ମସ୍ତକରେ ମୁକୁଟ ପିନ୍ଧି ବରବେଶ ଧାରଣ କଲେ ପ୍ରଭୁ ମହାକାଳ , ବିଦେଶୀ ଫୁଲରେ ଆଶୁତୋଷଙ୍କ ହେଲା ଆକର୍ଷଣୀୟ ଶୃଙ୍ଗାର ।

ଉଜ୍ଜେନରେ ବର୍ତ୍ତମାନ ୧୦ ଦିବସୀୟ ଶିବନବରାତ୍ରି ଉତ୍ସବ ଚାଲିଛି , ଯାହାର ସମାପନ ଆଜି ବାବାଙ୍କ ଶୟନ ଆରତୀ ପରେ ହେବ । ବାବା ମହାକାଳେଶ୍ବର ଇତ୍ୟ ଅବସରରେ ଭକ୍ତଗଣଙ୍କୁ ୪୪ ଘଣ୍ଟା ଦର୍ଶନ ଦେଉଛନ୍ତି । ଆଜି ଭୋରରୁ ବାବାଙ୍କ ଅଭିଷେକ କରାଯାଇ ତାଙ୍କୁ ବର ବେଶରେ ସଜାଇ ଦିଆଗଲା ।

ଅଦ୍ୟତନ ହୋଇଛି
Ujjain

Ujjain Photograph: (Kanak News)

ସମାପ୍ତ ହୋଇଛି ଚଳିତ ବର୍ଷର ମହାଶିବରାତ୍ରି । ଦେବାଧିଦେବ ମହାଦେବଙ୍କୁ ସୁମରି ବ୍ରତ ,ଉପବାସ କରି ସାରାରାତି ଉଜାଗର ରହି ଭକ୍ତ ଜାଗର ପାଳିଛନ୍ତି । ମାନସିକଧାରୀ ଅଧିଆ ପଡ଼ି ବାବାଙ୍କୁ ଦୁଃଖ ଜଣାଇଛନ୍ତି । ଅହଙ୍କାରକୁ ମନରୁ ଅପହରଣ କରୁଥିବା ଭୋଳାବାବା ମଧ୍ୟ ଭକ୍ତଙ୍କ ଭକ୍ତିର ପରୀକ୍ଷା ନେଇଛନ୍ତି । ପ୍ରତିଟି ଶିବାଳୟରେ ବାବାଙ୍କ ସ୍ବତନ୍ତ୍ର ନୀତିକାନ୍ତି ପୂଜା ସମାପନ ହୋଇଛି ।

shiv
shiv Photograph: (google)

୧୨ ଜ୍ୟୋର୍ତିଲିଙ୍ଗରେ ମଧ୍ୟ ମହାଶିବରାତ୍ରି ଅବସରରେ ବାବାଙ୍କ ସ୍ବତନ୍ତ୍ର ଶୃଙ୍ଗାର ବେଶ କରାଯାଇଛି । ମଧ୍ୟପ୍ରଦେଶ ସ୍ଥିତ ବାବା ମହାକାଳେଶ୍ବରଙ୍କ ଜ୍ୟୋର୍ତିଲିଙ୍ଗରେ ମଧ୍ୟ ଚଳିତବର୍ଷ ବାବାଙ୍କ ଚିତ୍ତାକର୍ଷକ ଶୃଙ୍ଗାର ଦର୍ଶନ କରିବାକୁ ମିଳିଥିଲା । ଆଶୁତୋଷଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । 

Mahakala
Mahakala Photograph: (google)

ବାବା ମହାକାଳେଶ୍ବରଙ୍କ ବିଶ୍ବପ୍ରସିଦ୍ଧ ନଗରୀ ଉଜ୍ଜୟିନୀରେ ଧୁମଧାମରେ ପାଳନ ହେଲା ମହାଶିବରାତ୍ରି । ଉଜ୍ଜେନରେ ବର୍ତ୍ତମାନ ୧୦ ଦିବସୀୟ ଶିବନବରାତ୍ରି ଉତ୍ସବ ଚାଲିଛି , ଯାହାର ସମାପନ ଆଜି ବାବାଙ୍କ ଶୟନ ଆରତୀ ପରେ ହେବ । ବାବା ମହାକାଳେଶ୍ବର ଇତ୍ୟ ଅବସରରେ ଭକ୍ତଗଣଙ୍କୁ ୪୪ ଘଣ୍ଟା ଦର୍ଶନ ଦେଉଛନ୍ତି । ଆଜି ଭୋରରୁ ବାବାଙ୍କ ଅଭିଷେକ କରାଯାଇ ତାଙ୍କୁ ବର ବେଶରେ ସଜାଇ ଦିଆଗଲା । ମହାଦେବଙ୍କ ଏଭଳି ଚନ୍ଦ୍ରଶେଖର ରୂପ ଦେଖି ଯେ କେହିବି ବିମୋହିତ ହେବେ । ବିଦେଶୀ ଫୁଲରେ ଶୃଙ୍ଗାର , ଫୁଲର ମୁକୁଟ ପରିଧାନ କରି ବାବା ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ନୀଳକଣ୍ଠଙ୍କ ଏଭଳି ଚିତ୍ତାକର୍ଷକ ରୂପ ୧୧ ଟା ପର୍ଯ୍ୟନ୍ତ ଭକ୍ତ ଦେଖିବାକୁ ପାଇବେ । 

OMM
OMM Photograph: (google)

ଏହାପରେ ଭକ୍ତଙ୍କୁ ମହାକାଳଙ୍କ ମୁକୁଟର ପ୍ରସାଦ ବଣ୍ଟାଯିବ । ଯାହାକୁ ନେବା ପାଇଁ ଭକ୍ତ ଦେଶର କୋଣଅନୁକୋଣରୁ ଆସିଥାନ୍ତି । ଜାଗର ପରଦିନ ବାବାଙ୍କ ଏଭଳି ସୌମ୍ୟକାନ୍ତ ରୂପ ଦର୍ଶନ କରିବାକୁ ମିଳେ , ଯେଉଁଥିପାଇଁ ଦୂରଦୂରାନ୍ତରୁ ଭକ୍ତ ଛୁଟି ଆସିଥାନ୍ତି । ବାବାଙ୍କ ଏହି ରୂପର ଶୃଙ୍ଗାର ଦେଶବିଦେଶରୁ ଆସିଥିବା ଫୁଲ , ଚାନ୍ଦି , ଭାଙ୍ଗ , କେସର , ଚନ୍ଦନ , ସୁଗନ୍ଧିତ ଅତର , ଫଳ ଆଦିରେ କରଯାଇଥାଏ । ବାବାଙ୍କ ଏଭଳି ରୂପର ଦର୍ଶନ କରିବା ପାଇଁ ଦେବତା ମଧ୍ୟ ଚାହିଁ ବସିଥାନ୍ତି । ମହାକାଳଙ୍କ ଏହି ପ୍ରସାଦ କେବଳ ମହାଶିବରାତ୍ରୀ ପରଦିନ ଭକ୍ତଙ୍କୁ ମିଳେ ଯାହାକୁ ଘରକୁ ନେଲେ ଭବନ ସୁଖ , ସମୃଦ୍ଧିରେ ଭରପୂର ହେବା ସହ ମାତା ଅନ୍ନପୂର୍ଣ୍ଣା ସଦାବେଳେ ଘରେ ବିରାଜମାନ କରନ୍ତି ବୋଲି ମାନ୍ୟତା ରହିଛି ।   

crowd
crowd Photograph: (google)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe