ମିଶି ରାଷ୍ଟ୍ରପତିଙ୍କୁ ତାଙ୍କର ଟ୍ୟାରିଫ୍ ନୀତି ପରିବର୍ତ୍ତନ କରିବା ଏବଂ ଭାରତ ସହ ଖରାପ ହୋଇଥିବା ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଧାରିବା ପାଇଁ ଅନୁରୋଧ କରିଥିଲେ ।ସେମାନେ କହିଥିଲେ ଯେ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ ହୋଇଥିବା ଟ୍ୟାରିଫକୁ ହଟାଇବା, କଂଗ୍ରେସର ଡେମୋକ୍ରାଟ୍ ସଦସ୍ୟମାନଙ୍କର ଏକ ବଡ଼ ପ୍ରୟାସର ଅଂଶ, ଯାହା ମାଧ୍ୟମରେ ସେମାନେ ବାଣିଜ୍ୟ ସମ୍ପର୍କିତ କଂଗ୍ରେସର ସଂବିଧାନିକ ଅଧିକାରକୁ ପୁନଃ ଫେରାଇବା ଏବଂ ରାଷ୍ଟ୍ରପତିଙ୍କୁ ଆପାତକାଳୀନ ଶକ୍ତିର ବ୍ୟବହାର କରି ଏକତରଫା ଭାବେ ଭୁଲ ବାଣିଜ୍ୟ ନୀତି ଲାଗୁ କରିବାରୁ ରୋକିବାକୁ ଚାହୁଁଛନ୍ତି  ।