ଦେବାଧିଦେବ ମହାଦେବଙ୍କ ମହାଶିବରାତ୍ରୀ , ଜାଗର ସାରା ଦେଶରେ ଧୁମଧାମରେ ପାଳନ କରାଯାଏ । ନୀଳକଣ୍ଠଙ୍କ ଆରାଧନା ପାଇଁ ସବୁ ଶିବାଳୟ ନବବଧୂ ପରି ସଜେଇ ହୁଏ । ବିଭିନ୍ନ ପୁରାଣରେ ମହାଶିବରାତ୍ରୀର ମାହାତ୍ମ୍ୟ ଭିନ୍ନ ଭିନ୍ନ ରୂପରେ ବର୍ଣ୍ଣିତ । ଯାହାର ଆଦି ଓ ଅନ୍ତ ଅନ୍ବେଷଣ କରିବା ସାଧାରଣ ମଣିଷ ପକ୍ଷେ ସମ୍ଭବ ନୁହଁ । ଭାରତରେ ମହାଦେବଙ୍କ ୧୨ ଜ୍ୟୋର୍ତିଲିଙ୍ଗ ଯେତେ ପ୍ରସିଦ୍ଧ , ବିଭିନ୍ନ ପୁରାତନ ଶିବାଳୟ ମଧ୍ୟ ସେତେ ରୋଚକପୂର୍ଣ୍ଣ କାହାଣୀର ଗନ୍ତାଘର କହିଲେ ଭୁଲ୍ ହେବନାହିଁ । ଏମିତି ହିଁ ଏକ ମନ୍ଦିର ରହିଛି ଯାହାର କାହାଣୀ ମହାଭାରତ କାଳ ସହ ଜଡ଼ିତ । ଐତିହାସିକ ସମ୍ପର୍ଣ୍ଣ ଏହି ଶିବାଳୟ ନିଆରା ପରମ୍ପରାର ମୁକସାକ୍ଷୀ ।
/kanak/media/media_files/2025/02/25/VvDeKSlD6ANviJ1J3zdq.jpg)
ଏହି ଶିବ ମନ୍ଦିରର ନାଁ ବରସୀ ମହାଦେବ ମନ୍ଦିର । ଯାହା ଉତ୍ତରପ୍ରଦେଶର ସହାରନପୁର ଜିଲ୍ଲା ମୁଖ୍ୟାଳୟଠାରୁ ପାଖାପାଖି ୪୦ କି.ମି ଦୂରରେ ବରସୀ ଗାଁରେ ଅବସ୍ଥିତ । ଏହି ମନ୍ଦିର ମହାଭାରତ କାଳର ବୋଲି ମାନ୍ୟତା ରହିଛି , ମହାଶିବରାତ୍ରୀ ଅବସରରେ ମନ୍ଦିରରେ ଏକ ବଡ଼ ମେଳା ଲାଗେ । ଲକ୍ଷାଧିକ ଶ୍ରଦ୍ଧାଳୁ ମନ୍ଦିରକୁ ଆସି ମହାଦେବଙ୍କ ଜଳାଭିଷେକ କରି ପୂଜାର୍ଚ୍ଚନା କରନ୍ତି । ଏହି ମନ୍ଦିରକୁ ମହାଭାରତ ସମୟର ଦୁର୍ଯ୍ୟୋଧନ ନିର୍ମାଣ କରାଇଥିବାର ସୂଚନା ମିଳେ ।
/kanak/media/media_files/2025/02/25/IlVpLIn0zhl3z3SQqfLc.jpg)
ଏକଦା ଦୁର୍ଯ୍ୟୋଧନ ଶୋଇଥିବା ସମୟରେ କୁନ୍ତିପୁତ୍ର ଭୀମ ନିଜ ଗଦାରେ ମନ୍ଦିରର ମୁଖ୍ୟଦ୍ବାରକୁ ବୁଲାଇ ଦେଇଥିଲେ । ଏହି କାରଣରୁ ମନ୍ଦିରର ଦିଗ ପଶ୍ଚିମ ଏବଂ ଦକ୍ଷିଣ ଆଡକୁ ବୁଲିଯାଇଛି । ଯେତେବେଳେ ଦୁର୍ଯ୍ୟୋଧନଙ୍କ ନିଦ୍ରା ସମ୍ପୁର୍ଣ୍ଣ ହେଲା ସେ ମନ୍ଦିରର ଏଭଳି ଅବସ୍ଥା ଦେଖି ଚକିତ ହୋଇ ଯାଇଥିଲେ। ଯାହା ଏଯାବତ୍ ମଧ୍ୟ ନିଜ ନିଆରା ସ୍ଥାପନକୁ ନେଇ ପ୍ରସିଦ୍ଧ । ଭାରତରେ ଉଭୟ ପଶ୍ଚିମ ଏବଂ ଦକ୍ଷିଣ ଦିଗକୁ ଥିବା ଏ ହେଉଛି ଏକମାତ୍ର ଶିବ ମନ୍ଦିର ।
/kanak/media/media_files/2025/02/25/nLfzUaLhvBhf9PfZ5AGn.jpg)
ବରସୀ ଗାଁର ନାଁ ମଧ୍ୟ ଏକ ରୋଚକ କାହାଣୀରୁ ଆରମ୍ଭ ହୁଏ । ମହାଭାରତ ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଯେତେବେଳେ ବରସୀ ଗାଁକୁ ଆସିଥିଲେ ସେ ଏହି ଗାଁର ତୁଳନା ବ୍ରଜଭୂମି ସହ କରିଥିଲେ । ମହାଶିବରାତ୍ରୀ ଏବଂ ଶ୍ରାବଣ ମାସ ଅବସରରେ ସାରା ଦେଶରୁ ଶ୍ରଦ୍ଧାଳୁ ଏହି ଗାଁକୁ ବାବା ଭୋଳାନାଥଙ୍କୁ ପୂଜା କରିବା ପାଇଁ ଆସିଥାନ୍ତି । ସାରା ଭାରତ ହୋଲି ସମୟରେ ହୋଲିକା ଦହନ ପାଳୁଥିବା ବେଳେ ଏହି ଗାଁରେ ଆଜି ପର୍ୟ୍ୟନ୍ତ କେବେ ବି ହୋଲିକା ଦହନ କରାଯାଇନାହିଁ । ଆଉ ଏହାର କାରଣ ଯଦି ଜାଣିବେ ମୁଖରେ ସ୍ମିତହସ ନିଶ୍ଚୟ ଆସିବ । ଗାଁର ମାନ୍ୟତା ଅନୁସାରେ ହୋଲିକା ଦହନ କଲେ ଜମି ଗରମ ହୋଇଯାଏ ଏବଂ ଗରମ ଜମିରେ ଜଟାଧାରୀ କେମିତି ଚାଲି ଆସିବେ । ଶମ୍ଭୁନାଥଙ୍କ ପାଦରେ କଷ୍ଟ ନଦେବା ପାଇଁ ଗାଁଲୋକ ଏ ପରମ୍ପରାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ।