କନକ ବ୍ୟୁରୋ : ଭାରତ -ପାକିସ୍ତାନ ଯୁଦ୍ଧ ଗାଜାରେ ଅସ୍ତ୍ରବିରତି ଚୁକ୍ତିକୁ ନେଇ ବାହାଦୂରୀ ମାରୁଥିବା ଟ୍ରମ୍ପ କାହିଁକି ରୁଷ -ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରିବାରେ ସଫଳ ହେଉନାହାନ୍ତି, କଣ ରହିଛି କାରଣ ? ଟ୍ରମ୍ପ ବାରମ୍ବାର ଯୁଦ୍ଧବିରତି ପାଇଁ  ପୁଟିନଙ୍କୁ ଆହ୍ୱାନ ଦେଉଛନ୍ତି ହେଲେ ପୁଟିନ୍‌ ଶୁଣୁନାହାନ୍ତି ଟ୍ରମ୍ପଙ୍କ କଥା ..

Advertisment

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜାରେ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧବିରତି କରାଇବାରେ ସଫଳତା ପାଇଁ ପ୍ରଶଂସା ସାଉଁଟିଛନ୍ତି । ଯେଉଁ ଦେଶକୁ ଯାଉଛନ୍ତି ବା ଗଣମାଧ୍ୟମକୁ ଭେଟୁଛନ୍ତି ପ୍ରଥମେ ଯୁଦ୍ଧ ବନ୍ଦ କରିବା କଥା କହୁଛନ୍ତି । ସେ ,ଇସ୍ରାଏଲ -ଗାଜା ହେଉ ବା ଭାରତ -ପାକିସ୍ତାନ ବା ଥାଇଲାଣ୍ଡ -କମ୍ବୋଡିଆ ଯୁଦ୍ଧ ବନ୍ଦ କରିବାରେ ଟ୍ରମ୍ପଙ୍କ ଭୂମିକା ଅଧିକ ବୋଲି ସବୁବେଳେ କହୁନ୍ତି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ କରିବାର କ୍ରେଡିଟ  ଟ୍ରମ୍ପ ନେଉଛନ୍ତି ହେଲେ ଇସ୍ରାଏଲ କିଛିଦିନ ଚୁପ ରହି ପୁଣି ଗାଜା ଉପରେ ଆକ୍ରମଣ ଆରମ୍ଭ କରିଛି । ହଁ ଏକଥା ସତ କିଛି ଦିନ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ ହେବାରେ ଟ୍ରମ୍ପଙ୍କ ହାତ ରହିଛି । ଯାହାକୁ 'ମଧ୍ୟପ୍ରାଚ୍ୟ ପାଇଁ ଏକ ମହାନ ଦିନ' ବୋଲି ବର୍ଣ୍ଣନା କରିଛନ୍ତି ଟ୍ରମ୍ପ । କିନ୍ତୁ ଏହାର ତୁଳନାରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଏବଂ ରାଷ୍ଟ୍ରପତି ପୁଟିନଙ୍କ ସହ ଶାନ୍ତି ଆଣିବାରେ ଟ୍ରମ୍ପଙ୍କ ପ୍ରୟାସ ଏପର୍ଯ୍ୟନ୍ତ  ସଫଳ ହୋଇପାରି ନାହିଁ। ଗାଜାରେ ସମାଧାନ ପାଇଁ ସୁଯୋଗ ଥିବାବେଳେ ୟୁକ୍ରେନ ପ୍ରସଙ୍ଗ ଏକ ବୃହତ୍ତର ଭୂ-ରାଜନୈତିକ ସଂଘର୍ଷ, ଯେଉଁଥିରେ ପୁଟିନ୍ ନିଜର ଦେଶର ସୁରକ୍ଷା ଓ ପ୍ରଭାବକୁ ନେଇ କୌଣସି ଆପୋଷ ବୁଝାମଣା ପାଇଁ ପ୍ରସ୍ତୁତ ନୁହଁନ୍ତି ।

ଗାଜା ସଙ୍କଟ ଏକ ମୁଖ୍ୟତଃ ଆଞ୍ଚଳିକ ସମସ୍ୟା, କିନ୍ତୁ ୟୁକ୍ରେନ ଯୁଦ୍ଧ ଏକ ବୃହତ ଆନ୍ତର୍ଜାତିକ ଓ ଭୂ-ରାଜନୈତିକ ସଂଘର୍ଷ
ପୁଟିନ୍ ୟୁକ୍ରେନର ନାଟୋରେ ଯୋଗଦାନକୁ ନିଜ ଦେଶର ସୁରକ୍ଷା ପାଇଁ ବିପଦ ବୋଲି ଭାବୁଛନ୍ତି
ୟୁକ୍ରେନ୍‌ ଅଞ୍ଚଳରେ ରୁଷର ପ୍ରଭାବ ହରାଇବାକୁ ଚାହୁନାହାଁନ୍ତି ପୁଟିନ୍‌
ଗାଜାରେ ଆମେରିକାର ପ୍ରଭାବ ଅଧିକ ଥିବାରୁ ହମାସ୍‌ ଯୁଦ୍ଧବିରତି ଚାହୁଥିବାରୁ ଟ୍ରମ୍ପଙ୍କ ମଧ୍ୟସ୍ଥତା ସହଜ ହୋଇଥିଲା
ୟୁକ୍ରେନ ଯୁଦ୍ଧରେ ରୁଷ ସହ ଆମେରିକାର ସମ୍ପର୍କ ତିକ୍ତ 
ପୁଟିନ୍‌ଙ୍କ ପାଇଁ ୟୁକ୍ରେନର ଭବିଷ୍ୟତ ଋଷର ଐତିହାସିକ ଓ ସୁରକ୍ଷା ସ୍ୱାର୍ଥ ସହ ଜଡ଼ିତ
ୟୁକ୍ରେନ ପ୍ରସଙ୍ଗରେ ଟ୍ରମ୍ପ୍ ଏବଂ ପୁଟିନ୍‌ଙ୍କ ବ୍ୟକ୍ତିଗତ ସମ୍ପର୍କ ଶାନ୍ତି ଆଣିବାରେ ସହାୟକ ହୋଇପାରିନାହିଁ

ଆମେରିକା କହିଛି, ରୁଷ ଯୁଦ୍ଧକୁ ନେଇ କୂଟନୀତିସ୍ତରରେ କମ୍ ଆଗ୍ରହୀ। ତେଣୁ, କିଛି ଦିନ ମଧ୍ୟରେ, ଟ୍ରମ୍ପ ୟୁକ୍ରେନକୁ କ୍ଷେପଣାସ୍ତ୍ର ପଠାଇବାର ସମ୍ଭାବନାକୁ ପୁଟିନଙ୍କ ସହ ବୁଡାପେଷ୍ଟ ଶିଖର ସମ୍ମିଳନୀ ଯୋଜନା କରିବା ଏବଂ ସମସ୍ତ ଡୋନବାସକୁ ହସ୍ତାନ୍ତର କରିବା ପାଇଁ ଜେଲେନସ୍କିଙ୍କୁ ବ୍ୟକ୍ତିଗତ ଭାବରେ ଚାପ ପକାଇବା ଆରମ୍ଭ କରିଛନ୍ତି ଯେଉଁଥିରେ ରୁଷ ଜିତିପାରିନଥିବା ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ।