ଆଗକୁ ଆସୁଛି ମହାଶିବରାତ୍ରୀ । ଦେବାଧିଦେବ ମହାଦେବଙ୍କ ପୂଜା ଏବଂ ବ୍ରତ କରି ରାତିଉଜାଗର ରହି ଭକ୍ତ ଜାଗର ପାଳନ କରିବେ । ଉକ୍ତ ଦିନ ରାତ୍ରୀ ଉଜଗରର ବିଶେଷ ମାନ୍ୟତା ରହିଛି ତେଣୁ ଭୋଳାନାଥଙ୍କ ପ୍ରିୟ ପର୍ବକୁ ମହାଶିବରାତ୍ରୀ ରୂପେ ସାରା ଜଗତ ପାଳନ କରେ । ଭଗବାନ ଶିବଙ୍କ ନଗରୀ କାଶୀରେ ମହାଶିବରାତ୍ରୀର ମହତ୍ତ୍ବ ହିଁ କିଛି ଭିନ୍ନ । ମୋକ୍ଷର ନଗରୀ କୁହାଯାଉଥିବା କାଶୀକୁ ବାବା ବିଶ୍ବନାଥଙ୍କ ତ୍ରୀଶୂଳ ଅଗ୍ରଭାଗରେ ବିଦ୍ୟମାନ ବୋଲି କୁହାଯାଏ ତେଣୁ ଏହି ସହର ଉପରେ ନୀଳକଣ୍ଠଙ୍କ ବିଶେଷ କୃପା ରହିଛି ବୋଲି କୁହାଯାଏ । ଶିବଙ୍କ ନଗରୀ କାଶୀରେ ପ୍ରଭୁଙ୍କ ଅନେକ ପ୍ରସିଦ୍ଧ ମନ୍ଦିର ଦେଖିବାକୁ ମିଳେ । ମହାଶିବରାତ୍ରୀ ଦିନ ଏହି ସହରରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଏ । 

Advertisment
kashi
kashi Photograph: (google)
baba viswanath
baba viswanath Photograph: (google)
aghori
aghori Photograph: (google)

କାଶୀରେ କେମିତି ପାଳନ ହୁଏ ମହାଶିବରାତ୍ରୀ ?

କାଶୀ ଯାହା ବର୍ତ୍ତମାନ ସମୟରେ ବାରାଣାସୀ ଏଠାରେ ମହାଦେବଙ୍କ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି । ଯେଉଁଥିରେ କାଶୀ ବିଶ୍ବନାଥ ମନ୍ଦିର ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ । ବାବା ବିଶ୍ବନାଥଙ୍କୁ ପ୍ରସନ୍ନ କରିବା ପାଇଁ ଦୁଗ୍ଧ , ଦହି , ଘୃତ , ମଧୂ , ଜଳ ଆଦିର ଅଭିଷେକ କରାଯାଏ । ପଞ୍ଚାମୃତ ସ୍ନାନ ପରେ ଭୋଳାବାବାଙ୍କ ମଙ୍ଗଳ ଆଳତୀ କରାଯାଏ । ଏହାପରେ ଭକ୍ତଙ୍କ ପାଇଁ ମନ୍ଦିରର ଦୁଆର ଖୋଲି ଦିଆଯାଏ । ଏହା ପରେ ଶୟନ ଆଳତୀ ପର୍ୟ୍ୟନ୍ତ ବାବାଙ୍କ ଦୁଆର ଭକ୍ତଙ୍କ ପାଇଁ ଖୋଲା ହୋଇରହିଥାଏ । ଏତଦ୍ ବ୍ୟତୀତ ରାତ୍ରୀର ଚାରି ପ୍ରହର ଶିବଲିଙ୍ଗଙ୍କ ପୂଜା କରାଯାଏ । 

Barat
Barat Photograph: (google)

କାଶୀ ଭ୍ରମଣରେ ବାହାରନ୍ତି ଶିବଙ୍କ ବରଯାତ୍ରୀ : 

ହିନ୍ଦୁଶାସ୍ତ୍ର , ପୁରାଣର ଯେମିତି ସୀମା ନାହିଁ ଠିକ୍ ସେମିତି ଈଶ୍ବରଙ୍କ ପର୍ବପର୍ବାଣୀ , ପୂଜାର ମଧ୍ୟ ସୀମା ନାହିଁ । ଫାଲଗୁନ ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ଧୁମଧାମରେ ପାଳନ ହୁଏ ବୋଲି ମାନ୍ୟତା ରହିଛି । ଏଥିପାଇଁ ମହାଶିବରାତ୍ରୀ ଅବସରରେ କାଶୀ , ଉଜ୍ଜୟିନୀ ,ବୈଦ୍ୟନାଥ ଧାମ ସମେତ ଅନ୍ୟ ଜ୍ୟୋର୍ତିଲିଙ୍ଗ ମନ୍ଦିରରେ ଶିବ-ବରଯାତ୍ରୀ ବାହାରିଥାନ୍ତି । ଏଥିପାଇଁ ଶିବରାତ୍ରୀର କିଛି ଦିନ ପୂର୍ବରୁ ମନ୍ଦିରରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହର ପ୍ରସ୍ତୁତି ବଡ଼ ଜୋରସୋରରେ ଚାଲେ । ତିଳକରୁ ଆରମ୍ଭ କରି ହଳଦୀ , ମେହେନ୍ଦୀ ଭଳି ରୀତିନୀତି ଆରମ୍ଭ ହୁଏ । 

shiv parvati
shiv parvati Photograph: (google)